1. ଉଦ୍ୟାନ କୃଷି

ବରକୋଳି ଚାଷ କରି ରୋଜଗାର କରନ୍ତୁ ଲକ୍ଷ ଲକ୍ଷ ଟଙ୍କା...

Priyambada Rana
Priyambada Rana
Cultivation and Benefits of Jujube Fruits

Cultivation and Benefits of Jujube Fruits

ବରକୋଳି(jujube Fruit) ନାଁ ସୁଣିବା ମାତ୍ରେ ସମସ୍ତଙ୍କ ପାଟିରେ ଲାଳ ଆସିଯାଏ । ବାଳୁତଙ୍କଠୁ ଆରମ୍ଭ କରି ବୃଦ୍ଧ ବନିତା ସମସ୍ତଙ୍କୁ ବରକୋଳି ଖାଇବାକୁ ଖୁବ୍ ପସନ୍ଦ ।ଏହା ଏକ ପୁରାତନ ଓ ପୃଷ୍ଟିକର ଫଳ ଏବଂ ଏଥିରେ ବହୁ ପରିମାଣରେ ଭିଟାମିନ୍ ‘ସି’(Vitamin-C), ‘ଏ’ ଓ ‘ବି’ ଥାଏ। ବରକୋଳିରେ ଭଲ ଆଚାର ପ୍ରସ୍ତୁତ ହୁଏ। ଏହାର ଗଛ,ଡାଳ ଓ ପତ୍ର ହିନ୍ଦୁମାନଙ୍କର ପୂଜା, ବିବାହ ପ୍ରଭୃତ୍ତି ବିଭିନ୍ନ ପବିତ୍ର କର୍ମରେ ବ୍ୟବହୃତ ହୋଇଥାଏ ।

ଏହାର ଉତ୍ପତ୍ତି ସ୍ଥଳ ଭାରତ-ବର୍ମା ଅଞ୍ଚଳ ବୋଲି କୁହାଯାଏ। କେତେକଙ୍କ ମତରେ ଭାରତ ଛଡା ମାଲେସିଆ ଓ ଦକ୍ଷିଣ ପଶ୍ଚିମ ଚିନ୍ ରେ ମଧ୍ୟ ଏହାର ଉତ୍ପତ୍ତି ସ୍ଥଳ। ବର୍ତ୍ତମାନ ପୃଥିବୀର ବିଭିନ୍ନ ଦେଶ ଯଥା-ଆଫଗାନିସ୍ଥାନ, ଇରାନ, ସିରିଆ, ଅଷ୍ଟ୍ରେଲିୟା, ଯୁକ୍ତରାଷ୍ଟ୍ର ଆମେରିକା, ଇଟାଲି ଆଦି ଦେଶରେ ଏହାର ଚାଷ ହୋଇଥାଏ। ସେଥିପରି ଭାରତରେ ରାଜସ୍ଥାନ, ମଧ୍ୟପ୍ରଦେଶ, ବିହାର, ଉତ୍ତର ପ୍ରଦେଶ, ପଞ୍ଜାବ, ହରିଆନା, ଗୁଜୁରାଟ, ମହାରାଷ୍ଟ୍ର, ଓଡିଶାର ପଶ୍ଚିମାଞ୍ଚଳ ଜିଲ୍ଲାମାନଙ୍କରେ ଏହାର ଚାଷ ଭଲ ହୋଇଥାଏ।

ଜଳବାୟୁ-

ବରକୋଳି ଚାଷ ପାଇଁ ଗ୍ରୀଷ୍ମମଣ୍ଡଳୀୟ ଜଳବାୟୁରେ ଖୁବ୍ ଅନୁକୂଳ ହୋଇଥାଏ। ଯେଉଁ ଜାଗାମାନଙ୍କରେ ଟାଣ ଖରା ଓ ଆଦ୍ରତା କମ୍ ସେଠାରେ ବରକୋଳି ଚାଷ ଭଲ ହୁଏ। କିନ୍ତୁ ଫଳ ଧାରଣ ସମୟରେ ଜଳସେଚନ ନିହାତି ଆବଶ୍ୟକ ।

ମୃତ୍ତିକା-

ଅଳ୍ପ କ୍ଷାର,ବାଲିଆ ଓ ଦୋରସା ମାଟିରେ ବରକୋଳି ଚାଷ ଖୁବ୍ ଭଲ ହୋଇଥାଏ। କିନ୍ତୁ ଅନ୍ୟ ଯେକୌଣସି ମାଟିରେ ମଧ୍ୟ ଏହାର ଚାଷ ଅସମ୍ଭବ ନୁହେଁ। ସାଧାରଣତଃ ଯେଉଁ ଜମିରେ ଅନ୍ୟ କୌଣସି ଫଳଚାଷ କରି ହୁଏନି, ସେ ଜମିରେ ବରକୋଳି ଚାଷ କରାଯିବା ସମ୍ଭବ ।

କିସମ-

ବରକୋଳି ସମସ୍ତେ ଖାଇବାକୁ ଭଲ ପାଆନ୍ତି ହେଲେ ଏହାର ପ୍ରକାରଭେଦ ସମ୍ପର୍କରେ କାହାର ସେତେଟା ଜ୍ଞାନ ନଥାଏ ।ତେବେ ବରକୋଳିର ବିଭିନ୍ନ ପ୍ରକାରଭେଦ ଥାଏ ଅର୍ଥାତ ବିଭିନ୍ନ କିସମର ବରକୋଳି ରହିଥାଏ ।ବନାରସି, ଗୋଲା, ସେଓ, ସାନାଭରୁ-୨ ଉତ୍ମାନ, କରତା, ଯୋଗିଆ, ମୁଣ୍ଡିଆ, ମାହେରା, ଟିକିଡି, ପାମେଲି, ପ୍ରୋଲିଫିକ, ଛୁହାରା, କୈଥିଲି, ସାନ୍ଧୁରା, ନର୍ଣ୍ଣାଲ, ଦଣ୍ଡନ, ଚୈଞ୍ଚିଲି, ନାରିକେଲ, ବାଉରିପୁର, ଦୁଧିଆ, କଣ୍ଟାହୀନ, ଇଲାଇଚି ଇତ୍ୟାଦି ।

ବଂଶବିସ୍ତାର-

ମଞ୍ଜିଗଛ ସବୁଜାଗାରେ ଦେଖିବାକୁ ମିଳେ । ମଞ୍ଜିଗଛ ଅଧିକ ଫଳ ଦେଉଥିଲେ ମଧ୍ୟ ଫଳ ଗୁଡିକ ଛୋଟ ହୁଏ ଓ ଏହାର ଗୁଣବତ୍ତା ମଧ୍ୟ କମ୍ ଥାଏ। ତେଣୁ କଲମୀ ଦ୍ଵାରା ସାଧାରଣତଃ ବରକୋଳିର ବଂଶ ବିସ୍ତାର କରାଯାଏ । ରିଙ୍ଗ ବଡିଙ୍ଗ ଓ ଟି ବଡିଙ୍ଗ ଦ୍ଵାରା ବରକୋଳି ଗଛର କଲମୀ କରାଯାଇଥାଏ।ସାଧାରଣତଃ ସବୁ ମଞ୍ଜିରୁ ଗଛ ଉଠି ନଥାଏ । ଯେଉଁ ମଞ୍ଜି ଶତକଡ଼ା ୨୦ ଭାଗ ଲୁଣ ପାଣିରେ ବୁଡିଯାଏ ସେଥିରୁ ଭଲ ଗଛ ହୋଇଥାଏ।

ଖତ ସାର-

ଗଛ ଲଗାଇବା ବେଳେ ପ୍ରତି ଗାତରେ ୨ଝୁଡି କମ୍ପୋଷ୍ଟ ବା ଖତ ଏକ କେଜି ଜୈବିକ ସାର ଓ ୨୦ ଗ୍ରାମ କ୍ଳୋରୋପାଇରିଫସ ଗୁଣ୍ଡ ଦେଇ ଗଛ ଲଗାଇବ । ବର୍ଷକୁ ୨ ଝୁଡି କମ୍ପୋଷ୍ଟ ବା ଖତ,୨କେଜି କାଲସିୟମ ଆମୋନିୟମ ନାଇଟ୍ରେଟ ସାର, ଏକ କେଜି ସୁପର ଫସଫେଟ ସାର ଓ ୫୦୦ ଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ସାର ଦେବେ ।

ଜଳସେଚନ-

ଗଛ ଲଗାଇବା ବେଳେ ୩/୪ ଦିନ ଅନ୍ତରରେ ଓ ୨/୩ ମାସ ପରେ ୫/୭ ଦିନ ଅନ୍ତରରେ ଜଳସେଚନ ବିଶେଷ ଦରକାର କରେ । କିନ୍ତୁ ଗଛରେ ଫଳ ଥିଲାବେଳେ ୨/୩ ଥର ଜଳସେଚନ ଦେଲେ ଫଳ ବଡ ହୁଏ ଓ ବେଶୀ ଫଳ ରହେ । ବଡ ଗଛରେ ସାଧାରଣତଃ ନଭେମ୍ବର ଠାରୁ ଜାନୁଆରୀ ମାସ ମଧ୍ୟରେ ଜଳସେଚନ ଦେବା କଥା ।

ରୋଗ ପୋକ-

ଫଳମାଛି :- ଗଛର ତଳେ ଥିବା ମାଟିରେ କ୍ଳୋରୋପାଇରିଫସ ଗୁଣ୍ଡ ଦେଇ ମାଟି ସହ ମିଶାଇ ଦିଅନ୍ତୁ । ମାଲାଥିଆନ ବା ସେଭିନ୍ ଗଛରେ ସ୍ପ୍ରେ କରନ୍ତୁ। ଫଳଥିବା ସମୟରେ ହେକ୍ଟର ପିଛା  ୫୦୦ସିସି ରୋଗର ୩୦୦ ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ।

ର୍ବାକଇଟିଂ କାଟର ପିଲାର : ଗଛର କାଣ୍ଡକୁ ୦.୫ % ମନୋକଟଫସ ଔଷଧ ଦ୍ଵାରା ଲେପ ଦିଅନ୍ତୁ।

ପାଉଁଶିଆ ରୋଗ : ୨୦୦ଗ୍ରାମ ଦ୍ରବୀଭୂତ ସଲଫର କିମ୍ବା ୫୦ଗ୍ରାମ କାରାଥିନ ୧୦୦ ଲିଟର ପାଣିରେ ମିଶାଇ ଜୁଲାଇ, ସେପ୍ଟେମ୍ବର, ନଭେମ୍ବର ଓ ଡିସେମ୍ବର ମାସରେ ସ୍ପ୍ରେ କଲେ ଏ ରୋଗ ହୁଏନି।

ଅମଳ-

ଗୋଟିଏ ବଡ ଗଛ ଜଳସେଚିତ ଅଞ୍ଚଳର ହାରାହାରି ୮୦କେଜି ରୁ ୨୦୦କେଜି ପର୍ଯ୍ୟନ୍ତ ଫଳ ଦେଇଥାଏ। ହେକ୍ଟର ପିଛା ଆୟ ଟ୫୦,୦୦୦ ମିଳିଥାଏ। କଲମୀଗଛ ୩/୪ ବର୍ଷ ପରଠାରୁ ଫଳିବା ଆରମ୍ଭ  କରେ ଏବଂ ୧୦ ରୁ ୨୦ ବର୍ଷ ମଧ୍ୟରେ ଅଧିକ ଉତ୍ପାଦନ ଦେଇଥାଏ।

ମାଠିଆରେ ଛତୁ ଚାଷ କରି ହୋଇପାରିବେ ଲାଭବାନ...

କୋଟିପତି କରିଦେବ ଏହି ଚାଷ ପ୍ରଣାଳୀ...

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments

Latest feeds

More News