1. ଉଦ୍ୟାନ କୃଷି

ଲାଭଦାୟକ ଚାଷ କଙ୍କଡ଼ା, ଅଳ୍ପ ଖର୍ଚ୍ଚରେ ପାଆନ୍ତୁ ଅଧିକ ଲାଭ

କଙ୍କଡ଼ା(crab) ଏକ ସାମୁଦ୍ରିକ ପ୍ରାଣୀ । ଆମିଷାସୀଙ୍କ ପାଇଁ ଏହା ଏକ ସ୍ୱାଦିଷ୍ଟ ଖାଦ୍ୟ ।ଅଧିକାଂଶ ଲୋକ ଯେଉଁମାନେ ଆମିଷ ଖାଇବାକୁ ପସନ୍ଦ କରନ୍ତି ସେମାନଙ୍କୁ କଙ୍କଡ଼ା ଖୁବ୍ ପସନ୍ଦ । ବାକି ଆମିଷ ଖାଦ୍ୟ ଅପେକ୍ଷା ଏହାର ସ୍ୱାଦ ଖୁବ୍ ନିଆରା ତେଣୁ ବଜାରରେ ଏହାର ମୂଲ୍ୟ ମଧ୍ୟ ଖୁବ୍ ଅଧିକ ।କେବଳ ଆମ ଦେଶରେ ନୁହେଁ ବରଂ ଆନ୍ତର୍ଜାତୀୟ ବଜାରରେ ମଧ୍ୟ ଏହାର ଚାହିଦା ଖୁବ୍ ଅଧିକ ।

Priyambada Rana
Priyambada Rana
Mud crab farming is an effective business plan

Mud crab farming is an effective business plan

କଙ୍କଡ଼ା(crab) ଏକ ସାମୁଦ୍ରିକ ପ୍ରାଣୀ । ଆମିଷାସୀଙ୍କ ପାଇଁ ଏହା ଏକ ସ୍ୱାଦିଷ୍ଟ ଖାଦ୍ୟ ।ଅଧିକାଂଶ ଲୋକ ଯେଉଁମାନେ ଆମିଷ ଖାଇବାକୁ ପସନ୍ଦ କରନ୍ତି ସେମାନଙ୍କୁ କଙ୍କଡ଼ା ଖୁବ୍ ପସନ୍ଦ । ବାକି ଆମିଷ ଖାଦ୍ୟ ଅପେକ୍ଷା ଏହାର ସ୍ୱାଦ ଖୁବ୍ ନିଆରା ତେଣୁ ବଜାରରେ ଏହାର ମୂଲ୍ୟ ମଧ୍ୟ ଖୁବ୍ ଅଧିକ ।କେବଳ ଆମ ଦେଶରେ ନୁହେଁ ବରଂ ଆନ୍ତର୍ଜାତୀୟ ବଜାରରେ ମଧ୍ୟ ଏହାର ଚାହିଦା ଖୁବ୍ ଅଧିକ । କଙ୍କଡ଼ାର ବ୍ୟାପକ ଚାହିଦାକୁ ଦୃଷ୍ଟିରେ ରଖି ତଟବର୍ତ୍ତୀ ଅଞ୍ଚଳର ଲୋକେ ବହୁ ମାତ୍ରାରେ ଏହାର ଚାଷ କରିବା ଆରମ୍ଭ କରି ଦେଇଛନ୍ତି ।ତାମିଲନାଡ଼ୁ(Tamilnadu), ଆନ୍ଧ୍ରପ୍ରଦେଶ(Andhrapradesh), କେରଳ ଏବଂ କର୍ଣ୍ଣାଟକ ଆଦି ରାଜ୍ୟମାନେ ୧ରୁ୨ କି.ଗ୍ରା ଓଜନର କଙ୍କଡ଼ା ଉତ୍ପାଦନ ପାଇଁ ଚେଷ୍ଟା ଚଳାଇଛନ୍ତି ।

କଙ୍କଡ଼ା ଚାଷ ଏକ ଖୁବ୍ ଲାଭ ଦାୟକ ଚାଷ । ଏହି ଚାଷକୁ ଯଦି ଉଚିତ୍ ପ୍ରଣାଳୀ ଅବଲମ୍ବନ କରି କରାଯାଏ ତେବେ ଏଥିରୁ ପ୍ରଚୁର ପରିମାଣର ଲାଭ ମିଳିଥାଏ ।କଙ୍କଡ଼ାକୁ ବଜାରରେ ଉଚ୍ଚ ଦାମରେ ବିକ୍ରୀ କରି ଆପଣ ଆଶାନୁରୂପକ ଲାଭ କମାଇ ପାରିବେ । ଏବେ ଆସନ୍ତୁ ଜାଣିବା କଙ୍କଡ଼ା କାହିଁକି ଏକ ଲାଭଦାୟକ ଚାଷ:-

  • ଏହା ଓମେଗା-୩ ର ଏକ ଉତ୍କୃଷ୍ଟ ଉତ୍ସ ଅଟେ
  • ଏଥିରେ ଭରପୁର ପ୍ରୋଟିନ୍ ଥାଏ
  • କମ୍ ଫ୍ୟାଟ୍ ଥାଏ
  • ଏଥିରେ ଭିଟାମିନ୍ B-12 ଅଧିକ ମାତ୍ରାରେ ରହିଥାଏ
  • ସେଲେନିୟମର ମାତ୍ରା ମଧ୍ୟ ଏଥିରେ ଭରପୁର ରହିଥାଏ
  • ଏଥିରେ କମ୍ କୋଲେଷ୍ଟ୍ରୋଲ ଥାଏ
  • ୬୦% କ୍ୟାଲେରୀର ପ୍ରୋଟିନ୍ ଥାଏ
  • ଶରୀରକୁ ସୁସ୍ଥ ରଖିବାରେ ଏହା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ
  • କଙ୍କଡ଼ା ଚାଷର ଲାଭ:-

    • ଅନ୍ୟ ମାଛମାନଙ୍କ ତୁଳନାରେ କଙ୍କଡ଼ା ଚାଷରେ କମ୍ ଖର୍ଚ୍ଚ ହୋଇଥାଏ ।
    • କଙ୍କଡ଼ା ଉତ୍ପାଦନରେ ଆବଶ୍ୟକୀୟ ସାମଗ୍ରୀ ଅନ୍ୟ ଦାମୀ ମାଛମାନଙ୍କ ତୁଳନାରେ କମ୍ ଥାଏ
    • କଙ୍କଡ଼ା ଶାରୀରିକ ବିକାଶ ଖୁବ୍ ଜଲଦି ହୋଇଥାଏ
    • ଜାତୀୟ ତଥା ଆନ୍ତର୍ଜାତୀୟ ବଜାରରେ ଏହାର ଚାହିଦା ହେତୁ ଏହାର ମୂଲ୍ୟ ମଧ୍ୟ ଅଧିକ ରହିଥାଏ
    • କମ୍ ଖର୍ଚ୍ଚରେ ଅଧିକ ଉତ୍ପାଦନ କ୍ଷମତା ଧାରଣ କରିଥାଏ ଏହି ଚାଷ
    • କଙ୍କଡ଼ା ଚାଷ ରୋଜଗାର ଯୋଗାଇବାରେ ଏକ ପ୍ରମୂଖ ଉତ୍ସ । ବିଶେଷ କରି ଶିକ୍ଷିତ ଯୁବକଙ୍କୁ ଏହା ରୋଜଗାରର ନୂଆ ଦିଶା ଦେଖାଇଛି ।
    • ଆପଣ ଏହାକୁ ନିଜ ବାଡ଼ି ପୋଖରୀରେ ମଧ୍ୟ ପରିବାର ସଦସ୍ୟଙ୍କ ସାହାଯ୍ୟରେ ଭଲ ଉତ୍ପାଦନ କରିପାରିବେ ।

କଙ୍କଡ଼ା ଚାଷ ପାଇଁ ମୁଖ୍ୟତଃ ୨ଟି ପ୍ରଜାତିର କଙ୍କଡ଼ାକୁ ବଛା ଯାଇଥାଏ । ସେଗୁଡ଼ିକ ହେଲା ‘ଗ୍ରୀନ ମଡ୍ କ୍ରାବ’ ଏବଂ ‘ରେଡ୍ କ୍ଲା ମଡ୍ କ୍ରାବ’ ।

ଗ୍ରୀନ ମଡ୍ କ୍ରାବ-

  • ଏହି ପ୍ରକାରର କଙ୍କଡ଼ାମାନଙ୍କର ଆକାର ଖୁବ୍ ଲମ୍ବା ଓ ବଡ଼ ହୋଇଥାଏ
  • ଏମାନେ ୨୨ ସେଣ୍ଟିମିଟର ଚଉଡ଼ା ପର୍ଯ୍ୟନ୍ତ ବଢ଼ି ପାରନ୍ତି
  • ଏହି ପ୍ରଜାତିର କଙ୍କଡ଼ାମାନଙ୍କର ଓଜନ ପାଖାପାଖି ୨ କି.ଗ୍ରା ପର୍ଯ୍ୟନ୍ତ ହୋଇଥାଏ
  • ଏମାନଙ୍କ ଶରୀରରେ ଚିତ୍ର ବିଚିତ୍ର ଚିହ୍ନ ଥାଏ

ରେଡ୍ କ୍ଲା ମଡ୍ କ୍ରାବ-

  • ଏହି ପ୍ରକାରର କଙ୍କଡ଼ା ଆକାରରେ ଛୋଟ ।
  • ଏହି ପ୍ରଜାତିର କଙ୍କଡ଼ାମାନେ ୧୨.୭ ସେଣ୍ଟିମିଟର ଚଉଡ଼ା ପର୍ଯ୍ୟନ୍ତ ବଢ଼ି ପାରନ୍ତି ।
  • ଏମାନଙ୍କ ଓଜନ ପାଖାପାଖି ୧.୨ କି.ଗ୍ରା ପର୍ଯ୍ୟନ୍ତ ହୋଇଥାଏ ।

ସାଧାରଣତଃ ୨ଟି ପ୍ରଣାଳୀରେ କଙ୍କଡ଼ା ଚାଷ କରାଯାଇଥାଏ ; ୧. ‘ଗ୍ରୋ ଆଉଟ ଫାର୍ମି’,୨. ‘ଫ୍ୟାଟେନିଂ ଫାର୍ମିଂ’ ।

୧. ‘ଗ୍ରୋ ଆଉଟ ଫାର୍ମି’- ଗ୍ରୋ ଆଉଟ ଫାର୍ମି ପ୍ରଣାଳୀରେ ମୁଖ୍ୟତଃ ପୋଖରୀରେ ଛୋଟ କଙ୍କଡା ଚାଷ କରାଯାଇଥାଏ। ୩ ରୁ ୪ ମାସ ଧରି ଛୋଟ କଙ୍କଡ଼ାମାନଙ୍କୁ ପାଳିବା ପରେ ସେମାନଙ୍କୁ ବିକ୍ରିକ୍ଷମ କରି ବିକ୍ରି କରାଯାଏ । ଏହି ପ୍ରଣାଳୀରେ ଚାଷ ସମୟରେ କିଛି କଙ୍କଡ଼ା ସଂଗ୍ରହ କର ଏହାର ଓଜନ ନିର୍ଣ୍ଣୟ କରିବାକୁ ଚେଷ୍ଟା କରନ୍ତୁ।  ଅଭିବୃଦ୍ଧି ଏବଂ ସାଧାରଣ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ଏବଂ ଖାଇବା ହାରକୁ ନିୟନ୍ତ୍ରଣ କରିବା ପାଇଁ ନିୟମିତ ନମୁନା ସଂଗ୍ରହ ଅତ୍ୟନ୍ତ ଆବଶ୍ୟକ । ଆଶ୍ରୟ ପାଇଁ, ପାରସ୍ପରିକ ଆକ୍ରମଣ ଏବଂ କ୍ୟାନିବ୍ୟାଲିଜିମ୍ ହ୍ରାସ କରିବା ପାଇଁ ପୋଖରୀରେ କିଛି ପାଇପ୍ ରଖନ୍ତୁ । ୩ ରୁ ୫ ମାସ ମଧ୍ୟରେ ସେମାନେ ମାର୍କେଟିଂ ଓଜନରେ ପହଞ୍ଚିବେ ଏବଂ ବିକ୍ରୟ ପାଇଁ ଉପଯୁକ୍ତ ହୋଇଯିବେ ।

୨. ‘ଫ୍ୟାଟେନିଂ ଫାର୍ମିଂ’- ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ନରମ ସେଲଡ୍ କଙ୍କଡ଼ା ଚାଷର ଏହା ଏକ ପ୍ରଣାଳୀ ଅଟେ । ବଜାରରେ ହାର୍ଡ ସେଲଡ୍ କଙ୍କଡ଼ା ଚାରି ରୁ ପାଞ୍ଚ ଗୁଣ ଅଧିକ ମୂଲ୍ୟରେ ବିକ୍ରି ହୋଇଥାନ୍ତି ।ଏହି ପ୍ରଣାଳୀରେ କଙ୍କଡ଼ା ଚାଷରୁ ଅଧିକ ଲାଭ ମିଳିଥାଏ । ଏଭଳି ଚାଷ ମୁଖ୍ୟତଃ ଜୁଆରିଆ କେନାଲରେ କରାଯାଇଥାଏ ।

ଚାଷୀଙ୍କ ପାଇଁ ଖୁସି ଖବର, ଆକାଉଣ୍ଟକୁ ଆସିବ ୮ ହଜାର ଟଙ୍କା !

ଖୁସି ଖବର; ଟ୍ରାକ୍ଟର କିଣିଲେ ମିଳିବ 50% ସବସିଡି,ଜାଣନ୍ତୁ ଫାଇଦା...

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments