Health & Lifestyle

ସାନିଟାରି ପ୍ୟାଡ ବଦଳରେ ଏହାକୁ ବ୍ୟବହାର କରିବା ଆବଶ୍ୟକ

ମହିଳାମାନଙ୍କ ସହିତ ଋତୁସ୍ରାବ ଅଙ୍ଗାଙ୍ଗୀ ଭାବେ ଜଡିତ । ପ୍ରତିମାସରେ ପ୍ରାୟ ୭ଦିନ ଧରି ମହିଳା ମାନଙ୍କୁ ଏହି ସ୍ଥିତି ଦେଇ ଗତି କରିବାକୁ ପଡିଥାଏ । ତେବେ ଏହି ସମୟରେ ମହିଳାମାନେ ନିଜ ଶରୀରରୁ ଯାତ ହେଉଥିବା ରକ୍ତକୁ ରୋକିବା ପାଇଁ ବିଭିନ୍ନ ଜିନିଷ ପରିଧାନ କରନ୍ତି ।

26 November, 2022 5:20 PM IST By: Tanushree Mahapatra

ମହିଳାମାନଙ୍କ ସହିତ ଋତୁସ୍ରାବ ( menstrual ) ଅଙ୍ଗାଙ୍ଗୀ ଭାବେ ଜଡିତ । ପ୍ରତିମାସରେ ପ୍ରାୟ ୭ଦିନ ଧରି ମହିଳା ମାନଙ୍କୁ ଏହି ସ୍ଥିତି ଦେଇ ଗତି କରିବାକୁ ପଡିଥାଏ । ତେବେ ଏହି ସମୟରେ ମହିଳାମାନେ ନିଜ ଶରୀରରୁ ଯାତ ହେଉଥିବା ରକ୍ତକୁ ( blood ) ରୋକିବା ପାଇଁ ବିଭିନ୍ନ ଜିନିଷ ପରିଧାନ କରନ୍ତି । ତେବେ କହିବାକୁ ଗଲେ ଭାରତର ବର୍ଷର ଖୁବ କମ ମହିଳା ଅଛନ୍ତି ଯେଉଁମାନେ ଏହି ସବୁ ବିକଳ୍ପ ବିଷୟରେ ଜାଣିଥିବେ । ମହିଳାମାନଙ୍କୁ ସଚେତନ ରହିବା ପାଇଁ ସରକାର ବହୁ କାର୍ଯ୍ୟକ୍ରମ ବହୁ ଯୋଜନା ମଧ୍ୟ ହାତକୁ ନେଉଛନ୍ତି । ଏହାକୁ ନେଇ ବହୁ ସମୟରେ ଅନିୟମିତତା ମଧ୍ୟ ଦେଖିବାକୁ ମିଳୁଛି ।

ସରକାର ମହିଳାମାନଙ୍କ ପାଇଁ ସାନିଟାରି ପ୍ୟାଡ ମଧ୍ୟ ଆବଣ୍ଟନ କରୁଛନ୍ତି କିନ୍ତୁ ବର୍ତ୍ତମାନ ସର୍ଭେରୁ ସୂଚନା ମିଳୁଛି ଏହି ସାନିଟାରୀ ପ୍ୟାଡରୁ କ୍ୟାନ୍ସର ହେବାର ମାତ୍ରା ବୃଦ୍ଧି ପାଉଛି । ଏକ ଅଧ୍ୟୟନରୁ ଜଣା ପଡିଛି ଯେ ନ୍ୟାପକିନର ବ୍ୟବହାରରେ କ୍ୟାନ୍ସର ହେବାର ବିପଦ ବଢିପାରେ । ସାନିଟାରୀ ପ୍ରଡକ୍ଟରେ ଅନେକ ଗମ୍ଭୀର କେମିକାଲ କାରସିନୋଜନ, ରିପ୍ରୋଡକ୍ଟିଭ୍ ଟକ୍ସିସ୍, ଏଣ୍ଡୋକ୍ରାଇନ ଡିସରପ୍ଟର୍ସ ଏବଂ ଏଲରଜିନ୍ସ ମିଳିଥାଏ, ଯାହା କ୍ୟାନ୍ସରର କାରକ ସାଜିଥାଏ  ।

ମହିଳାଙ୍କ ଉପରେ ଗମ୍ଭୀର କେମିକାଲର ପ୍ରଭାବ ଅଧିକ ରହିଥାଏ। ଏହି କାରଣରୁ କ୍ୟାନ୍ସରର ବିପଦ ଆହୁରି ବଢିଯାଏ । ସାନିଟାରୀ କେବଳ ବିଏସଆଇ ମାନକ ଅନ୍ତର୍ଗତରେ ଆସୁଛି । ମାତ୍ର ସେଥିରେ କେମିକାଲକୁ ନେଇ କୌଣସି ନିୟମ ନାହିଁ, ଯାହା ନିଶ୍ଚିତ ପକ୍ଷେ ଉଦବେଗର କଥା ଯାହା ମହିଳା ଙ୍କ ପାଇଁ ଉପଯୁକ୍ତ ନୁହେଁ । ତେବେ ବର୍ତ୍ତମାନ ଏହା ବଡ ସମସ୍ୟା ଯେ ମହିଳା ମାନେ କଣ ବ୍ୟବହାର କରିପାରିବେ ଚିନ୍ତାର ବିଷୟ  ।

ମହିଳା ମାନେ ପ୍ରଥମେ ଅଧିକ ମାତ୍ରାରେ କପଡା ବ୍ୟବହାର କରୁଥିଲେ । କିନ୍ତୁ ସମସ୍ତ ମହିଳା ମାନଙ୍କର ଋତୁସ୍ରାବ ର ପ୍ରବାହ ସମାନ ନଥାଏ । ଆଉ କପଡା ବ୍ୟବହାର ଦ୍ୱାରା ମହିଳା ମାନେ ମଧ୍ୟ ନାନାଦି ରୋଗରେ ପିଡିତ ହୋଇଥାନ୍ତି  । ଏହା ପରେ ସାନିଟାରୀ ପ୍ୟାଡର ଆବିଷ୍ମାର ହୋଇଥିଲା  ଏହାକୁ ପ୍ରଥମେ ପ୍ରଥମେ ମହିଳା ବ୍ୟବହାର କରିବାକୁ ମଙ୍ଗୁ ନଥିଲେ । କିନ୍ତୁ ପରେ ସଚେତନତା ହେତୁ ମହିଳା ଏହାକୁ ବ୍ୟବହାର କରିବାକୁ ଲାଗିଲେ l ଏକ ସର୍ଭେ ରିର୍ପୋଟ ଅନୁଯାୟୀ ମୋଟ ଭାରତୀୟ ମହିଳାର ୬୪ ଭାଗ ସାନିଟାରୀ ପ୍ୟାଡ ବ୍ୟବହାର କରୁଛନ୍ତିି । ଏହା ପରେ ୪୯ ପ୍ରତିଶତ ଏବେ ବି କପଡା ବ୍ୟବହାର କରୁଛନ୍ତି । ଏବଂ ୦.୩ ପ୍ରତିଶତ ଏବେ ମେନ୍ସୁରାଲ କପର ବ୍ୟବହାର କରୁଛନ୍ତି ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବହୁ ଶିକ୍ଷିତ ଲୋକମାନେ ମଧ୍ୟ ଏହା ବିଷୟରେ ଜାଣି ନାହାନ୍ତି । ଏହାକୁ କିପରି ବ୍ୟବହାର କରିବା ଏହାକୁ ବ୍ୟବହାର କରିବା ଦ୍ୱାରା କେଉଁ କେଉଁ ଲାଭ ରହିଥାଏ ଏହା ବିଷୟରେ ସେମାନଙ୍କର ଅଭିଜ୍ଞତା ଶୂନ ରହିଛି । ମୁଖ୍ୟତଃ ମେନ୍ସୁରାଲ କପ ଇକୋ ପ୍ରେଣ୍ଡଲି ଅଟେ । ଏହାକୁ ଆପଣ ଏକ ବିକଳ୍ପ ଭାବେ ଚୟନ କରି ପାରିବେ । ଏହା ସିଲିକନରେ ନିର୍ମିତ । ଏହାକୁ ମହିଳା ମାନଙ୍କର ଗୁପ୍ତଅଙ୍ଗରେ ପରିଧାନ କରାଯାଏ । ଗୋଟିଏ ମେନ୍ସୁରାଲ କପକୁ ଆପଣ ୬ମାସରୁ ୧ ବର୍ଷ ପର୍ଯ୍ୟନ୍ତ ବିନା କୌଣସି ଅସୁବିଧାରେ ପରିଧାନ କରିପାରିବେ । ଏହା ବିଭିନ୍ନ ଆକାରରେ ମଧ୍ୟ ବଜାରରେ ମିଳେ ।

ଏହାକୁ ଥରେ ବ୍ୟବହାର କରି ଆପଣ ଏହାକୁ ଗରମ ପାଣିରେ ସଫା କରି ପୁନଃ ବ୍ୟବହାର ମଧ୍ୟ କରିପାରିବେ । ଏହା ପ୍ୟାଡ,କପଡା,ଟ୍ୟାମ୍ପନ ଆଦି ଠାରୁ ଅଧିକ ରକ୍ତ ବହନ କରିପାରେ । ଏହା ପରିବେଶ ପାଇଁ କୌଣସି କ୍ଷତି କରେ ନାହିଁ । ତେବେ ମେନ୍ସୁରାଲ କପ ବ୍ୟବହାର କରିବାରେ ପ୍ରଥମେ ପ୍ରଥମେ ଟିକିଏ ଅସୁବିଧା ହୋଇଥାଏ । ଏହାକୁ ବାଦ ଦେଲେ ଏହାର ସଠିକ ସାଇଜ ନିଜ ପାଇଁ ବାଛିବାରେ ଅସୁବିଧା ହୋଇପାରେ । ଏହାକୁ କାଢ଼ିବା ପିନ୍ଧିବାରେ ଆପଣ ବିରକ୍ତ ହୋଇ ପାରନ୍ତି । ଏହାକୁ ପରିଧାନ ସମୟରେ ବେଳେ ବେଳେ ଗୁପ୍ତଅଙ୍ଗରେ ଆଲେର୍ଜି ମଧ୍ୟ ହୋଇଥାଏ । ତେଣୁ ଏହା ସବୁ କୁ ଛାଡିଦେଲେ ଏହା ଏକ ଭଲ ବିକଳ୍ପ ଅଟେ ।

ସ୍ୱାସ୍ଥ୍ୟ ପାଇଁ ହିତକର ପୁଦିନା ପତ୍ର

ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ଲେମ୍ବୁ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)