1. କୃଷି ବିଶ୍ବକୋଷ

ମାଠିଆରେ ଛତୁ ଚାଷ କରି ହୋଇପାରିବେ ଲାଭବାନ...

ଚାଷୀମାନେ ପାରମ୍ପରିକ ଭାବେ ସ୍ୱତନ୍ତ୍ର ଶଯ୍ୟା ପ୍ରସ୍ତୁତ କରି ଛତୁଚାଷ କରିଥା’ନ୍ତି। ହେଲେ ବର୍ତ୍ତମାନ ମାଠିଆରେ ମଧ୍ୟ ଛତୁ ଚାଷ ସହଜ ହୋଇଛି। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ। ପୁରୁଣା ଅବ୍ୟବହୃତ ମାଠିଆରେ ଛତୁଚାଷ ହୋଇପାରୁଛି ।ଆଉ ଏହାକୁ ବିକଶିତ କରିଛନ୍ତି ରାଜସ୍ଥାନ ଶ୍ରୀନଗର କୃଷି ଅନୁସନ୍ଧାନ କେନ୍ଦ୍ରର କୃଷି ବିଶେଷଜ୍ଞ ଡ. ଏସ୍‌କେ ବେରବା । ଏହା ମଧ୍ୟ ପରିବେଶ ଅନୁକୂଳା।

Priyambada Rana
Priyambada Rana
Mushroom Cultivation

Mushroom Cultivation

ଆମ ଦେଶ ଭାରତବର୍ଷ ଏକ କୃଷିପ୍ରଧାନ ଦେଶ ଅଟେ। ଏଠାରେ ୭୦ପ୍ରତିଶତ ଲୋକ କୃଷି ଉପରେ ନିର୍ଭର କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି। କୃଷି ଓ କୃଷକ ଆମ ଦେଶର ଅର୍ଥନୀତିର ମେରୁଦଣ୍ଡ। ବିଜ୍ଞାନ କ୍ଷେତ୍ରରେ ଉନ୍ନତି ଆମ କୃଷିକାର୍ଯ୍ୟକୁ ମଧ୍ୟ ପ୍ରଭାବିତ କରିଛି। ଏଥିପାଇଁ ବହୁ ଯୁବପିଢି ଆଜି କୃଷିକ୍ଷେତ୍ର ପ୍ରତି ଆଗ୍ରହ ଦେଖାଇ କୃଷିକାର୍ଯ୍ୟରେ ନିଜକୁ ନିୟୋଜନ କରିଛନ୍ତି। ବିଭିନ୍ନ ପ୍ରକାର ଫସଲ ଚାଷ, ଉତ୍ପାଦନ ପାଇଁ ବିଭିନ୍ନ ଆଧୁନିକ କୃଷି ପ୍ରଣାଳୀ(Modern Farming) ବ୍ୟବହାର ଚାଷକୁ ବ୍ୟବସାୟରେ ପରିଣତ କରିପାରିଛି । ବର୍ତ୍ତମାନ କୋଭିଡ୍ ମହମାରୀ ସମୟରେ ଜୀବନ ଓ ଜୀବିକା ପାଇଁ ଛତୁ ଚାଷ(Masroom Cultivation) ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇପାରିଛି ।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପୃଥିବୀରେ ଛତୁ ଚାଷର ଆରମ୍ଭ କରାଯାଇଥିଲା । ମାତ୍ର ଭାରତବର୍ଷରେ ଏହା ସତୁରୀ ଦଶକର ଶେଷ ଭାଗରେ ଆରମ୍ଭ ହୋଇଥିଲା । ସେହି ସମୟରେ ଲୋକେ ଛତୁଚାଷ ପ୍ରତି ବିଶେଷ ଆଗ୍ରହ ଦେଖାଉ ନଥିଲେ। କିନ୍ତୁ ବର୍ତ୍ତମାନ ଏହା ବେଶ୍ ଦ୍ରୁତଗତିରେ ବଢିବାରେ ଲାଗିଛି । ଚାଷୀ ଭାଇ ଭଉଣୀମାନେ ଏହି ଚାଷରେ ବିଶେଷ ଆଗ୍ରହ ଦେଖାଉଛନ୍ତି। ପାଳଛତୁ ଚାଷରେ ଓଡ଼ିଶାକୁ ସର୍ବଭାରତୀୟସ୍ତରରେ ଦ୍ୱିତୀୟ ସ୍ଥାନ ମିଳିଛି ।

ଛତୁ ହେଉଛି ଫିମ୍ପିଜାତୀୟ କବକ। ଏହା ସାଧାରଣତଃ ବର୍ଷାଦିନ ମାନଙ୍କରେ ପାଳ ଗଦା, ନଡ଼ା ଗଦା, ଜଙ୍ଗଲରେ ଫୁଟିଥାଏ। ଏହା ଏକ ସ୍ୱାଦିଷ୍ଟ ତଥା ପୁଷ୍ଟିକର ଖାଦ୍ୟ। ପ୍ରତି ୧୦୦ ଗ୍ରାମ ଛତୁରେ ପ୍ରାୟ ୫-୬ ଗ୍ରାମ ପ୍ରୋଟିନ୍ ଥାଏ । ଛତୁରେ ଶ୍ୱେତସାର, ସ୍ନେହସାର, ଆମିନୋଏସିଡ୍‌, ଧାତବଲବଣ ଭରପୂର ମାତ୍ରାରେ ରହିଥାଏ । ଛତୁର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି। ଏଥିରେ ଥିବା ପଲିସାକାରାଇଡ ଶରୀରରେ କୋଲେଷ୍ଟ୍ରୋଲ୍‌କୁ ରୋକିଥାଏ । ଛତୁ ଶରୀରରେ ମେଦବହୁଳତା, କୋଷ୍ଠକାଠିନ୍ୟ, ମଧୁମେହ ଆଦି ରୋଗକୁ ନିୟନ୍ତ୍ରଣ ରଖିବାରେ ଏବଂ ସ୍ମୃତିଶକ୍ତି ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ ।

ଚାଷୀମାନେ ପାରମ୍ପରିକ ଭାବେ ସ୍ୱତନ୍ତ୍ର ଶଯ୍ୟା ପ୍ରସ୍ତୁତ କରି ଛତୁଚାଷ କରିଥା’ନ୍ତି। ହେଲେ ବର୍ତ୍ତମାନ ମାଠିଆରେ ମଧ୍ୟ ଛତୁ ଚାଷ ସହଜ ହୋଇଛି। ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟା ସତ। ପୁରୁଣା ଅବ୍ୟବହୃତ ମାଠିଆରେ ଛତୁଚାଷ ହୋଇପାରୁଛି ।ଆଉ ଏହାକୁ ବିକଶିତ କରିଛନ୍ତି ରାଜସ୍ଥାନ ଶ୍ରୀନଗର କୃଷି ଅନୁସନ୍ଧାନ କେନ୍ଦ୍ରର କୃଷି ବିଶେଷଜ୍ଞ ଡ. ଏସ୍‌କେ ବେରବା । ଏହା ମଧ୍ୟ ପରିବେଶ ଅନୁକୂଳା। ଏପରିକି ଗରମ ଦିନ ଲାଗି ଏହା ବେଶ୍ ଲାଭପ୍ରଦ।

-ଏଥିରେ କେବଳ ଓଏଷ୍ଟର ଛତୁ ଚାଷ କରାଯାଇପାରିବ। ପ୍ରଥମେ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ରରୁ ମଞ୍ଜି ଆଣନ୍ତୁ । କୁଟାକୁ ଛୋଟ କରି କାଟି ପାଣିରେ ବତୁରାଇବାକୁ ପଡ଼େ। ପରେ ଉଷୁମ ପାଣିରେ ଧୋଇ ଏହାକୁ ଶୁଖାଇ ଦିଅନ୍ତୁ । ଏଥିରେ ଯେପରି ଆର୍ଦ୍ରତା କମ୍ ରହିବ ଧ୍ୟାନ ଦିଅନ୍ତୁ।

-ପରେ ଏକ ପୁରୁଣା ମାଠିଆର ଚାରିପାଖେ ଛୋଟ ଛୋଟ କଣା କରି ଏଥିରେ ପୂର୍ବପ୍ରସ୍ତୁତ କୁଟା ବିଛାନ୍ତୁ। ଛତୁ ବୀଜ ପକାଇ ମାଠିଆର ଉପରଆଡୁ ଟ୍ୟାପ୍‌ ଦେଇ ଟାଇଟ୍‌ କରି ବାନ୍ଧି ଦିଅନ୍ତୁ । ତେବେ ମାଠିଆଟିକୁ ପ୍ରାୟ ୧୫ ଦିନ ଯାଏ ଅନ୍ଧାରିଆ ସ୍ଥାନରେ ରଖନ୍ତୁ।

-ଏହି ସମୟରେ ଛତୁ ଭଲଭାବେ ବିକଶିତ ହୋଇଯାଇଥାଏ । ପ୍ରାୟ ୩ ସପ୍ତାହ ପରେ ମାଠିଆରୁ କପଡ଼ା ବାହାର କରିଦିଅନ୍ତୁ। ଏଥିରେ ଧଳା ଧଳା ଛତୁ ନଜର ଆସିଲେ ଏହାକୁ ଏକ ସ୍ଥାନ କିମ୍ବା ଝୁଲାଇ ରଖୀପାରିବେ।  ଗୁଚ୍ଛାଗୁଡ଼ିକ ବଙ୍କେଇବା ଆରମ୍ଭ କଲେ ଛତୁ ଛିଣ୍ଡାଇ ବ୍ୟବହାର କରିପାରିବେ।

ଲାଭଦାୟକ ଚାଷ କଙ୍କଡ଼ା, ଅଳ୍ପ ଖର୍ଚ୍ଚରେ ପାଆନ୍ତୁ ଅଧିକ ଲାଭ

ଚାଷୀଙ୍କ ପାଇଁ ଖୁସି ଖବର, ଆକାଉଣ୍ଟକୁ ଆସିବ ୮ ହଜାର ଟଙ୍କା !

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments