1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

Guava Leaves: ଦୂର କରିବ ଅନେକ ସମସ୍ୟା

ଫଳ ମଧ୍ୟରେ ପିଜୁଳି ହେଉଛି ସ୍ୱାଦିଷ୍ଟ କହିବା ପାଇଁ l ତେବେ ଏହି ଫଳର ଅନେକ ଭଲ ଗୁଣ ରହିଛି l ଯାହା ଶରୀର କୁ ଦେଇଥାଏ ଅନେକ ପ୍ରକାର ଲାଭ l ଆପଣମାନେ ଯାଇଛନ୍ତି, ପିଜୁଳିରେ ଭିଟାମିନ୍ ସି ସହିତ ଫାଇବରରେ ଭରପୂର ମାତ୍ରାରେ ଥାଏ ।

Tanushree Mahapatra
Tanushree Mahapatra
Some benefits og guava leaves , image source - pexels.com

Some benefits og guava leaves , image source - pexels.com

ଫଳ ମଧ୍ୟରେ ପିଜୁଳି ହେଉଛି ସ୍ୱାଦିଷ୍ଟ କହିବା ପାଇଁ l ତେବେ ଏହି ଫଳର ଅନେକ ଭଲ ଗୁଣ ରହିଛି l ଯାହା ଶରୀର କୁ ଦେଇଥାଏ ଅନେକ ପ୍ରକାର ଲାଭ l ଆପଣମାନେ ଯାଇଛନ୍ତି, ପିଜୁଳିରେ ଭିଟାମିନ୍ ସି ସହିତ ଫାଇବରରେ ଭରପୂର ମାତ୍ରାରେ ଥାଏ । ଏହାର ପତ୍ର ଶରୀର ପାଇଁ ବହୁତ ଲାଭଦାୟକ । ତେବେ ପ୍ରତିଦିନ ଆପଣ ଏହି ପତ୍ରକୁ ଆପଣଙ୍କ ଖାଦ୍ୟର ଏକ ଅଂଶ ଭାବେ ସାମିଲ କରିପାରିବେ । 

ଯେପରିକି ଋତୁକାଳୀନ ଫଳହେଉ କିମ୍ବା ପନିପରିବା ତାହା ସ୍ୱାସ୍ଥ୍ୟ ପାଇଁ ଭଲ । ଆଗକୁ ଶୀତ ଋତୁ ଆସିଗଲାଣି । ତେବେ ଏହି ଋତୁରେ ପିଜୁଳ ଖାଇବାକୁ ଅନେକ ଲୋକ ପସନ୍ଦ କରିଥାନ୍ତି । ପିଜୁଳୀରେ ରହିଛି ଭିଟାମିନ୍ ସି, ଆଣ୍ଟିଅକ୍ସିଡାଣ୍ଟ, ପୋଟାସିୟମ ସହିତ ଫାଇବର । ଏହା ଖାଇବାକୁ  ସ୍ୱାଦିଷ୍ଟ ସ୍ୱାଦିଷ୍ଟ । ତେବେ ଆସନ୍ତୁ ଜାଣିବା ପିଜୁଳି ପତ୍ରର ଉପକାରିତା ସମ୍ପର୍କରେ l

ସାଧାରଣତଃ ଫଳ ମଧ୍ୟରେ ପିଜୁଳି ହେଉଛି ଅନ୍ୟତମ । ଏହା ଖୁବ୍ ସ୍ୱାଦିଷ୍ଟ ହେବା ସହିତ ସ୍ୱାସ୍ଥ୍ୟ ପାଇଁ ଖୁବ୍ ହିତକର । ପିଜୁଳି ଖାଇବା ଦ୍ୱାରା କଣ ସବୁ ଫାଇଦା ରହିଛି ସେ ବିଷୟରେ ତ ଆପଣମାନେ ଜାଣିଥିବେ l କିନ୍ତୁ ପିଜୁଳି ପତ୍ରର କଙ୍କଣ ଫାଇଦା ରହିଛି ସେ ବିଷୟରେ ଆପଣ ଜାଣିନଥିବେ । ସେହିପରି ଖାଦ୍ୟ ଅନୁଯାୟୀ ଆଜିକାଲି ସୁଗାର ରୋଗୀ ଅଧିକ ଦେଖିବାକୁ ମିଳୁଛି ସବୁଠି  । ସେହି ରୋଗୀମାନେ ପିଜୁଳି ପତ୍ର ଚୋବାଇବା ଦ୍ୱାରା ସୁଗାର ନିୟନ୍ତ୍ରଣ ହୋଇଥାଏ ଶରୀରରେ । ପିଜୁଳି ପତ୍ର ଖାଇବା ଦ୍ୱାରା ଆଲର୍ଜି ମଧ୍ୟ ଦୂର ହୋଇଥାଏ । ସେହିପରି ନିୟମିତ ପିଜୁଳି ପତ୍ର ସେବନ କରିବା ମାଧ୍ୟମରେ ଆସ୍ଥମା ରୋଗରୁ ମଧ୍ୟ ଆରାମ ମିଳେ ।

ଆପଣ ପ୍ରତିଦିନ ପିଜୁଳି ପତ୍ର ଚା' ପିଇବା ପରେ ରକ୍ତରେ ଶର୍କରା ସ୍ତର କମିଯାଇଥାଏ । ଏକ ଅଧ୍ୟୟନରୁ ଅନୁଯାୟୀ ଯେତେବେଳେ ଟାଇପ୍-୨ ମଧୁମେହ ରୋଗୀଙ୍କୁ ପିଜୁଳି ପତ୍ର ଚା ଦିଆଯାଉଥିଲା, ସେମାନଙ୍କ ଖାଇବା ପରେ ସେମାନଙ୍କ ରକ୍ତରେ ଶର୍କରା ୧୦ ପ୍ରତିଶତରୁ ଅଧିକ କମିଯାଇଥିବା ଦେଖିବାକୁ ମିଳିଥିଲା । ସେହିପରି ମାସିକ ଯଦି ପିରିୟଡ ଯନ୍ତ୍ରଣା ହେବାର ସମସ୍ୟା ଥାଏ ତେବେ ଆପଣ ପିଜୁଳି ପତ୍ର ବ୍ୟବହାର କରିପାରିବେ । ଋତୁସ୍ରାବ ସମୟରେ  ପିଜୁଳି ପତ୍ର ଆରାମ ପ୍ରଦାନ କରିଥାଏ ।  ଏହାର ପ୍ରଭାବ ମଧ୍ୟ ଶରୀରରେ ଅଧିକ ସମୟ ପର୍ଯ୍ୟନ୍ତ ରହିଥାଏ।

ଡାଇରିଆ ଭଳି ସମସ୍ୟାରେ ପିଜୁଳି ପତ୍ର ଉପକାରୀ ହୋଇଥାଏ ।  ଆପଣଙ୍କର ଡାଇରିଆ ସମସ୍ୟା ପାଇଁ ଆପଣ  ଏହି ପତ୍ର ଖାଇପାରିବେ । ଏହା ଅତି ଶୀଘ୍ର ଏହି ସମସ୍ୟାକୁ ଭଲ କରିବାରେ ସାହାଯ୍ୟ କରିବ । ଅନ୍ୟପଟେ ଅନେକ ଅଧ୍ୟୟନରୁ ଜଣାପଡ଼ିଛି ଯେ ପିଜୁଳି ପତ୍ରଗୁଡିକ ମାଇକ୍ରୋବାୟଲ୍ । ଯାହା ଆପଣଙ୍କ ଅନ୍ତନଳୀରେ ଥିବା କ୍ଷତିକାରକ ମାଇକ୍ରୋବସକୁ ମାରିବାରେ ସାହାଯ୍ୟ କରେ । ପିଜୁଳି ପତ୍ରକୁ କର୍କଟ ବିରୋଧୀ ଭାବେ ମଧ୍ୟ ବିବେଚନା କରାଯାଏ । କେତେକ ଅଧ୍ୟୟନରେ, ଏହା ପ୍ରକାଶ ଯେ ପିଜୁଳି ପତ୍ର କର୍କଟ କୋଷର ବୃଦ୍ଧିରେ ବାଧା ସୃଷ୍ଟି କରିଥାଏ ଯାହାଦ୍ୱାରା ଏହା ଶରୀରରେ ବାଧା ସୃଷ୍ଟି କରିଥାଏ । ଏଥିରେ ଅଧିକ ପରିମାଣରେ ଶକ୍ତିଶାଳୀ ଆଣ୍ଟି-ଅକ୍ସିଡାଣ୍ଟ ଥାଏ ଯାହା କୋଷର କ୍ଷତିକୁ ରୋକିଥାଏ ଏବଂ ସେମାନଙ୍କୁ କର୍କିନୋଜେନିକ୍ ହେବାରୁ ରୋକିବାରେ ସାହାଯ୍ୟ କରେ । 

ଶୁଖିଲା ପିଜୁଳି ପତ୍ରକୁ ପାଣିରେ ଫୁଟାଇ ମହୁ ସହିତ ଚା ଭଳି ପିଇ ପାରିବେ । ଏହି ପତ୍ରର ପାଉଡର ତିଆରି କରି ଏହାକୁ ରଖିପାରିବେ ମଧ୍ୟ ।  ଆପଣ ଏହାକୁ ସାଲାଡ ହେଉ କିମ୍ବା ସୁପ୍ ଇତ୍ୟାଦିରେ ମିଶାଇ ପିଇ ପାରିବେ ପ୍ରତିଦିନ । ଏହା ବ୍ୟତୀତ ଏହାକୁ ଉଷୁମ ପାଣି ସହିତ ମଧ୍ୟ ପିଇପାରିବେ ଆପଣ । ପିଜୁଳି ପରି ଏହାର ପତ୍ରରେ ମଧ୍ୟ ଭିଟାମିନ୍ ସି ଅଧିକ ଥାଏ । ଏହି ଭିଟାମିନ୍ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଯାହାକି ଆଣ୍ଟି-ମାଇକ୍ରୋବାୟଲ୍ ଏବଂ ସଂକ୍ରମଣରୁ  ରକ୍ଷା କରିଥାଏ ଶରୀରକୁ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments