1. ଉଦ୍ୟାନ କୃଷି

ଏହି ପନିପରିବା ଚାଷ ରେ ମିଳିବ ସର୍ବାଧିକ ଲାଭ !

ଏହି ପନିପରିବା ଚାଷ ରେ ମିଳିବ ସର୍ବାଧିକ ଲାଭ !

KJ Staff
KJ Staff

ରବି ଋତୁ ର ଆଗମନ ରେ ନୂତନ କୃଷି ଲାଗି ଚାଷୀ ପ୍ରସ୍ତୁତ ହୋଇଥାଏ |ଏହି ସବୁ ମଧ୍ୟରେ ପନିପରିବା ଚାଷ ନିହାତି ଭାବେ ଲାଭଦାୟକ |ତେବେ ସମସ୍ତ ପରିବା ମଧ୍ୟରୁ କେତୋଟି ସର୍ବାଧିକ ଅମଳ ଏବଂ ଲାଭଦାୟକ ପରିବା ଚାଷ ବିଷୟରେ ଜାଣନ୍ତୁ :

୧) ବିନ୍ସ :


ବିନ୍ସ ଏକ ଅତି ଲାଭଦାୟକ ପରିବା ହେବ ସହ ଏକ ଡାଲି ଜାତୀୟ ଫସଲ ହୋଇଥିବାରୁ ମୃତିକା ରେ ମଧ୍ୟ ପୋଷାକ ତତ୍ୱ ବିଶେଷ କରି ଯବକ୍ଷାରଜାନ ର ମାତ୍ରା କୁ ବୃଦ୍ଧି କରିଥାଏ |
ଏହା ସହ ବିନ୍ସ ଏକ ଯନ୍ତା ଫସଲ ସଦୃଶ ବହୁ ପ୍ରକାର କୀଟ ଓ ରୋଗପୋକ ଠାରୁ ମଧ୍ୟ ମୁଖ୍ୟ ଫସଲ କୁ ସୁରକ୍ଷା ଦେଇଥାଏ |
ବିନ୍ସ କୁ ଆପଣ ବିଭିନ୍ନ ଅନ୍ୟ ଫସଲ ସହ ମଧ୍ୟ ଚାଷ କରିପାରିବେ |

 

ଏହା ବେଶ ଶୀଘ୍ର ବଢେ ଏବଂ ଅତ୍ୟଧିକ ଘାସ ସମସ୍ୟା ରୁ ମୁକ୍ତି ଦେଇଥାଏ |
ଏହାକୁ ଚାଷ କରିବାକୁ ମଧ୍ୟ ଆପଣଙ୍କୁ ବିଶେଷ କରି ଯବକ୍ଷାରଜାନ ର ଆବଶ୍ୟକତା ପଡିବ ନାହିଁ |
ମୃତିକା ର ଅମ୍ଳତା ୫.୫ ରୁ ୬. ମଧ୍ୟ ରେ ରହିବା ଆବଶ୍ୟକ ଏବଂ ଏହା ରବି ଋତୁ ରେ ଚାଷ କରିହେବ |ଏହାର ଚେର ଅଧିକ ଗଭୀର ମଧ୍ୟକୁ ଯାଏ ନାହିଁ ତେଣୁ ଏହା ଲାଗି ମଳଚ ର ବ୍ୟବସ୍ତା କରନ୍ତୁ |ଗଛ ରେ ଛୁଇଁ ଧରିବା ଆରମ୍ଭ ହେଲେ ନିୟମିତ ଜଳସେଚନ କରନ୍ତୁ ଏବଂ ଜମି ରେ ଜଳ ନିଷ୍କାସନ ବ୍ୟବସ୍ତା ନିଶ୍ଚିନ୍ତ ରଖନ୍ତୁ |

ଏହା ୧୦୦ ଓ ୨୦୦ କୁଇଣ୍ଟାଲ ପ୍ରତି ହେକ୍ଟର ପର୍ଯ୍ୟନ୍ତ ଅମଳ ଦେବ |ଅଧିକ ଅମଳ ଲାଗି ନିୟମିତ ଛୁଇଁ ତୋଳାନ୍ତୁ ,ଗଛ ଅଧିକ ଅମଳ ଦେବ |

 

୨)ଟମାଟର:

ରବି ଋତୁ ରେ ସର୍ବାଧିକ ଲାଭ ଦେଉଥିବା ଫସଲ ମଧ୍ୟରେ ଟମାଟର ଅନ୍ୟତମ |ଏହାକୁ ଆପଣ ବର୍ଷକୁ ୪ ଥର ଅମଳ କରିପାରିବେ |ଏହାକୁ ମଞ୍ଜି ସାହାଯ୍ୟରେ ଚାଷ କରିହୁଏ ଏବଂ ଏହା ସହ ମଞ୍ଜି ବୁଣିବାର ୩ ରୁ ୪ ମାସ ମଧ୍ୟରେ ଏହାକୁ ଅମଳ ମଧ୍ୟ କରି ହୁଏ |
ମନେ ରଖନ୍ତୁ ଟମାଟର ଅତ୍ୟଧିକ ସ୍ୱରାଜ୍ୟଲୋକ ରେ ଭଲ ଅମଳ ଦିଏ ନାହିଁ |
ବାଲିଆ ରୁ ଆରମ୍ଭ କରି ଦୋରସା ମାଟି ରେ ଟମାଟର ଚାଷ କରିହେବ ଏବଂ ଏହା ଏକର ପ୍ରତି ୧୦ ଟନ ର ଅମଳ ଦେଇଥାଏ |

 

୩)ଆଳୁ :

ରବି ଋତୁ ରେ ଆଳୁ ଚାଷ ସବୁଠାରୁ ଲାଭଦାୟକ |ଏହାକୁ ଚାଷ କରିବାକୁ ହେଲେ ତାପମାତ୍ରା ୨୦ ରୁ ୨୪ ଡିଗ୍ରୀ ମଧ୍ୟରେ ରହିବ ଆବଶ୍ୟକ |ବାଲିଆ ଏବଂ ଦୋରସା ମାଟି ଯେଉଁଥିରେ ପୋଷାକ ତତ୍ୱ ରହିଥିବା ,ସେହି ସମସ୍ତ ମାଟିରେ ଆଳୁ ବେଶ ଅଧିକ ଅମଳ ଦେଇଥାଏ| ମାଟି ରେ ଅମ୍ଳତା ୫.୪ରୁ ୬ ମଧ୍ୟରେ ରହିବା ଆବଶ୍ୟକ |ଉତ୍ତମ ମାନ ର ବିହନ ର ଚୟନ କରି ଏହାକୁ ଚାଷ କରନ୍ତୁ ଏବଂ ଲଗାଇବାର ୭୫ ରୁ ୧୨୦ ଦିନ ମଧ୍ୟରେ ଅମଳ କରନ୍ତୁ |ନାଲି ଆଳୁ ମଧ୍ୟ ଚାଷ କରି ଆପଣ ବେଶ ଲାଭବାନ ହୋଇପାରିବେ |
ଏହା ମଧ୍ୟ ହାରାହାରି ଏକର କୁ ୧୦ ଟନ ପର୍ଯ୍ୟନ୍ତ ଅମଳ ଦେଇପାରିବ |

୪)କାକୁଡି :

କାକୁଡି ମଧ୍ୟ ପାରିବ ମାନଙ୍କ ମଧ୍ୟରେ ବେଶ ଲାଭଦାୟକ|ଏହାକୁ ଅମଳ କରି ଆପଣ ପାରିବ ଭାବେ ବିକ୍ରି କରିବା ସହ ଏହାକୁ ଫଳ ପରି ମଧ୍ୟ ଖାଇହେବ |କାକୁଡି ର ବିଭିନ୍ନ ପ୍ରଜାତି ମାନଙ୍କ ମଧ୍ୟରୁ ମଞ୍ଜି ନଥିବା କିସମ ସବୁଠାରୁ ଅଧିକ ଲାଭଦାୟକ |ଏହା ମୁଖ୍ୟତ ଗ୍ରୀଷ୍ମ ଋତୁ ରେ ଚାଷ କରାଯାଇଥାଏ ଏବଂ ବୁନ୍ଦା ଜଳସେଚନ ଏହା ଲାଗ ଇ ପ୍ରକୃଷ୍ଟ |ଏହା ସହ ଗ୍ରୀନ ହାଉସ ବ୍ୟତୀତ କାକୁଡି କୁ ମୁଖ୍ୟ ଜମି ରେ ମଧ୍ୟ ଚାଷ କରିପାରିବେ |ଏକର ପ୍ରତି ହାରାହାରି ୧୨୦୦୦ କାକୁଡି ଗଛ ଲଗାଇପାରିବେ ଏବଂ ପ୍ରତି ଥର ଏମାନେ ୫ ରୁ ୭ କି.ଗ୍ରା ଏ ଅମଳ ଦେଇଥାନ୍ତି |

 

୫)ଲଙ୍କାମରିଚ :

ଲଙ୍କା ମଧ୍ୟ ୦.୪ ଟନ ହେକ୍ଟର ପ୍ରତି ଅମଳ ଦେଇଥାଏ |ଏହା ମଧ୍ୟ ବର୍ଷକୁ ୧୨ ମାସ ବେଶ ଅଧିକ ଅମଳ ଦେଇଥାଏ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments