1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ସ୍ୱାସ୍ଥ୍ୟ ପାଇଁ ହିତକର ପୁଦିନା ପତ୍ର

ପୁଦିନା (ମିଂଟ୍ ) ହେଉଛି ମାନବ ସଭ୍ୟତା ସହ ଜଡିତ ପୁରାତନ ଜଡିବୁଟି । ପୁଦିନାରେ ଉଲ୍ଲେଖନୀୟ ଔଷଧୀୟ ଉପାଦାନ ରହିଛି । ଏଥିରେ ପଲିଫେନଲ୍ସ ବହୁମାତ୍ରାରେ ରହିଛି । ପୁଦିନା ଏକ ଗୁଳ୍ମ ଜାତୀୟ ଉଦ୍ଭିଦ । ଏହା ଅତି ବେଶୀରେ ଏକ ଫୁଟ ପର୍ଯ୍ୟନ୍ତ ବଢ଼ିଥାଏ । ଏହା ଏକ ଲୋକପ୍ରିୟ ତଥା ଉପକାରୀ ବନୌଷଧୀ । ପ୍ରାୟତଃ ଗାଁ ଗହଳିରେ ଲୋକଙ୍କ ବାଡି ବଗିଚାରେ ପୁଦିନା ପତ୍ର ଭରପୁର ରହିଥାଏ । ପୁଦିନା ପତ୍ରରେ ଅନେକ୍ ଔଷଧିୟ ଗୁଣ ଭରି ରହିଥାଏ । ଏହା ବିଭିନ୍ନ ପ୍ରକାର ବ୍ୟଞ୍ଜନର ସ୍ୱାଦ ବଢାଇବା ସହିତ , ସ୍ୱାସ୍ଥ୍ୟ ପାଇଁ ବହୁତ୍ ଉପକାରୀ ହୋଇଥାଏ । ଅନେକ୍ ରୋଗବେମାରୀ ଠାରୁ ରକ୍ଷା କରିବାରେ ଏହା ସହାୟକ ହୁଏ ।

Sudesna Nayak
Sudesna Nayak
mint leaves

ପୁଦିନା ପତ୍ରରେ ବହୁ ପରିମାଣରେ କାର୍ମିନେଟିଭ ଓ ଆଣ୍ଟି ସ୍ପାସମୋଡିକ ଉପାଦାନ ରହିଛି । ଆରବ୍ରୋ ଫାର୍ମାର ନିର୍ଦ୍ଦେଶକ ସୌରଭ ଆରୋରାଙ୍କ ମତରେ ପୁଦିନା ପତ୍ରରେ କ୍ୟାଲୋରୀ, ପ୍ରୋଟିନ ଓ ଫ୍ୟାଟ୍ସ କମ ପରିମାଣରେ ଥାଏ । ଭିଟାମିନ ଏ, ସି ଓ ବି-କଂପ୍ଲେକ୍ସ ବି ପୁଦିନା ପତ୍ରରେ ବହୁ ପରିମାଣରେ ଥାଏ , ଯାହାକି ତ୍ବଚାକୁ ଭଲ ରଖେ ଓ ପ୍ରତିରୋଧକ ଶକ୍ତି ବଢାଏ । ପୁଦିନାରେ ପ୍ରଚୁର ପରିମାଣରେ ଲୌହସାର, ପୋଟାସିୟମ ଓ ମାଙ୍ଗାନିଜ ବି ରହିଛି, ଯାହାଦ୍ବାରା ହିମୋଗ୍ଲୋବିନ ବୃଦ୍ଧି ପାଇବା ସହ ମସ୍ତିଷ୍କର କାର୍ଯ୍ୟ ବି ଭଲଭାବେ ସଂଞ୍ଚାଳିତ ହୁଏ । ପୁଦିନାରେ ଉଲ୍ଲେଖନୀୟ ଔଷଧୀୟ ଉପାଦାନ ରହିଛି । ଏଥିରେ ପଲିଫେନଲ୍ସ ବହୁମାତ୍ରାରେ ରହିଛି । ଯାହାକି ତ୍ବଚାକୁ ଭଲ ରଖେ ଓ ପ୍ରତିରୋଧକ ଶକ୍ତି ବଢାଏ ।

ପୁଦିନା ପତ୍ରର ସ୍ବାସ୍ଥ୍ୟଗତ ଫାଇଦା

ପୁଦିନାରେ ଆଂଟିଅକ୍ସିଡାଣ୍ଟ, ମେନ୍ଥଲ ଓ ଫାଇଟୋନ୍ୟୁଟ୍ରିଏଂଟସ ବହୁ ପରିମାଣରେ ଥାଏ, ଯାହା କି ଏନଜାଇମକୁ ଖାଦ୍ୟ ହଜମ କରିବାରେ ସହାୟକ ହୁଏ । ଏସିଡିଟି ହ୍ରାସ କରିଥାଏ ।

ନିୟମିତ ଭାବେ ପୁଦିନା ସେବନ କଲେ ଛାତି ସଂକୋଚନ ଲାଘବ ହୁଏ । ପୁଦିନାରେ ଥିବା ମିଥାନଲ ସଂକୋଚମକରଣ ଭାବେ କାମ କରେ ।

ପୁଦିନାରେ ଥିବା ମେନ୍ଥଲ ମାଂସପେଶୀକୁ ଆରାମ ଦେବା ସହ ଯନ୍ତ୍ରଣା କମ କରିଥାଏ । କପାଳରେ ପୁଦିନା ରସ ପ୍ରଲେପ କଲେ ମୁଣ୍ଡବ୍ୟଥାରୁ ମୁକ୍ତି ମିଳେ ।

ଆରୋମାଥେରାପିରେ ପୁଦିନାର ବହୁଳ ବ୍ୟବହାର ହୋଇଥାଏ । ପୁଦିନାର ଏକ ତୀବ୍ର ବାସ୍ନା ଅବସାଦ ହ୍ରାସ କରିବାରେ ସହାୟକ ହେବା ସହ ଶରୀର ଓ ମନକୁ ତାଜା ରଖେ ।

ପୁଦିନାରେ ପ୍ରଦାହ ନିରୋଧୀ ଓ ବ୍ୟାକଟେରିଆ ନିରୋଧୀ ଉପାଦାନ ଥାଏ, ଯାହା କି ବ୍ରଣର ଚିକିତ୍ସା କରିଥାଏ । ଏହାଛଡା ପୁଦିନା ପତ୍ରରେ ଉଚ୍ଚ ପରିମାଣରେ ସାଲିସାଇଲିକ ଏସିଡ୍ ଥାଏ । ଏହା ବ୍ରଣ ବିରୋଧରେ କାମରେ ଆସେ ।

ପୁଦିନା ପତ୍ର ଚୋବାଇଲେ ଓରାଲ ହାଇଜିନ୍‌ରେ ଉନ୍ନତି ଆସେ । ଦନ୍ତ ସ୍ବାସ୍ଥ୍ୟ ବି ଭଲ ରହେ । ଏହାଦ୍ବାରା ଦାନ୍ତ ଓ ମାଢି ଶକ୍ତ ରହେ ।

ଗବେଷଣା ଅନୁସାରେ ପୁଦିନା ପତ୍ର ପ୍ରଖର ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରେ । ନିୟମିତ ପୁଦିନା ସେବନ କଲେ ମସ୍ତିଷ୍କର ଶକ୍ତି ବୃଦ୍ଧି ହୁଏ ।

ପୁଦିନା ହେଉଛି ଆରୋନାଟିକ ହର୍ବ । ଏହା ଆପଣଙ୍କ ଓଜନ ହ୍ରାସ କରିବାରେ ସହାୟକ ହୁଏ ।

ପୁଦିନାର ଏସେନସିଆଲ ଅଏଲ ଡାଇଜେଷ୍ଟିଭ ଏନଜାଇମକୁ ପ୍ରୋତ୍ସାହିତ କରେ । ଫଳରେ ଖାଦ୍ୟ ଭଲ ହଜମ ହୋଇଥାଏ ।

ଗର୍ଭବତୀଙ୍କୁ ପୁଦିନା ପତ୍ର ଦେଲେ ବାନ୍ତିଜନିତ ଅସୁସ୍ଥତା ହୋଇ ନଥାଏ ।

ଅଧିକ ପଢିବା ପାଇଁ କ୍ଲିକ କରନ୍ତୁ...

ଅଁଳାର ବହୁ ଔଷଧୀୟ ଗୁଣ

ଗ୍ରୀନ୍ ସୋୟାବିନ, ଆପଣ ଜାଣନ୍ତି କି ? ?

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments