1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଏହି ରୋଗୀଙ୍କୁ ଜାମୁକୋଳି ଖାଇବା ମନା ?

ଜାମୁକୋଳି ଏକ ଋତୁକାଳୀନ ଫଳ ଅଟେ । ବର୍ଷା ଋତୁ ଆସିଲେ ଗଛରେ ଜାମୁକୋଳି ବହୁଳ ମାତ୍ରାରେ ଦେଖିବାକୁ ମିଳିଥାଏ । ଏହି ଋତୁରେ ଜାମୁକୋଳି ବହୁତ ଆନନ୍ଦରେ ଖାଇଥାନ୍ତି ସମସ୍ତେ । ଦେଖାଯାଏ ଯେ ଅନେକ ଲୋକ ଜାମୁକୋଳି ଖାଇବା ପରେ ତାର ମଞ୍ଜିକୁ ଅଦରକାରୀ ଭାବରେ ଫୋପାଡ଼ି ଦେଇଥାନ୍ତି ।

Tanushree Mahapatra
Tanushree Mahapatra
Who refused to eat black berries  , image source - twitter

Who refused to eat black berries , image source - twitter

ଜାମୁକୋଳି ଏକ ଋତୁକାଳୀନ ଫଳ ଅଟେ । ବର୍ଷା ଋତୁ ଆସିଲେ ଗଛରେ ଜାମୁକୋଳି ବହୁଳ ମାତ୍ରାରେ ଦେଖିବାକୁ ମିଳିଥାଏ । ଏହି ଋତୁରେ ଜାମୁକୋଳି ବହୁତ ଆନନ୍ଦରେ ଖାଇଥାନ୍ତି ସମସ୍ତେ ।ଦେଖାଯାଏ ଯେ ଅନେକ ଲୋକ ଜାମୁକୋଳି ଖାଇବା ପରେ ତାର ମଞ୍ଜିକୁ ଅଦରକାରୀ ଭାବରେ ଫୋପାଡ଼ି ଦେଇଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଜାମୁକୋଳି ମଞ୍ଜି ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ ? ଜାମୁକୋଳି ମଞ୍ଜିରୁ ପାଉଡର ତିଆରି କରି ଏହାକୁ ବ୍ୟବହାର କରିପାରିବେ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ।

ବର୍ଷାଦିନ ଆରମ୍ଭ ହେବା ସହ ଜାମୁକୋଳି ଗାଁ ଗହଳିରେ ଭରପୁର ପରିମାଣରେ ମିଳେ । ଏହି ରସାଳ ଫଳରେ ଥିବା ପୋଷକ ତତ୍ତ୍ବ ସ୍ବାସ୍ଥ୍ୟ ପକ୍ଷେ ଅତ୍ୟନ୍ତ ହିତକର ଅଟେ । ଆୟୁର୍ବେଦ ଅନୁଯାୟୀ, ଏହା ଅନେକ ରୋଗର ମହୌଷଧି ଭାବେ କାର୍ଯ୍ୟ କରିଥାଏ । ଅନ୍ୟପକ୍ଷରେ ମାତ୍ରାଧିକ ଜାମୁକୋଳି ଖାଇବା ଦ୍ବାରା ସ୍ବାସ୍ଥ୍ୟହାନି ମଧ୍ୟ ହୋଇଥାଏ । ତେବେ କେଉଁ ରୋଗୀ ଜାମୁକୋଳି ଖାଇବା ଉଚିତ ଏବଂ କେଉଁମାନେ ଏହା ଖାଇବା ଅନୁଚିତ ଏହା ଜାଣିବା ନିତ୍ୟାନ୍ତ ଜରୁରୀ l

ଜାମୁକୋଳିରେ ପୃଷ୍ଟିସାର, ଚର୍ବି, ତନ୍ତୁ, ଶ୍ଵେତସାର, କାଲସିୟମ, ଫସଫରସ, ଲୌହ, ଭିଟାମିନ ବି ଓ ସି ଥାଏ । ଜାମୁକୋଳିରେ ଭଲ ସ୍କ୍ୱାସ ହୁଏ । ଜାମୁକୋଳି ଗଛର କାଠରେ ଭଲ ଆସବାସ ତିଆରି ହୁଏ । ଔଷଧୀୟ ଗୁଣରେ ଭରପୁର ଜାମୁକୋଳି । ଆୟୁର୍ବେଦ ଅନୁସାରେ ଜାମୁ କୋଳିକୁ ଏକ ଗୁରୁତ୍ୱପୂର୍ଣ୍ଣ ଔଷଧ ଭାବେ ବିବେଚନା କରାଯାଏ। ଜାମୁକୋଳି ,ଏହାର ମଞ୍ଜି ,ଗଛର ଛାଲି ଓ ତାହାର ପତ୍ର ଔଷଧୀୟ ଗୁଣରେ ଭରପୁର ଅଟେ । ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ଏ,ସି ଓ କେରୋଟିନ୍ ରହିଛି । ଜାମୁକୋଳିର ମଞ୍ଜିରେ ଗ୍ଲାକୋସାଇଡ, ଜାମ୍ବଲିଂନ ଆଦି ମିଳିଥାଏ। ଯାହା ଆମ ରୋଗର ଚିକିତ୍ସା ପାଇଁ ସାହାର୍ଯ୍ୟ କରିଥାଏ ।

ଏଥିରୁ ଆପଣଙ୍କୁ ଲୌହ ,କ୍ୟାଲସିୟମ୍ଅ,ପ୍ରୋଟିନ,ଫାଇବର ଓ କାର୍ବୋହାଇଡ୍ରେଟ ଆଦି ପୋଷଣ ମିଳିଥାଏ l ଏହା ଆପଣଙ୍କର ବ୍ରଣ ସମସ୍ୟାର ସମାଧାନ କରିଥାଏ l ଯଦି ଆପଣଙ୍କର ବ୍ରଣଜନିତ କିଛି ସମସ୍ୟା ଥାଏ, ଆପଣ ଏହି ପତ୍ରର ରସକୁ ମୁଁହରେ ଲଗାଇପାରିବେ l ଜାମୁର ଡାଳ ଏକ ରକ୍ତ ବିଶୁଦ୍ଧକାରକ ରୂପେ କାମ କରେ l ଏହା ସହ ଏଥିରେ ଥିବା ଲୌହ ଆପଣଙ୍କ ରକ୍ତରେ ଥିବା ଲୌହର ଅଭାବକୁ ପୂରଣ କରେ l ଯଦି ଆପଣଙ୍କର ସୁଗାର ସମ୍ଭନ୍ଧୀୟ କିଛି ସମସ୍ୟା ଥାଏ ତ ଆପଣ ଜାମୁ କୋଳି ମଞ୍ଜିରେ ପାଉଡର ତିଆରି କରି ଏହାକୁ ଖାଇପାରିବେ l ଏହା କରିବା ଦ୍ୱାରା ଆପଣଙ୍କ ଶରୀରରେ ସୁଗାର ଲେବଲ ହ୍ରାସ ହୋଇଥାଏ l

ସେହିଭଳି ଅଧିକ ଜାମୁକୋଳି ଖାଇବା ଦ୍ବାରା ରକ୍ତ ଜମାଟ ବାନ୍ଧିବା ସମସ୍ୟା ଉତ୍ପନ୍ନ ହୋଇଥାଏ ଶରୀରରେ । ଯେଉଁମାନେ ଏଥେରୋସ୍କୋଲେରୋସିସ୍‌ ରୋଗରେ ପୀଡିତ,ସେମାନେ ଆଦୌ ଜାମୁକୋଳି ଖାଇବା ଅନୁଚିତ ଅଟେ । ଜାମୁକୋଳି ଶରୀରର ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ, ତେଣୁ ଉଚ୍ଚ ରକ୍ତଚାପ ରୋଗୀ ଏହାକୁ ସେବନ କରିବା ଦ୍ୱାରା ତାଙ୍କ ସ୍ୱାସ୍ଥ୍ୟ ପାଇଁ ଏହା ଖୁବ ଲାଭଦାୟକ ହୋଇଥାଏ । ଉଚ୍ଚ ରକ୍ତଚାପ ଥିବା ରୋଗୀ ଅଧିକ ମାତ୍ରାରେ ଜାମୁକୋଳି ଖାଇବା ଦ୍ବାରା ସେମାନେ ନିମ୍ନ ରକ୍ତଚାପରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ।

ସେହିପରି ଜାମୁକୋଳିରେ ଭିଟାମିନ୍‌ ସି’ର ପରିମାଣ ଭରପୂର ରହିଛି l ଏହାର ଅଧିକ ସେବନ ଦ୍ବାରା ମଣିଷର ପାଚନ ଶକ୍ତିରେ ସମସ୍ୟା ଦେଖାଦିଏ । ଏଥିଯୋଗୁ ଶରୀରରେ ଗ୍ୟାସ୍‌ ଓ କୋଷ୍ଠକାଠିନ୍ୟ ସମସ୍ୟା ସୃଷ୍ଟି ହୋଇଥାଏ । ତେବେ ଅତ୍ୟଧିକ ଜାମୁକୋଳି ଖାଇବା ଦ୍ୱାରା ବ୍ରଣ ସମସ୍ୟା ମଧ୍ୟ ଦେଖାଦଇଥାଏ ମହିଳା ଏବଂ ପୁରୁଷ ଉଭୟଙ୍କ କ୍ଷେତ୍ରରେ । ତେବେ ଜାମୁକୋଳି ଖାଇବା ଶରୀର ପାଇଁ ଖୁବ ଭଲ ହୋଇଥାଏ କିନ୍ତୁ ଏହାକୁ ଅତ୍ୟଧିକ ମାତ୍ରାରେ କହିବା ଦ୍ୱାରା  ଏହା ଶରୀରରେ ଖରାପ ପ୍ରଭାବ ପକାଇଥାଏ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments