1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଶୀତଦିନେ ଏମିତି ନିଅନ୍ତୁ ତ୍ୱଚାର ଯତ୍ନ ରହିବ ଆପଣଙ୍କ ତ୍ୱଚା ମୁଲାୟମ ଓ କୋମଳ

ଶୀତଦିନେ ତ୍ୱଚାର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ । ନଚେତ ଏହା ଶୁଷ୍କ ହେବା ସହ ତ୍ୱଚା ଜନିତ ସମସ୍ୟା ସୃଷ୍ଟି ହୋଇଥାଏ । ଶୀତଦିନେ ଗ୍ଲିସରିନ ଓ ଗୋଲାପ ଜଳକୁ ମିଶାଇ ଏହାକୁ ବ୍ୟବହାର କରନ୍ତୁ । ତ୍ୱଚା କୋମଳ ରହିବା ସହ ଭାଙ୍ଗ ପଡିବ ନାହିଁ ।

Sudesna Nayak
Sudesna Nayak

ଶୀତଦିନେ ତ୍ୱଚାର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ । ନଚେତ ଏହା ଶୁଷ୍କ ହେବା ସହ ତ୍ୱଚା ଜନିତ ସମସ୍ୟା ସୃଷ୍ଟି ହୋଇଥାଏ । ଶୀତଦିନେ ଗ୍ଲିସରିନ ଓ ଗୋଲାପ ଜଳକୁ ମିଶାଇ ଏହାକୁ ବ୍ୟବହାର କରନ୍ତୁ । ତ୍ୱଚା କୋମଳ ରହିବା ସହ ଭାଙ୍ଗ ପଡିବ ନାହିଁ ।

ଗ୍ଲିସରିନ ସହିତ ଗୋଲାପ ଜଳର ମିଶ୍ରଣ ତ୍ୱଚାକୁ ଚମକାଇଥାଏ । ଶୋଇବା ସମୟରେ ଆପଣଙ୍କ ତ୍ୱଚାରେ ଗ୍ଲିସରିନ ଏବଂ ଗୋଲାପ ଜଳ ପ୍ରୟୋଗ କରନ୍ତୁ । ସକାଳେ ତ୍ୱଚା କୋମଳ ଏବଂ ନରମ ହୋଇଯିବ । ଏହାର ବ୍ୟବହାର ତ୍ୱଚାକୁ ସତେଜ ରଖିଥାଏ ।

ଗ୍ଲିସରିନ ସହିତ ଗୋଲାପ ଜଳର ମିଶ୍ରଣ ବାର୍ଦ୍ଧକ୍ୟର ଲକ୍ଷଣକୁ ହ୍ରାସ କରିରେ ସାହାଯ୍ୟ କରେ । ଗୋଲାପ ଜଳର ଆଣ୍ଟି-ଏଜିଂ ଗୁଣ ରହିଛି ଏବଂ ଗ୍ଲିସରିନର ବ୍ୟବହାର ଆପଣଙ୍କ କୁଞ୍ଚନକୁ ହ୍ରାସ କରିପାରେ ।

ଗ୍ଲିସରିନ ଏବଂ ଗୋଲାପ ଜଳର ମିଶ୍ରଣ ରାତିରେ ବ୍ୟବହାର ଆପଣଙ୍କ ତ୍ୱଚାକୁ ଶୀତର ପାର୍ଶ୍ୱ ପ୍ରତିକ୍ରିୟାରୁ ରକ୍ଷା କରିଥାଏ, ଏବଂ ତ୍ୱଚାକୁ ତେଲିଆ ରଖେ ।

ଶୀତଦିନେ ତ୍ୱଚାର ଶୁଷ୍କତାରୁ ରକ୍ଷା ପାଇବା ପାଇଁ ଆପଣମାନେ ବଡି ଲୋସନ, ମଶ୍ଚରାଇଜର ଏବଂ କ୍ରିମ ଭଳି ବହୁ ଉପାୟ ଅବଲମ୍ବନ କରନ୍ତି । କିନ୍ତୁ ଏହାର ପ୍ରଭାବ ମାତ୍ର କିଛି ସମୟ ପାଇଁ ରହିଥାଏ । ଯଦି ଆପଣ ଚାହିଁବେ କିଛି ନ୍ୟାଚୁରାଲ ମଶ୍ଚରାଇଜରର ବ୍ୟବହାର କରି ତ୍ୱଚାର ଶୁଷ୍କତାକୁ ଦୂରେଇପାରିବେ । ଏହାକୁ ଆପଣ ଗାଧୋଇବା ସମୟରେ କିମ୍ବା ଶୋଇବା ପୂର୍ବରୁ ପ୍ରତିଦିନ ଲଗାଇ ଶୀତଦିନକୁ ଉପଭୋଗ କରିପାରିବେ ।

ମହୁ ସବୁଠୁ ଭଲ ମଶ୍ଚରାଇଜର ଭଳି କାମ ଦିଏ । ପ୍ରତିଦିନ ଗାଧୋଇବା ପୂର୍ବରୁ ମହୁର ଏକ ପତଳା ଆସ୍ତରଣ ଲଗାଇ ଦଶ ମିନିଟ୍ ପରେ ଧୋଇଦିଅନ୍ତୁ । ଏହା ତ୍ୱଚାକୁ କୋମଳ କରିବା ସହ ଚିକ୍ୱଣ କରିଥାଏ ।

କେବଳ ମହିଳାମାନେ ନୁହେଁ ବରଂ ପୁରୁଷମାନେ ମଧ୍ୟ ନିଜର ତ୍ବଚା ପ୍ରତି ଧ୍ୟାନ ଦେବା ଦରକାର ।

ଆସନ୍ତୁ ଜାଣିବା ଶୀତଦିନେ ପୁରୁଷମାନେ କିପରି ନିଜର ଯନ୍ତ୍ର ନେବା ଦରକାର । ଯଦି ଆପଣଙ୍କ ତ୍ୱଚା ଥଣ୍ଡା ପାଇଁ ଶୁଷ୍କ ଦେଖାଯାଉଛି । ଏବଂ ଆପଣ ତ୍ୱଚାର ସୌନ୍ଦର୍ଯ୍ୟ ଫେରାଇ ଆଣିବାକୁ ଚାହୁଁଛନ୍ତି, ତାହାହେଲେ ଏଥିପାଇଁ ମୁହଁର ଆର୍ଦ୍ରାତା ଫେରାଇ ଆଣିବା ଜରୁରୀ ଅଟେ । ତ୍ୱଚାକୁ ସୁନ୍ଦର ରଖିବା ପାଇଁ ବିଭିନ୍ନ ପ୍ରକାର ଥଣ୍ଡା କ୍ରିମ ବ୍ୟବହାର କରନ୍ତୁ । ଯାହା ଫଳରେ ଆପଣଙ୍କ ତ୍ୱଚା ପୁଣି ଥରେ ସୁନ୍ଦର ଦେଖାଯିବ ।

ଶୀତରେ ପୁରୁଷମାନେ ସେଭିଂ କରିବା ସମୟରେ ସାବଧାନ ରହନ୍ତୁ । ଥଣ୍ଡାରେ ରେଜର ସାହାର୍ଯ୍ୟରେ ସେଭିଂ କରନ୍ତୁ ନାହିଁ । ଏହା ଦ୍ୱାରା ତ୍ୱଚା ଶୁଷ୍କ ଦେଖାଯାଏ । ସେଥିପାଇଁ ଥଣ୍ଡାରେ ରେଜରକୁ ବ୍ୟବହାର ନ କରି ଟ୍ରିମର ସାହାର୍ଯ୍ୟରେ ସେଭିଂ କରନ୍ତୁ । ଏଭଳି କରିବା ଦ୍ୱାରା ତ୍ୱଚାର କିଛି କ୍ଷତି ହେବନାହିଁ ଏବଂ ଆପଣଙ୍କୁ ଡର ବି ଲାଗିବ ନାହିଁ ।

ଶୀତ ଦିନରେ ଥଣ୍ଡା ଧରୁଛି କି???

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments