Health & Lifestyle

କଞ୍ଚା ଆମ୍ବ, ଯାହା ଆପଣଙ୍କ ତ୍ୱଚା କୁ କରିବ ଉଜ୍ଜ୍ୱଳ

ଆମ୍ବ ସମସ୍ତଙ୍କୁ ଭଲ ଲାଗେ ଖାଇବା ପାଇଁ ଆଉ ସମସ୍ତଙ୍କ ପ୍ରିୟ ମଧ୍ୟ ଏହି ଫଳଟି l ଖରା ଦିନ ଆସିବା ମାତ୍ରେ ବଜାରରେ ଆମ୍ବର ଚାହିଦା ମଧ୍ୟ ବଢିଯାଇଥାଏ । ଆଉ ଏହି ସମୟରେ ଲୋକମାନେ ଗରମରୁ ରକ୍ଷା ପାଇବା ଏବଂ ଖାଦ୍ୟକୁ ଆହୁରି ସୁସ୍ବାଦୁ କରିବା ପାଇଁ କଞ୍ଚା ଆମ୍ବର ବ୍ୟବାହାର କରିଥାନ୍ତି ।

26 December, 2022 4:08 PM IST By: Tanushree Mahapatra

ଆମ୍ବ ସମସ୍ତଙ୍କୁ ଭଲ ଲାଗେ ଖାଇବା ପାଇଁ ଆଉ ସମସ୍ତଙ୍କ ପ୍ରିୟ ମଧ୍ୟ ଏହି ଫଳଟି l  ଖରା  ଦିନ ଆସିବା ମାତ୍ରେ ବଜାରରେ ଆମ୍ବର ଚାହିଦା ମଧ୍ୟ ବଢିଯାଇଥାଏ । ଆଉ ଏହି ସମୟରେ ଲୋକମାନେ ଗରମରୁ ରକ୍ଷା ପାଇବା ଏବଂ ଖାଦ୍ୟକୁ ଆହୁରି ସୁସ୍ବାଦୁ କରିବା ପାଇଁ କଞ୍ଚା ଆମ୍ବର ବ୍ୟବାହାର କରିଥାନ୍ତି  । କଞ୍ଚା ଆମ୍ବରୁ ଆମ୍ବ ପଣା ଏବଂ ଆମ୍ବ ଚଟନି ପରି ଅନେକ ଜିନିଷ ଖିଆଯାଇଥାଏ । 

କିନ୍ତୁ ଆପଣ  ଜାଣିଛନ୍ତି କି ତ୍ୱଚାରେ କଞ୍ଚା ଆମ୍ବ ( green mango ) ବ୍ୟବହାର କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଯାହା ଆପଣଙ୍କ ଚେହେରା କୁ ସୁନ୍ଦର ଆଉ ଉଜ୍ଜ୍ୱଳ କରିଥାଏ l    ସ୍ୱାଦ ଓ ସ୍ୱାସ୍ଥ୍ୟପ୍ରତି ଉପକାରିତା ଯୋଗୁଁ ଆମ୍ବକୁ ଫଳମାନଙ୍କର ରାଜା ବୋଲି କୁହାଯାଇଥାଏ । ଏହାକୁ ଉଭୟ କଞ୍ଚା ଓ ପାଚିଲା ଅବସ୍ଥାରେ ଖାଇବା ପାଇଁ ଖୁବ ଭଲ ଲାଗେ  । ଏହା ପୌଷ୍ଟିକ ତତ୍ତ୍ୱରେ ଭରପୂର ହେବା ସହିତ ରୋଗ ପ୍ରତିରୋଧକ କ୍ଷମତାକୁ ମଧ୍ୟ ବୃଦ୍ଧି କରିଥାଏ ଶରୀର ର । ଆମ୍ବରେ ଫାଇବର, ଭିଟାମିନ୍ ଏ, ସି, ଫୋଲିକ ବି୯, ବି୬, ଲୌହ, କ୍ୟାଲସିୟମ, ଜିଙ୍କ୍ ଭଳି ପଦାର୍ଥ ପ୍ରଚୁର ପରିମାଣରେ ରହିଥାଏ । ଏଥିରେ ଥିବା ରୋଗ ପ୍ରତିରୋଧକ ଗୁଣ ଆମ ଶରୀରକୁ ଅନେକ ପ୍ରକାର ରୋଗରୁ ରକ୍ଷା କରିଥାଏ ।

ଆମ୍ବରେ ଥିବା ବିଭିନ୍ନ ପ୍ରକାର ଫାଇଟୋନ୍ୟୁଟ୍ରିଆଣ୍ଟ ହୃଦରୋଗର ଆଶଙ୍କାକୁ କମାଇଥାଏ । ଏହା ମଧ୍ୟ ମହିଳା ମାନଙ୍କୁ ସିଏଡି ରୋଗରୁ ରକ୍ଷା କରେ । ଏଥିରେ ଥିବା ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ରକ୍ତଚାପ ରୋଗୀଙ୍କ ପାଇଁ ଡାକ୍ତର ଭଳି କାମ କରେ। ଏହା ହୃଦୟର ଗତି ଓ ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ। ଭିଟାମିନ୍ ବି, ସି ଏବଂ ଇ ଆମର ମସ୍ତିଷ୍କରେ ଏକ ପ୍ରକାର ହରମୋନ୍ ସୃଷ୍ଟି କରିବାରେ ସହାୟକ ହୋଇଥାଏ ଯାହାକି ମାଂସପେଶୀକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଫାଇବର, ଭିଟାମିନ୍ ସିରେ ଭରପୁର ଆମ୍ବ ଆମ ଶରୀରରେ ମାନସିକ ଚାପ ସୃଷ୍ଟି କରୁଥିବା ଲିପୋପ୍ରୋଟିନ୍ ସିରମ ର ମାତ୍ରାକୁ ନିୟନ୍ତ୍ରଣ କରିବାରେ ଉଲ୍ଲେଖନୀୟ ଭୂମକା ନିର୍ବାହ କରିଥାଏ। ଏହାଛଡ଼ା ଆମ୍ବକୁ ନିୟମିତ ଭାବେ ଖାଇବା ଦ୍ୱାରା ଶରୀରରେ ହଜମକ୍ରିୟା ଭଲ ଭାବେ ହୋଇଥାଏ । କର୍କଟର ଆଶଙ୍କା ବି କମେ। ଆମ୍ବରେ ଆଇରନ୍, ଫୋଲେଟ୍, ମ୍ୟାଗ୍ନେସିୟମ୍ ଭଳି ଖଣିଜ ପ୍ରଚୁର ପରିମାଣରେ ଥାଏ । ତେଣୁ ରକ୍ତହୀନତା ରୋଗୀଙ୍କ ପାଇଁ ଏହା ଉପଯୋଗୀ ।

କଞ୍ଚା ଆମ୍ବକୁ ଭିଟାମିନ୍ ଏ, ଭିଟାମିନ୍ ସି ଏବଂ ଆଣ୍ଟି-ଅକ୍ସିଡେଣ୍ଟର ଏକ ଉତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ । ଏପରି ପରିସ୍ଥିତିରେ, ତ୍ୱଚାରେ କଞ୍ଚା ଆମ୍ବ ବ୍ୟବହାର କରିବା କେବଳ ଗରମରୁ ମୁକ୍ତି ଦେଇନଥାଏ, ବରଂ ତ୍ୱଚା ସମ୍ବନ୍ଧୀୟ ଅନେକ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ । ତ୍ୱଚାର ଯତ୍ନରେ କଞ୍ଚା ଆମ୍ବର ବ୍ୟବହାର ଏବଂ ଏହାର କିଛି ଆଶ୍ଚର୍ଯ୍ୟଜନକ ଉପକାର ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ  ।

ଖରାଦିନେ ସୂର୍ଯ୍ୟ, ଧୂଳି ଏବଂ ଝାଳ ଯୋଗୁଁ ଚର୍ମରେ ବ୍ରଣ, ଟ୍ୟାନ, ଏବଂ ଡଲନେସ ଭଳି ଅନେକ ସମସ୍ୟା ଦେଖାଦେଇଥାଏ । ଏଭଳି ପରିସ୍ଥିତିରେ କଞ୍ଚା ଆମ୍ବରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ବ୍ୟାକ୍ଟେରିଆ ଗୁଣ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବାରେ ସାହାଯ୍ୟ କରିଥାଏ । ଏଥି ସହିତ, ଭିଟାମିନ୍ ଏ ଏବଂ ଭିଟାମିନ୍ ସି ନଷ୍ଟ ହୋଇଥିବା ଚର୍ମ କୋଷଗୁଡ଼ିକୁ ବାହାର କରି ଚର୍ମର ଚମକକୁ ବଜାୟ ରଖିବାରେ ସାହାଯ୍ୟ କରିଥାଏ । ଚର୍ମରେ କଞ୍ଚା ଆମ୍ବ କିପରି ବ୍ୟବହାର କରାଯାଏ ଆସନ୍ତୁ ଜାଣିବା ସେ ବିଷୟରେ ।

ତ୍ୱଚାରେ ମୃତ କୋଷଗୁଡ଼ିକୁ ଦୂର କରି ତ୍ୱଚାକୁ ଗ୍ଲୋ କରିବାରେ ଏହି ଫେସ୍ ପ୍ୟାକ୍ ପ୍ରଭାବଶାଳୀ ଅଟେ । ଏଥିପାଇଁ ଗୋଟିଏ କଞ୍ଚା ଆମ୍ବକୁ କାଟି ଏହାର ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏବେ ଏଥିରେ ୩ ଚାମଚ ଓଟମିଲ୍ ଏବଂ ୭ରୁ୮ ବାଦାମକୁ ଗ୍ରାଇଣ୍ଡ କରି ଏଠିରେବ ମିଶାଇବେ । ତା’ପରେ ୨ ଚାମଚ କଞ୍ଚା କ୍ଷୀର ମିଶାଇ ଭଲ ଭାବରେ ମିଶ୍ରଣ ଟି କୁ ମିଶାନ୍ତୁ  । ପେଷ୍ଟ ଟି ପ୍ରସ୍ତୁତ ହେବା ପରେ  ପେଷ୍ଟକୁ ମୁହଁ ଏବଂ ବେକରେ ଲଗାନ୍ତୁ, ତା’ପରେ ୧୫ ମିନିଟ୍ ପରେ ଏହାକୁ ସଫା ପାଣିରେ ଧୋଇ ଦିଅନ୍ତୁ । ସପ୍ତାହରେ ଦୁଇଥର ଏହି ଫେସ୍ ପ୍ୟାକ୍ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ତ୍ୱଚା ନରମ ଏବଂ ସତେଜ ରହିବ ।

ଖରାଦିନେ ଟ୍ୟାନିଂ ଏବଂ ବ୍ରଣରୁ ମୁକ୍ତି ପାଇବା ପାଇଁ ଏହା ଏକ ଅତ୍ୟନ୍ତ ପ୍ରଭାବଶାଳୀ ଫେସ ପ୍ୟାକ ହୋଇପାରେ ଆପଣଙ୍କ ପାଇଁ  । ଏହାକୁ ପ୍ରସ୍ତୁତ କରିବା ପାଇଁ ୪ ଟି କଞ୍ଚା ଆମ୍ବ କାଟି ଗ୍ରାଇଣ୍ଡ୍ କରନ୍ତୁ ଏଥିରେ ୨ ଚାମଚ ବେଶନ, ୧ ଚାମଚ ମହୁ, ୧ ଚାମଚ ଦହି ଏବଂ ୧ ଚାମଚ ହଳଦୀ ପାଉଡର ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ମୁହଁରେ ଲଗାନ୍ତୁ ଏବଂ ଶୁଖିବା ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ । ସପ୍ତାହରେ ଥରେ ଏହି ଫେସ୍ ପ୍ୟାକ୍ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ତ୍ୱଚା ହାଇଡ୍ରେଟେଡ୍ ରହିବ ଏବଂ ତ୍ୱଚା ଉଜ୍ଜ୍ୱଳ ରହିବ ।

ଏହି ୫ଟି ଫଳକୁ ନିୟମିତି ଖାଆନ୍ତୁ, ମଧୁମେହ ସହ ଦୂର ହେବ ଅନେକ ରୋଗ

ଗୁଡ଼ୁଚି ଚାଷ କରନ୍ତୁ, ଲାଭବାନ ହୁଅନ୍ତୁ !!

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)