Health & Lifestyle

ବ୍ଲଡ ପ୍ରେସରରୁ ମୁକ୍ତି ଦେବ ଷ୍ଟ୍ରବେରୀ

ଷ୍ଟ୍ରବେରୀର ସ୍ୱାଦ ହିସାବରେ ଟିକେ ଖଟା ହୋଇଥାଏ ଫଳରେ ଆଣ୍ଟିଅକ୍ସିଡାଣ୍ଟ୍‌, ଭିଟାମିନ୍ ସି, ପୋଟାସିୟମ୍, ଏବଂ ଓମେଗା -୩ ଫ୍ୟାଟି ଏସିଡ୍ ଭରପୂର ଥିବାରୁ ହିଁ ଏହା ଉଚ୍ଚ ରକ୍ତଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

28 July, 2022 4:32 PM IST By: Sudesna Nayak

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନେକଙ୍କ କ୍ଷେତ୍ରରେ ବ୍ଲଡ ପ୍ରେସର (Blood Pressure)ସମସ୍ୟା ଦେଖିବାକୁ ମିଳୁଛି । କେହି କେହି ହାଇ ବ୍ଲଡ ପ୍ରେସର (High Blood Pressure) ସମସ୍ୟାର ସାମ୍ନା କରୁଥିବା ବେଳେ, ଆଉ କେହି କେହି ଲୋ ବ୍ଲଡ ପ୍ରେସର (low blood pressure)ସମସ୍ୟାର ସାମ୍ନା କରୁଛନ୍ତି ।

ସ୍ୱାସ୍ଥ୍ୟ ବିଶେଷଣଜ୍ଞଙ୍କ ମତରେ ଉଚ୍ଚ ରକ୍ତଚାପ (high blood pressure)ହେବା ପରେ ଖାଦ୍ୟରେ ଅଧିକ ତେଲ ଓ ଘିଅ ଜାତୀୟ ଖାଦ୍ୟ କମ ଖାଇବାକୁ ପଡେ । ତେବେ ଆଜି ଆସନ୍ତୁ ଜାଣିବା କେଉଁ କେଉଁ ଖାଦ୍ୟ ପଦାର୍ଥ ଉଚ୍ଚ ରକ୍ତ ଚାପ ସମସ୍ୟାରୁ ମୁକ୍ତି ଦେବ ।

ଦହି

ଦହି (Curd)ଉଚ୍ଚ ରକ୍ତଚାପର ଆଶଙ୍କା ହ୍ରାସ କରିଥାଏ ।

ସବୁଜ ପରିବା

ସବୁଜ ପରିବାରେ (Green Vegetables) ନାଇଟ୍ରେଟ୍ ଥାଏ ଯାହା ହଜମ ହେବା ପରେ ନାଇଟ୍ରିକ୍ ଅକ୍ସାଇଡ୍‌ରେ ପରିଣତ ହୁଏ | ନାଇଟ୍ରିକ୍ ଅକ୍ସାଇଡ୍ ରକ୍ତବାହୀକୁ ଆରାମ ଏବଂ ବିସ୍ତାର କରି ରକ୍ତଚାପକୁ ହ୍ରାସ କରିଥାଏ |

ପଇଡ ପାଣି

ପଇଡ ପାଣି (coconut water)ଆପଣଙ୍କୁ ହାଇଡ୍ରେଟ୍ ରଖେ ଏବଂ ସ୍ବାସ୍ଥ୍ୟ ପାଇଁ ବହୁ ଉପକାରୀ ।

ଡାଳିମ୍ବ

ଡାଳିମ୍ବ ଏନ୍‌ଜାଇମ୍ ACE ହ୍ରାସ କରିବାରେ ସାହାଯ୍ୟ କରେ ଯାହା ରକ୍ତ ବାହିକାର ଆକାରକୁ ହିଁ ନିୟନ୍ତ୍ରଣ କରିଥାଏ, ଫଳରେ ଶରୀରରୁ ରକ୍ତଚାପ ହ୍ରାସ ହୋଇଥାଏ ।

ଷ୍ଟ୍ରବେରୀ

ଷ୍ଟ୍ରବେରୀର (strawberry)ସ୍ୱାଦ ହିସାବରେ ଟିକେ ଖଟା ହୋଇଥାଏ ଫଳରେ ଆଣ୍ଟିଅକ୍ସିଡାଣ୍ଟ୍‌, ଭିଟାମିନ୍ ସି, ପୋଟାସିୟମ୍, ଏବଂ ଓମେଗା -୩ ଫ୍ୟାଟି ଏସିଡ୍ ଭରପୂର ଥିବାରୁ ହିଁ ଏହା ଉଚ୍ଚ ରକ୍ତଚାପ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ DOCTORଙ୍କର ପରାମର୍ଶ ନିଅନ୍ତୁ ।

ମୁଣ୍ଡବିନ୍ଧାର କାରଣ କଫି!

ବ୍ଳଡ୍ ପ୍ରେସର ଲେବୁଲକୁ କମ୍ କରେ ରସୁଣ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)