1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

Diabetes: ପ୍ରି-ଡାଇବେଟିସ, ଦେଖାଯାଏ ଏହି ଲକ୍ଷଣ!

ଏହି ରୋଗ ହେଲେ ରକ୍ତରେ ଶର୍କରା ସ୍ତର ବଢ଼ିଥାଏ .....

Tanushree Mahapatra
Tanushree Mahapatra
symptoms of Prediabetes, image source - pixeles

symptoms of Prediabetes, image source - pixeles

ଖାଦ୍ୟ ଅନୁଯାୟୀ ବିଭିନ୍ନ ରୋଗ ହେଉଥିବାର ଦେଖିବାକୁ ମିଳୁଛି ଯୁବପିଢ଼ିଙ୍କୁ l ବିଭିନ୍ନ ଲକ୍ଷଣ ଦେଖିବାକୁ ମିଳୁଛି ଯାହା ଜାଣି ପାରୁନାହାନ୍ତି ଯୁବପିଢ଼ି l ଯାହା ଶରୀରକୁ କରୁଛି ଦୁର୍ବଳ l ନୂଆ ଜୀବନଶୈଳୀ ଯୋଗୁଁ ଖାଦ୍ୟରେ ପରିବର୍ତ୍ତନ ହେଉଛି l

ସମୟ ଅଭାବ ଯୋଗୁଁ ହୋଟେଲ ଖାଦ୍ୟକୁ ଅଧିକ ଗୁତୁତ୍ତ୍ୱ ଦେଉଛନ୍ତି ଲୋକେ l ତେବେ ଏହି ଆର୍ଟିକଲ ମାଧ୍ୟମରେ ଆପଣ ପ୍ରି-ଡାଇବେଟିସ ର ଲକ୍ଷଣ ବିଷୟରେ ଜାଣିପାରିବେ l ଯଦି ଆପଣଙ୍କ ଶରୀରରେ ଏହିସବୁ ଲକ୍ଷଣ ଦେଖାଯାଏ ତେବେ ଆପଣ ତୁରନ୍ତ ଡାକ୍ତରଖାନା ଯାଆନ୍ତୁ ଏବଂ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ l

ଯଦି ଶରୀରରେ ଦେଖାଯାଉଛି ଏହି ଲକ୍ଷଣ। ତେବେ ଆପଣ ହୋଇଯାଆନ୍ତୁ ସାବଧାନ l ମଧୁମେହ ହେବା ପୂର୍ବରୁ ମଧୁମେହର ଅନେକ ପ୍ରକାର ଲକ୍ଷଣ ଶରୀରରେ ଦେଖିବାକୁ ମିଳେ । କାରଣ ଏହି ରୋଗ ହେଲେ ରକ୍ତରେ ଶର୍କରା ସ୍ତର ବଢ଼ିଥାଏ l ଯେଉଁଥିରେ ସାବଧାନ ନ ରହିଲେ ଏହା ଡାଇବେଟିସରେ ମଧ୍ୟ ପରିଣତ ହୋଇଥାଏ । ସେହିପରି ପ୍ରି ମଧୁମେହରେ ଲକ୍ଷଣ ଦେଖାଯିବା ପୂର୍ବରୁ ଆପଣ ସାବଧାନ ହୋଇଯିବା ଆବଶ୍ୟକ l ଏହାକୁ ଯେତେ ଶୀଘ୍ର ଆପଣ ଚିହ୍ନିବେ ମଧୁମେହରୁ ରକ୍ଷା ପାଇପାରିବେ ଖୁବ ଶୀଘ୍ର । ତେବେ ଆସନ୍ତୁ ଜାଣିବା ଏହି ମଧୁମେହ ହେବା ପୂର୍ବରୁ ଶରୀରରେ କେଉଁ କେଉଁ ଲକ୍ଷଣ ଦେଖାଯାଏ ।

ଯଦି ଆପଣଙ୍କୁ ଛୁଞ୍ଚି ପରି ଯନ୍ତ୍ରଣା କିମ୍ବା ପାଦରେ ଜ୍ୱଳନ ହେଉଛି କିମ୍ବା ତୁମର ଝାଳ ହଠାତ ଅଧିକ ଗନ୍ଧ ଆରମ୍ଭ କରେ । ଅଧ୍ୟୟନରୁ ଜଣାପଡିଛି ଯେ ଶରୀର ଦୁର୍ଗନ୍ଧ ଅଧିକ ହେବା ମଧୁମେହ ସହିତ ସିଧାସଳଖ ସମ୍ପର୍କ ରହିଛି । କେଶ ଓ ନଖ ନିୟମିତ କାଟିବା ପରେ ମଧ୍ୟ ଏହା ଶୀଘ୍ର ବଢୁଛି ତେବେ ସତର୍କ ରୁହନ୍ତୁ ।

ବାରମ୍ବାର ଶୋଷିଲା ଲାଗିବା । କେବଳ ସେତିକି ନୁହେଁ ଅଧିକ ଶୋଷିଲା ଅନୁଭବ କରିବା ଓ  ଅନେକ ଥର  ଗଳା ଓ ପାଟି ଶୁଖିଯିବା ଏହି ରୋଗର ଲକ୍ଷଣ ହୋଇପାରେ ।

ମଧୁମେହ ରୋଗ ଆରମ୍ଭ ହେବା ପୂର୍ବରୁ, କାନ ଓ ଜିଭରେ ଜମାଟ ବାନ୍ଧିବା ଆରମ୍ଭ କରେ । ଯଦି ଆଖିରେ ବାରମ୍ୱାର ଲୁହ କିମ୍ବା ପାଣି ଆସିଯାଉଛି, ତେବେ ଏହି ସମସ୍ୟା ମଧୁମେହର ପ୍ରାରମ୍ଭିକ ଲକ୍ଷଣ । ସେହିପରି  ବାରମ୍ବାର ଥଣ୍ଡା ପାଣି ପିଇବା କିମ୍ବା ଥଣ୍ଡା ଖାଦ୍ୟ ପାଇଁ ଇଚ୍ଛା ହେଉଛି, ତେବେ ଏହା ମଧୁମେହର ଲକ୍ଷଣ ହୋଇପାରେ । ଏହିପରି ଅନ୍ୟାନ୍ୟ କେତେକ ଲକ୍ଷଣ ରହିଛି ଯାହା ମଧୁମେହ ହେବାର ସମ୍ଭାବନା ତେବେ ଏଥିପାଇଁ ଏହି ଲକ୍ଷଣ ଅନୁଭବ ହେବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ l

ଉଚ୍ଚ ରକ୍ତ ଶର୍କରା ରହିବା ଦ୍ୱାରା ଜଣେ ବ୍ୟକ୍ତିଙ୍କ ରେଟିନାରେ ରକ୍ତବାହୀ ପରିବର୍ତ୍ତନ ମଧ୍ୟ ହୋଇପାରେ। ଯାହାଦ୍ୱାରା ଏହା ଆଖିର ଟିସୁରେ ଫୁଲା ଏବଂ ଦୃଷ୍ଟିଶକ୍ତି ଅସ୍ପଷ୍ଟ କରିବାରେ ସହାୟତା କରେ l ରକ୍ତରେ ଶର୍କରା ବୃଦ୍ଧି ଆଖିର ଲେନ୍ସର ଆକାରକୁ ମଧ୍ୟ ବଦଳାଇପାରେ, ଯାହା ଚିକିତ୍ସା କରା ନ ଗଲେ ଗୁରୁତର ସମସ୍ୟା ସୃଷ୍ଟି କରିପାରେ l ଏଥି ସହିତ ରେଟିନୋପାଥି, ଗ୍ଲୁକୋମା ଏବଂ ମୋତିଆବିନ୍ଦୁ ଭଳି ସମସ୍ୟା ହେବାର ଆଶଙ୍କା ମଧ୍ୟ ବଢିଥାଏ ।

ଅଧିକ ପଢ଼ନ୍ତୁ: 

LPG price cut: କମିଲା LPG ଗ୍ୟାସ ଦର, ଜାଣନ୍ତୁ କେତେ ହେଲା ଦାମ ?

Garlic: କଞ୍ଚା ରସୁଣ ଏହି ସବୁ ରୋଗର ଅମୋଘ ଔଷଧ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments