ଆପଣମାନେ ଜାଣିଛନ୍ତି କି ହଳଦୀ ବାଲା କ୍ଷୀର (Turmeric milk) ଅନେକ ଲୋକଙ୍କୁ କ୍ଷତି ପହଞ୍ଚେଇ ପାରେ । ଯଦି ଜାଣି ନାହାଁନ୍ତି ତାହେଲେ ଚାଲନ୍ତୁ ଆପଣଙ୍କୁ ଜଣାଇବୁ କି କେଉଁ କେଉଁ ଲୋକମାନଙ୍କୁ ଏହାର ସେବନ କରିବା ଉଚିତ ନୁହେଁ ଏବଂ ଏହାଦ୍ଵାରା କଣ କଣ କ୍ଷତି ହୋଇପାରେ ।
ଡାଇବେଟିସ ରୋଗୀ ରୁହନ୍ତୁ ଦୂରେଇ,ଜାଣନ୍ତୁ...
ଯେଉଁ ଲୋକମାନଙ୍କୁ ଡାଇବେଟିସ ଅର୍ଥାତ ଘରୋଇ କଥାବାର୍ତ୍ତାର ଭାଷାରେ ସୁଗାରର ରୋଗ ରହିଛି, ସେମାନଙ୍କୁ ହଳଦୀ ବାଲା କ୍ଷୀର (Turmeric milk) ପିଇବା ଉଚିତ ନୁହେଁ । କାରଣ ହଳଦୀରେ କରକ୍ୟୁମିନ ନାମକ ତତ୍ତ୍ଵ ରହିଥାଏ, ଯାହା ବ୍ଲଡ ସୁଗାରକୁ ପ୍ରଭାବିତ କରିଥାଏ । ଏଥିପାଇଁ ଡାଇବେଟିସ ରୋଗୀମାନଙ୍କୁ ଏହାର ସେବନ କରିବା ଉଚିତ ନୁହେଁ ।
ରକ୍ତସ୍ରାବ ଏବଂ ପାଇଲ୍ସ ରୋଗୀଙ୍କ ପାଇଁ କ୍ଷତିକାରକ,ଜାଣନ୍ତୁ...
ହଳଦୀ (Turmeric)ର ପ୍ରଭାବ ଗରମ ହୋଇଥାଏ, ଏହି କାରଣରୁ ଏହାର ସେବନ ପାଇଲ୍ସରେ ଆକ୍ରାନ୍ତ ଥିବା ଲୋକଙ୍କୁ କରିବା ଉଚିତ ନୁହେଁ । ଏହା ବ୍ୟତୀତ ରକ୍ତସ୍ରାବ ରୋଗରେ ଆକ୍ରାନ୍ତ ଥିବା ଲୋକଙ୍କୁ ମଧ୍ୟ ଏହାକୁ ଅଣଦେଖା କରିବା ଉଚିତ,କାରଣ ହଳଦୀ (Turmeric)ରେ ରକ୍ତକୁ ପତଳା କରିବାର କ୍ଷମତା ରହିଥାଏ, ଏବଂ ଏହି କାରଣରୁ ନାକରୁ ରକ୍ତ ବୋହିବାର ଆଶଙ୍କା ଅଧିକ ବଢ଼ିପାରେ ।
ଷ୍ଟୋନ କିମ୍ବା ଲିଭର ରୋଗୀମାନେ ମଧ୍ୟ ପିଅନ୍ତୁ ନାହିଁ ହଳଦୀ କ୍ଷୀର,ଜାଣନ୍ତୁ...
ଯେଉଁ ଲୋକମାନଙ୍କର ଲିଭର ସହିତ ଯୋଡା ଅନେକ ସମସ୍ୟାମାନ ରହିଛି ସେମାନେ ମଧ୍ୟ ହଳଦୀ ବାଲା କ୍ଷୀରର ସେବନ କରନ୍ତୁ ନାହିଁ । କାରଣ ଏହି ପ୍ରକାରର ଚିନ୍ତା ହଳଦୀ ବାଲା କ୍ଷୀର (Turmeric milk) କୁ ପିଇବା ଦ୍ବାରା ଠିକ ହେବା ପରିବର୍ତ୍ତେ ହିଁ ଆହୁରି ମଧ୍ୟ ଅଧିକ ବଢି ଯାଇପାରେ ।
ଆଲର୍ଜି ବାଲା ଲୋକମାନେ ମଧ୍ୟ ପିଅନ୍ତୁ ନାହିଁ ହଳଦୀ କ୍ଷୀର,ଜାଣନ୍ତୁ...
ଅନେକ ଲୋକଙ୍କର ଗରମ ଏବଂ ମସଲା ବାଲା ଜିନିଷରେ ଆଲର୍ଜି ରହିଥାଏ । ଏମିତି ଲୋକମାନେ ହଳଦୀ ବାଲା କ୍ଷୀର (Turmeric milk)ପିଇବାରୁ ବଞ୍ଚି ରୁହନ୍ତୁ ଏବଂ ଡାକ୍ତରଙ୍କ ଠାରୁ ପରାମର୍ଶ ନେବାପରେ ହିଁ ଏହାର ସେବନ କରନ୍ତୁ ।
ଆଇରନର କମୀ ବଢାଇଥାଏ,ଜାଣନ୍ତୁ...
ହଳଦୀ ବାଲା କ୍ଷୀରର ସେବନ ସେହି ଲୋକମାନେ ମଧ୍ୟ ବହୁ ମାତ୍ରାରେ କରିଥାନ୍ତି, ଯେଉଁମାନଙ୍କ ଶରୀରରେ ଆଇରନର କମୀ ରହିଥାଏ । ଏମିତି ଲୋକମାନଙ୍କୁ ଲାଗିଥାଏ କି ହଳଦୀ ବାଲା କ୍ଷୀର (Turmeric milk)ସେମାନଙ୍କୁ ଫାଇଦା ଦେବ କିନ୍ତୁ ଏହାର ଓଲଟା ହୋଇଥାଏ । ହଳଦୀ ବାଲା କ୍ଷୀର ଶରୀରରେ ଆଇରନର ମାତ୍ରାକୁ କମ କରି ଦେଇଥାଏ ।ଯେଉଁ କାରଣରୁ ଅନେକ ଅନ୍ୟ ରୋଗ ଉତ୍ପନ୍ନ ହୋଇପାରେ ।
୩ ଦିନ ସକାଳୁ ଖାଲି ପେଟରେ ପିଅନ୍ତୁ ଏହି ପାଣି, କୌଣସି ରୋଗ ପାଖ ମାଡିବନି...
Share your comments