ଅଛି କି ୟୁରିକ ଏସିଡ଼ ? ୟୁରିକ ଏସିଡ଼ ଜନିତ ସମସ୍ୟାରେ ପୀଡି଼ତ ଲୋକ କିଛି ଫଳ ଠାରୁ ଦୁରେଇ ରୁହନ୍ତୁ । କାରଣ, ଏହି ଫଳ ଆପଣଙ୍କ ପାଇଁ ହୋଇପାରେ ବିଷ l ଏହାକୁ ଅଳ୍ପ ପରିମାଣରେ ଖାଇବା ଉଚିତ ଅଧିକ ଖାଇଲେ ଜୀବନ ସାରା ଭୋଗିବାକୁ ପଡି଼ବ କଷ୍ଟ l କାରଣ, ବିଶେଷଜ୍ଞମାନେ ଏବେଠାରୁ ଖାଦ୍ୟପେୟରେ ପରିବର୍ତ୍ତନ ଆଣି ଏକ ସ୍ବାସ୍ଥ୍ୟକର ଡାଏଟ୍ ଆପଣାଇବା ପାଇଁ ପରାମର୍ଶ ଦେଉଛନ୍ତି । ଶରୀରରେ ୟୁରିକ ଏସିଡ୍ର ମାତ୍ରା ବୃଦ୍ଧି ପାଇଲେ ଆପଣଙ୍କ ଶରୀରରେ ଗଣ୍ଠି ବାତ ଭଳି ସମସ୍ୟା ଦେଖିବାକୁ ମିଳିଥାଏ ।
ଯଦି ଜଣେ ବ୍ୟକ୍ତି ଉଚ୍ଚ ୟୁରିକ୍ ଏସିଡ୍ ସମସ୍ୟାରେ ଆକ୍ରାନ୍ତ ଅଛନ୍ତି, ତେବେ ତାଙ୍କୁ ଖାଦ୍ୟ ଚାର୍ଟ ଅନୁସରଣ କରିବାକୁ ପଡ଼ିବ । ଉଚ୍ଚ ୟୁରିକ୍ ଏସିଡ୍ ସମସ୍ୟା ସମୟରେ ଆପଣ ନିଜ ଖାଦ୍ୟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ l କାରଣ କିଛି ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କ ସମସ୍ୟା ଅଧିକ ବଢ଼ିପାରେ l ଏପରି କିଛି ଫଳ ରହିଛି ଯାହା ଉଚ୍ଚ ୟୁରିକ୍ ଏସିଡ୍ ସମୟରେ ଖାଇଲେ ଆପଣଙ୍କ ସମସ୍ୟା ବଢିପାରେ । ତେବେ ଆପଣ କଣ କଣ କହିବା ଅନୁଚିତ ଏହି ସମୟରେ ଜାଣି ରଖନ୍ତୁ l
ଉଚ୍ଚ ୟୁରିକ୍ ଏସିଡ୍ ସମୟରେ ଆପଲ୍ ଖାଇବା ଆଦୌ ଉଚିତ୍ ନୁହେଁ । କାରଣ ଆପଲ୍ ଖାଇବା ଦ୍ୱାରା ୟୁରିକ୍ ଏସିଡ୍ ବଢିପାରେ । ଅଙ୍ଗୁର ମଧ୍ୟ ଖାଇବା ଉଚିତ୍ ନୁହେଁ । ଏହି କାରଣରୁ ସମସ୍ୟା ଅଧିକ ଗମ୍ଭୀର ହେବାର ସମ୍ଭାବନା ରହିଛି । ୟୁରିକ୍ ଏସିଡ୍ ରୋଗରେ ଡାଲିର ବ୍ୟବହାର ଅଳ୍ପ କରିବା ଉଚିତ । ଏହା ଆର୍ଥ୍ରାଇଟିସ୍ ସମସ୍ୟାକୁ ଅଧିକ ବଢାଇପାରେ ।
ୟୁରିକ୍ ଏସିଡ୍ ରୋଗୀ ସେମାନଙ୍କ ଖାଦ୍ୟରୁ ସପେଟା କାଢିଦେବା ଉଚିତ୍ l ନଚେତ୍ ଏହି ସମସ୍ୟା ଅଧିକ ହୋଇପାରେ । ଏସବୁ ବ୍ୟତୀତ ରୋଗୀମାନେ କେଉଁ କେଉଁ ଫଳ ଖାଇବେ ନାହିଁ ଏଭଳି ପରିସ୍ଥିତିରେ ତାହା ବାବଦରେ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଜରୁରୀ ।
ଅଧିକ ପଢ଼ନ୍ତୁ
Share your comments