1. ଉଦ୍ୟାନ କୃଷି

ପବନରେ ପନିପରିବା ଚାଷ, ଖର୍ଚ୍ଚ କମ୍ ପ୍ରଚୁର ଲାଭ

Sudesna Nayak
Sudesna Nayak
aeroponic farming : IIT Bombay Graduates Turn Barren Land into Soil-Less Farming Haven; Save 80% Water

aeroponic farming : IIT Bombay Graduates Turn Barren Land into Soil-Less Farming Haven; Save 80% Water

ହାଇଡ୍ରୋପୋନିକ୍‌ ଫାର୍ମିଂ ବିଷୟରେ ପ୍ରାୟ ସମସ୍ତେ ଜାଣନ୍ତି । ଏହି ପଦ୍ଧତିରେ ବିନା ମାଟିରେ କେବଳ ପାଣିରେ ହିଁ ଚାଷ କରାଯାଉଛି । ଏବେ ବିନା ମାଟିରେ ଝୁଲନ୍ତା ଅବସ୍ଥାରେ ପନିପରିବା ଫଳାଇପାରିବେ । ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ଭବ ହେଉଛି ଏରୋପୋନିକ୍‌ (aeroponics)ଫାର୍ମିଂ ଦ୍ୱାରା ।

ଏବେ ଭାରତର ଜନସଂଖ୍ୟା ଦ୍ରୁତ ଗତିରେ ଦିନକୁ ଦିନ ବଢ଼ିବାରେ ଲାଗିଛି । ଭବିଷ୍ୟତରେ ଏତେ ଲୋକଙ୍କୁ ଖାଦ୍ୟ ଯୋଗାଇବା କାଠିକର ପାଠ ହୋଇଯିବ । ଭବିଷ୍ୟତର ଏହି ଖାଦ୍ୟ ସମସ୍ୟା (food demand) କୁ ଦୃଷ୍ଟିରେ ରଖି ଆଇଆଇଟି ବମ୍ବେ ସ୍ନାତକ ଅମିତ କୁମାର ଏବଂ ଅଭୟ ସିଂ ଏକ ମଧ୍ୟମିକମ କୃଷି ପ୍ରଯୁକ୍ତିବିଦ୍ୟା ଉଦ୍ଭାବନ କରି ପାରମ୍ପାରିକ ପଦ୍ଧତି ତୁଳନାରେ 80% ଜଳ ସଞ୍ଚୟ କରିବା ସହିତ 75% ଦ୍ରୁତ ଗତିରେ ଚାଷ କରିପାରୁଛନ୍ତି ।

ଚାଷ କରିବାର ଅନେକ ଉପାୟ ଉପଲବ୍ଧ ଥିଲେ କୌଣସି ଉପାୟ ଏତେ ପରିମାଣରେ ସ୍ଥାୟୀ ନୁହଁ ବୋଲି କହିଛନ୍ତି ଅମିତ । ଉଦାହରଣ ସ୍ୱରୂପ, ଜୈବିକ କୃଷି ଦ୍ୱାରା ଅମଳ ବହୁତ ଶୀଘ୍ର ନୁହେଁ, ଏବଂ ବଢୁଥିବା ଜନସଂଖ୍ୟାର ଭୋକ ମେଣ୍ଟାଇବାକୁ ପ୍ରଯ୍ୟୁଯ୍ୟ ନୁହଁ । ସେହିଭଳି କୋକୋ ପିଟ୍ (coko peat) ଭିତ୍ତିକ ଚାଷରେ ମଧ୍ୟ ପ୍ରତ୍ୟେକ ଅମଳ ପରେ କୋକୋ ପିଟ୍ ବଦଳାଇବାକୁ ପଡିବ ଯାହା ପ୍ରକ୍ରିୟା ମହଙ୍ଗା (expensive) ଏବଂ ଅଧିକ ଶ୍ରମୟୁକ୍ତ (laborious) ।
ସେମାନେ ଏହି ମୂର୍ତ୍ତିକା ବିହୀନ ଚାଷରେ (aeroponics) ଗଛ କୁ ଯାହା ଦରକାର ଯେମିତି ସୂର୍ଯ୍ୟକିରଣ ,ଜଳ ,ପୋଷକ ତତ୍ତ୍ୱ ,ଅମ୍ଳଜାନ ସବୁକିଛି ବନ୍ଦ କୋଠରୀ ମଧ୍ୟରେ ପ୍ରଦାନ କରିଥିଲେ । ଗଛ ର ମୂଳକୁ ଆବଶ୍ୟକତା ଅନୁଯାଇ ପୋଷକ ତତ୍ତ୍ୱ ସ୍ପ୍ରେ କରିଥିଲେ । ଗଛର ମୂଳଗୁଡିକ ବାୟୁ ରେ ଝୁଲିରହିଥିଲେ ଏବଂ ଏଠି ପାଇଁ କୌଣସି ମାଟି ର ଆବଶ୍ୟକତା ନଥିଲା । ତାଙ୍କ କମ୍ପାନୀ ପରିବା ମଧ୍ୟରେ କାକୁଡି, ଟମାଟୋ, ବାଇଗଣ, ଚିଲି, ହଳଦୀ , ବାଇଗଣ , ଧନିଆ ଏବଂ ଫଳ ମଧ୍ୟରେ ତରଭୁଜ ପରି ଫଳ ଚାଷ କରିଥିଲେ ।

ଅମିତ କହିଛନ୍ତି , ସିକ୍କିମ୍ ହେଉଛି ପ୍ରଥମ ରାଜ୍ୟ ଯିଏ ଜୈବିକ ଚାଷକୁ (organic farming) ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରିଥିଲା, କିନ୍ତୁ ପରେ ସେମାନେ ମଧ୍ୟ ପ୍ରାକୃତିକ ଖତ କିଣିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଜୈବିକ ଚାଷର ପଦ୍ଧତି ଖର୍ଚ୍ଚ ହ୍ରାସ କରିପାରେ, କିନ୍ତୁ ଏହା ଅମଳ ମଧ୍ୟ ହ୍ରାସ କରିଥାଏ ,ଯାହାଦ୍ୱାରା କୃଷକଙ୍କ ଲାଭ କମିଯାଏ । ଅଧିକନ୍ତୁ, ଏକ ମୃତ୍ତିକା ଭିତ୍ତିକ ଚାଷ ପ୍ରଣାଳୀରେ 60-80 ପ୍ରତିଶତ ଜଳ ନଷ୍ଟ ହୋଇଥାଏ । କିନ୍ତୁ ଏହି କୌଶଳ ସହିତ ଅମଳ ଶୀଘ୍ର ହୋଇଥାଏ ଏବଂ ଏହାକୁ ସଂରକ୍ଷଣ(conservation) ଏବଂ ପୁନବ୍ୟବହାର (re utilise) କରାଯାଇ ପାରୁଥିବାରୁ ଜଳ ଅପଚୟ କୁ ରୋକିଥାଏ ।

ସର୍ବୋତ୍ତମ କଥା ହେଉଛି ଏହି ଜ୍ଞାନ କୌଶଳରେ କୌଣସିବି ଋତୁରେ ଚାଷ କରାଯାଇ ଭଲ ଫସଲ ଅମଳ କରିହବ । ଆମ ଜନସଂଖ୍ୟା ଅନୁଯାୟୀ ଆବଶ୍ୟକ ଟମାଟୋର ଏକ ପ୍ରତିଶତ ବୃଦ୍ଧି ପାଇଁ ଆମକୁ 20,000 ଏକର ଉର୍ବର ଜମି ଆବଶ୍ୟକ । କିନ୍ତୁ ଆମର ଟେକ୍ନୋଲୋଜି ସହିତ ଆମେ 16,000 ଏକରରେ ସମାନ ଉତ୍ପାଦନ କରିପାରିବା ଏବଂ ଏଥି ପାଇଁ ଉର୍ବର ଜମିର ମଧ୍ୟ ଆବଶ୍ୟକତା ନାହିଁ ବୋଲି କହିଛନ୍ତି କମ୍ପାନୀ ର ମୁଖ୍ୟ ଅଭୟ ସିଂ ।

ପ୍ରକାଶ ଥାଉ ଯେ, ବଜାରରେ ଏବେ ଏହି ଚାଷର ଚାହିଦା ରହିଛି । ପ୍ରାୟତଃ ଏହି ଚାଷ କାର୍ଯ୍ୟ କରିବାକୁ ଯୁବ ପିଢ଼ି ଉତ୍ସାହ ଦେଖାଉଛନ୍ତି । ଅନେକ ରାଜ୍ୟରେ ଏହି ଚାଷ କାର୍ଯ୍ୟ ପାଇଁ ସରକାର ସେମାନଙ୍କୁ ସାହାଯ୍ୟ ମଧ୍ୟ କରୁଛନ୍ତି । ଏହି ଚାଷ ରୁ ଉତ୍ପାଦ ହେଉଥିବା ଫଳ ତଥା ପନିପରିବା ଶରୀର ପାଇଁ ମଧ୍ୟ ହିତକାର ।

ଆସ କରିବା କମଳା ଚାଷ, ଜାଣନ୍ତୁ କେତେ ମିଳିବ ଲାଭ?

ବରକୋଳି ଚାଷ କରି ରୋଜଗାର କରନ୍ତୁ ଲକ୍ଷ ଲକ୍ଷ ଟଙ୍କା...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

Latest feeds

More News