Health & Lifestyle

ଆପଣ ବି ତରଭୁଜକୁ ଫ୍ରିଜ୍‌ରେ ରଖୁଛନ୍ତି କି? ହୋଇଯାଆନ୍ତୁ ସାବଧାନ...

ଗ୍ରୀଷ୍ମ ଋତୁରେ, ଲୋକମାନେ ନିଜ ଫ୍ରିଜ୍‌ରେ ସମସ୍ତ ପ୍ରକାରର ଋତୁକାଳୀନ ଫଳ ସଂରକ୍ଷଣ କରିବା ଆରମ୍ଭ କରନ୍ତି । କାରଣ ଫଳଗୁଡିକ ଫ୍ରିଜ୍‌ରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିପାରେ । କିନ୍ତୁ ଏମିତି କିଛି ଫଳ ଅଛି କି ଯାହାକୁ ଫ୍ରିଜରେ ରଖିବା ଠିକ୍ ନୁହେଁ । କାରଣ ଏହାକୁ ଫ୍ରିଜ୍‌ରେ ରଖିବା ଦ୍ୱାରା କେବଳ ଏହାର ସ୍ୱାଦ ହିଁ ବଦଳି ନଥାଏ, ବରଂ ଏହା ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।

09 May, 2022 4:45 PM IST By: Sudesna Nayak

ଗ୍ରୀଷ୍ମ ଋତୁରେ, ଲୋକମାନେ ନିଜ ଫ୍ରିଜ୍‌ରେ ସମସ୍ତ ପ୍ରକାରର ଋତୁକାଳୀନ ଫଳ ସଂରକ୍ଷଣ କରିବା ଆରମ୍ଭ କରନ୍ତି । କାରଣ ଫଳଗୁଡିକ ଫ୍ରିଜ୍‌ରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିପାରେ । କିନ୍ତୁ ଏମିତି କିଛି ଫଳ ଅଛି କି ଯାହାକୁ ଫ୍ରିଜରେ ରଖିବା ଠିକ୍ ନୁହେଁ । କାରଣ ଏହାକୁ ଫ୍ରିଜ୍‌ରେ ରଖିବା ଦ୍ୱାରା କେବଳ ଏହାର ସ୍ୱାଦ ହିଁ ବଦଳି ନଥାଏ, ବରଂ ଏହା ଆମ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।

ସୂଚନା ଅନୁଯାୟୀ, ଗ୍ରୀଷ୍ମ ଋତୁରେ ସବୁଠାରୁ ଅଧିକ ଖିଆଯାଉଥିବା ଫଳ ମଧ୍ୟରେ ତରଭୁଜ (Watermelon) ଅନ୍ୟତମ । ଏଥିରେ ପ୍ରଚୁର ପରିମାଣର ଜଳୀୟ ଅଂଶ ଥିବାରୁ ଏହା ଆମ ଶରୀରକୁ ଶିତଳତା ପ୍ରଦାନ କରେ ।

ଏହା ସହିତ ଏହା ମଧ୍ୟ ପୁଷ୍ଟିକରରେ ଭରପୂର । ଡି.କେ ପ୍ରକାଶନ ଦାରା ପ୍ରକାଶିତ ପୁସ୍ତକ 'ହିଲିଙ୍ଗ୍‌ ଫୁଡ୍' ଅନୁଯାୟୀ ସିଟ୍ରୁଲାଇନ୍ ନାମକ ଏକ ଗୁରୁତ୍ୱପୂର୍ଣ୍ଣ ଆମିନୋ ଏସିଡ୍ ତରଭୁଜ (Watermelon)ତନ୍ତୁରୁ ମିଳିଥାଏ । ଏହା ନାଇଟ୍ରିକ୍ ଅକ୍ସାଇଡ୍ ଉତ୍ପାଦନକୁ ପରିଚାଳନା କରି ରକ୍ତଚାପକୁ ନିୟନ୍ତ୍ରଣ କରେ ଏବଂ ରକ୍ତ ପ୍ରବାହକୁ ବଢେଇଇଥାଏ । କିନ୍ତୁ ଏହାକୁ ଫ୍ରିଜ୍‌ରେ ରଖିବା ଦ୍ୱାରା ଶରୀର ପ୍ରତି କ୍ଷତିକାରକ ହୋଇଥାଏ ।

ତରଭୁଜ (Watermelon)କୁ ଫ୍ରିଜ୍‌ରେ ରଖିବା ଏକ ସାଧାରଣ କଥା ହୋଇଯାଇଛି । ଗରମ ଦିନରେ ଥଣ୍ଡା ତରଭୁଜ (Watermelon)କୁ ସମସ୍ତେ ଖାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ଏହା କରିବା ଦ୍ୱାରା ଏହାର ପୁଷ୍ଟିକର ପରିମାଣ କମିଯାଏ। USDA ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ଏହା କୁହାଯାଇଛି । କୁହାଯାଇଛି ଯେ ରୁମ୍‌ ଟେମ୍ପେରେଚରରେ ଥିବା ତରଭୁଜ (Watermelon)ଗୁଡ଼ିକ ଅଧିକ ପୁଷ୍ଟିକରରେ ଭରପୂର ଥିବା ବେଳେ ଫ୍ରିଜ୍‌ରେ ଥିବା ତରଭୁଜରେ ଏହି ପରିମାଣ କମିଯାଏ ।

USDA ର ଦକ୍ଷିଣ କେନ୍ଦ୍ରୀୟ କୃଷି ଅନୁସନ୍ଧାନ ଗବେଷଣା କେନ୍ଦ୍ରର ଅନୁସନ୍ଧାନକାରୀମାନେ ୧୪ ଦିନ ଧରି ବିଭିନ୍ନ ପ୍ରକାରର ତରଭୁଜକୁ ପରୀକ୍ଷା କରିଥିଲେ । ସେମାନେ ଏହି ତରଭୁଜ (Watermelon)ଗୁଡ଼ିକୁ ୭୦-, ୫୫- ଏବଂ ୪୧- ଡିଗ୍ରୀ ଫାରେନ୍‌ହାଇଟ୍‌ରେ ସଂରକ୍ଷଣ କରିଥିଲେ । ସେମାନେ ଜାଣିବାକୁ ପାଇଲେ ଯେ ଯେଉଁଗୁଡିକ ୭୦- ଡ଼ିଗ୍ରୀ ଫାରେନ୍‌ହାଇଟ୍‌ରେ ଥିଲା ତାହା ରେଫ୍ରିଜରେଟରରେ ଥିବା ତରଭୁଜ ଠାରୁ ଅଧିକ ପୁଷ୍ଟିକର ଥିଲା ।

ବିଶେଷଜ୍ଞଙ୍କ ମତରେ ତରଭୁଜ (Watermelon)କୁ ଗଛରୁ ତୋଳାଯିବା ପରେ ମଧ୍ୟ ଏହା କିଛି ପୋଷକ ତତ୍ତ୍ୱ ଉତ୍ପାଦନ କରିବା ଜାରି ରଖେ । କିନ୍ତୁ ଏହାକୁ ଫ୍ରିଜ୍‌ରେ ରଖିବା ଦ୍ୱାରା ଏହି ପ୍ରକ୍ରିୟା ମନ୍ଥର ହୋଇଯାଏ ନଚେତ ବନ୍ଦ ହୋଇଯାଏ ।

ପ୍ରକାଶ ଥାଉ ଯେ, ତେବେ ଉପରୋକ୍ତ କାରଣଗୁଡିକୁ ବିଚାରକୁ ନେଲେ ତରଭୁଜ (Watermelon)କୁ ଫ୍ରିଜ୍‌ରେ ରଖିବା ବଦଳରେ ଘରର ତାପମାତ୍ରାରେ ରଖିବା ଉଚିତ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ତରଭୁଜ (Watermelon) ଖାଆନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ ଯେ, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ହିଁ ନିଶ୍ଚିତ ଭାବରେ ଡାକ୍ତରଙ୍କର ପରାମର୍ଶ ଜରୁରୀ ନିଅନ୍ତୁ ।

ଖାଦ୍ୟ ଖାଇବା ପରେ ଭୁଲ୍‌ରେ କରନ୍ତୁ ନାହିଁ ଏହି କାମ, ଭୋଗିବେ ସମସ୍ୟା

ମାଂସ ଖାଉଥିବା ପିଲାମାନଙ୍କଠାରେ ଦେଖାଯିବ ଏହି ବିପଦ,ଜାଣନ୍ତୁ...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)