1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ସ୍ୱାସ୍ଥ୍ୟକର ଅଖରୋଟ : ଜାଣିନିଅନ୍ତୁ ଏହାର ୫ଟି ଫାଇଦା

ଶରୀର ସୁସ୍ଥ ରଖିବା ପାଇଁ ସମସ୍ତେ ବିଭିନ୍ନ ପ୍ରକାର ଖାଦ୍ୟ ଆପଣେଇଥାନ୍ତି l ସେହି ମଧ୍ୟରୁ ଅଖରୋଟ ପ୍ରତିଦିନ ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ଏହାକୁ ଖାଇଲେ କେବଳ ହାର୍ଟ ଫିଟ୍ ରହି ନଥାଏ, ବରଂ ଏହାକୁ ପ୍ରତିଦିନ ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ଦୂରେଇଥାଏ ।

KJ Staff
KJ Staff
walnuts will save you from heart disease, image source - pexels.com

walnuts will save you from heart disease, image source - pexels.com

ଶରୀର ସୁସ୍ଥ ରଖିବା ପାଇଁ ସମସ୍ତେ ବିଭିନ୍ନ ପ୍ରକାର ଖାଦ୍ୟ ଆପଣେଇଥାନ୍ତି l ସେହି ମଧ୍ୟରୁ ଅଖରୋଟ ପ୍ରତିଦିନ ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ । ଏହାକୁ ଖାଇଲେ କେବଳ ହାର୍ଟ ଫିଟ୍ ରହି ନଥାଏ, ବରଂ ଏହାକୁ ପ୍ରତିଦିନ ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ଦୂରେଇଥାଏ ।

ବିଶେଷଜ୍ଞଙ୍କ ମତରେ ଯେଉଁ ବ୍ୟକ୍ତିଙ୍କର ହାର୍ଟ ସମ୍ବନ୍ଧିତ ସମସ୍ୟା ରହିଛି ସେମାନେ ପ୍ରତ୍ୟେକ ଦିନ ଅଖରୋଟ ସେବନ କରିବା ଭଲ । ସେହିପରି ଅଖରୋଟର ନିୟମିତ ସେବନ କରିବା ଦ୍ୱାରା ହୃଦଘାତର ବିପତିକୁ ଦୂରେଇବାରେ ସାହାଯ୍ୟ କରେ । ସବୁଠାରୁ ବଡ କଥା ହେଲା ପ୍ରତ୍ୟେକ ଦିନ ଅଖରୋଟ ଖାଇବା ଦ୍ୱାରା ଶରୀରରେ ରକ୍ତ ଜମାଟ ବାନ୍ଧିବା ଭଳି ସମସ୍ୟା ଦେଖାଯିବ ନାହିଁ । 

ନିୟମିତ ଭାବେ ଏହାକୁ ସେବନ କରିବା ଦ୍ୱାରା ଶରୀରରେ ଲିପିଡ ମେଟାବୋଲିଜିମ ଉନ୍ନତ ହୋଇଥାଏ । ଯାହାଦ୍ୱାରା ଜଣେ ସୁସ୍ଥ ମଣିଷ ଶରୀରରେ ଭଲ ପ୍ରଭାବ ପକାଇଥାଏ । ସେହିପରି ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିଙ୍କ ପାଇଁ ଅଖରୋଟ ବହୁତ ମୂଲ୍ୟବାନ ପ୍ରମାଣିତ । ଏହାକୁ ପ୍ରତିଦିନ ବିଭିନ୍ନ ଉପାୟରେ ସେବନ କରିବା ଦ୍ୱାରା ସେବନ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ । 

ପ୍ରତ୍ୟେକ ଦିନ ଆପଣ ରାତିରେ କ୍ଷୀର ସହିତ ଅଖରୋଟ ଖାଇ ପାରିବେ । କ୍ଷୀରରେ ଅଖରୋଟକୁ ଫୁଟାଇ ଆପଣ ସେବନ କରିପାରିବେ l ସେହିପରି ଶୋଇବାର କିଛି ସମୟ ପୂର୍ବରୁ ଗରମ କ୍ଷୀରରେ ଭିଜାଇଥିବା ଅଖରୋଟ ଯୁକ୍ତ କ୍ଷୀରକୁ ପିଇପାରିବେ ଆପଣ । ଏହା ଅଖରୋଟର ଉତ୍ତାପକୁ ହ୍ରାସ କରିବା ସହିତ ସ୍ୱାସ୍ଥ୍ୟ ପାଇଁ ସର୍ବାଧିକ ଲାଭ ମଧ୍ୟ ଦେଇଥାଏ | ରାତିରେ ଭୋଜନ କରିବା ସମୟରେ ଅନେକ ଖାଦ୍ୟ ସହ ଆପଣ ଅଖରୋଟକୁ ମିଶାଇ ଖାଇପାରିବେ । ସେହିପରି ପୁଡିଂ, କ୍ଷୀରି , ମିଠା ବ୍ୟତୀତ ଏହାକୁ ସକାଳର ଶସ୍ୟ, ରୁଟି ଟୋଷ୍ଟ ଏବଂ ଓଟସ୍ ରେ ମିଶାଇ ମଧ୍ୟ ଖାଇ ପାରିବେ ।  ଏହା ଶରୀର ପାଇଁ ଖୁବ ଲାଭବାନ ସାବ୍ୟସ୍ତ ହୋଇଥାଏ ଜଣେ ସୁସ୍ଥ ମନୁଷ୍ୟ ପାଇଁ l

ଆଖିତଳ କଳା ପଡୁଥିଲେ ଆପଣ ପ୍ରତିଦିନ ନିଜ ଡାଏଟରେ ଏହି ଅଖରୋଟ ସାମିଲ କରି କରନ୍ତୁ । ଯାହା ଦ୍ବାରା, ଆପଣଙ୍କ ଆଖିତଳ କଳାଦାଗ ଦୂର କରିବାରେ ଏହା ସାହାଯ୍ୟ କରେ । ପ୍ରତିଦିନ ଅଖରୋଟ ସେବନ କରିବା ଦ୍ବାରା, ଏହା ଆପଣଙ୍କ ତ୍ବଚାକୁ କମୋଳ ଓ ଚମକଦାର କରିବାରେ ସାହାଯ୍ୟ କରିବ । ପ୍ରତିଦିନ ଅଖରୋଟ ଖାଇବା ଦ୍ବାରା  ତ୍ବଚାରେ ପ୍ରକୃତିକ ଚମକ ଆସିବା ସହିତ ଆପଣଙ୍କ ତ୍ବଚାରେ କୁଞ୍ଚନ ପଡୁଥିଲେ ତାହା କମ୍ କରିବାରେ ମଧ୍ୟ ସାହାଯ୍ୟ କରେ । ଉତ୍ତମ ସ୍ବାସ୍ଥ୍ୟ ପାଇଁ ନୁହେଁ ବରଂ ସୁସ୍ଥ ଓ ସୁନ୍ଦର ତ୍ବଚା ପାଇଁ  ମଧ୍ୟ ବେଶ  ଲାଭଦାୟକ ଅଖରୋଟ । 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments