1. ଉଦ୍ୟାନ କୃଷି

ରୋଜଗାର ଦେଉଛି ଜିଆ!

ଚାଷ କଲେ କେତେବେଳେ ଲାଭ ତ ଆଉ କେତେବେଳେ କ୍ଷତି ହୋଇଥାଏ । କିନ୍ତୁ ଜିଆ ଚାଷ (Benefits of vermicompost) ଏମିତି ଏକ ଚାଷ ଯେଉଁଥିଲେ କେବଳ ଲାଭ ହିଁ ଲାଭ ରହିଛି। ଏଥିପାଇଁ ବିଶେଷ ଆବଶ୍ୟକତା ମଧ୍ୟ ନଥାଏ ।

Sudesna Nayak
Sudesna Nayak
Benefits of vermicompost in agriculture and how it works

Benefits of vermicompost in agriculture and how it works

ଚାଷ କଲେ କେତେବେଳେ ଲାଭ ତ ଆଉ କେତେବେଳେ କ୍ଷତି ହୋଇଥାଏ । କିନ୍ତୁ ଜିଆ ଚାଷ (Benefits of vermicompost) ଏମିତି ଏକ ଚାଷ ଯେଉଁଥିଲେ କେବଳ ଲାଭ ହିଁ ଲାଭ ରହିଛି। ଏଥିପାଇଁ ବିଶେଷ ଆବଶ୍ୟକତା ମଧ୍ୟ ନଥାଏ ।

ଭଲ ଫସଲ ପାଇଁ ମାଟିର ଉର୍ବରତା ନିହାତି ଆବଶ୍ୟକ ହୋଇଥାଏ , ମାଟିକୁ ଉର୍ବର କରିବାରେ ଜିଆର ପ୍ରମୁଖ ଭୂମିକା ଥାଏ । ଜିଆମାନଙ୍କୁ ବ୍ୟବହାର କରି ଯେଉଁ ଖତ ତିଆରି ହୁଏ ତାକୁ ଜିଆ ଖତ ବା ଭର୍ମି (vermicompost)କମ୍ପୋଷ୍ଟ କୁହାଯାଏ । ଏହି ଖତ ଜିଆ (vermicompost) ଦ୍ୱାରା ପ୍ରସ୍ତୁତ ହୋଇଥାଏ ଏବଂ ଏହି ଜିଆ (vermicompost) ଖତକୁ ଜମିରେ ପ୍ରୟୋଗ କରିଲେ ଫସଲକୁ ଉପଯୁକ୍ତ ପୋଷଣ ମିଳିପାରିଥାଏ ।

ଏହି ଜିଆ ଖତକୁ ବ୍ୟବସାୟିକ ପଦ୍ଧତିରେ ପ୍ରସ୍ତୁତ କରି ବ୍ୟକ୍ତିବିଶେଷମାନେ ମଧ୍ୟ ଭଲ ଲାଭ ପାଉଛନ୍ତି । ଆଜିର ଏହି ଉପସ୍ଥାପନା କୁଣ୍ଡ ପଦ୍ଧତିରେ ଜିଆ ଖତ (vermicompost) ପ୍ରସ୍ତୁତି ସମ୍ପର୍କରେ...

କୁଣ୍ଡ ପଦ୍ଧତିରେ ୨୦ ୦ ୦ ଏକ ଘନ ମିଟର ଅର୍ଥାତ ୧ ମିଟର ଲମ୍ବ, ୧ ମିଟର ଚଉଡା, ଓ ୧ ମିଟର ଗଭୀର ଏକ କୁଣ୍ଡ ଦରକାର | ଇଟାରେ ଏଭଳି କୁଣ୍ଡ ତିଆରି କରିପାରିଲେ ଖୁବ ଭଲ | ୨ -୩ଟି କୂଅ ବ୍ୟବହାର କରି ଏଭଳି କୁଣ୍ଡ କରାଯାଇପାରିବ । ଭିତର ପଟଟି ଢାଲୁ ହୋଇ ଗୋଟିଏ କଣା ଥିବା ଦରକାର। ଏହା ଦ୍ଵାରା ଖତ ଗଦାରୁ ଅଧିକ ପାଣି ସହଜରେ ବାହାରି ଯାଇପାରିବ। ଖରା ଓ ବର୍ଷା ପାଣି ନପଡିବା ପାଇଁ କୁଣ୍ଡ ଉପରେ ନଡ଼ାରେ ଆବୃତ କରି ରଖିବା ଜରୁରୀ।

କୁଣ୍ଡ ତଳ ଉପରେ ନଡ଼ିଆ କତା କିମ୍ବା ଅଗାଡ଼ି କିମ୍ବା ଶୁଖିଲା କଦଳୀ ପତ୍ର ଯାହା ସହଜରେ ପଚିବ ନାହିଁ ତାକୁ ରଖନ୍ତୁ। ଏହି ପରି ପଦାର୍ଥ କୁଣ୍ଡରୁ ପାଣି ସହଜରେ ବାହାରି ଯିବାରେ ସାହାଯ୍ୟ କରିବ। ଏସବୁ ବଦଳରେ ପ୍ରଥମେ ୧-୨ ଇଞ୍ଚ ବହଳର ଗୋଡି ଏବଂ ତା ଉପରେ ୨ ରୁ ୩ ଇଞ୍ଚ ନଈ ବାଲି ଓ ମାଟି ସ୍ତର କରି ଦେଲେ ମଧ୍ୟ ଚଳିବ । ଏହା ଉପରେ ୩ ଇଞ୍ଚର ପୁରୁଣା ଖତ ରଖିବା ଦରକାର। ପୁରୁଣା ଖତ ନ ମିଳିଲେ ତା ବଦଳରେ ଶୁଖିଲା ଗୋବର ଗୁଣ୍ଡ, ଗୋବର ଗ୍ୟାସ ପ୍ଳାଣ୍ଟରୁ ବାହାରିଥିବା ସ୍ତର ଏପରିକି ଜିଆ କମ୍ପୋଷ୍ଟ ମଧ୍ୟ ବ୍ୟବହାର କରାଯାଇପାରିବ। ଏସବୁ ସ୍ତରକୁ ଜିଆର ସେଜ ବୋଲି କୁହାଯାଏ। ଉପରକୁ ଅଧିକ ଗରମ ବା ଥଣ୍ଡା ହେଲେ ଜିଆମାନେ ଏହିଠାରେ ସୁରକ୍ଷିତ ରହନ୍ତି |

ଦ୍ଵିତୀୟ ସ୍ତର ବିଷୟରେ ଜାଣନ୍ତୁ...

ନିରୋଳା କିମ୍ବା ବିଭିନ୍ନ ପଶୁ ପକ୍ଷୀଙ୍କ ମଳର ଗୁଣ୍ଡ ସହ ଅଧା ସଢା ବିଲ ଅଳିଆ କିମ୍ବା ନଡା ୧ ଭାଗ ଗହମ ଚୋକଡ, ୧ ଭାଗ ବୁଟ ଚୋକଡ, ୧ ଭାଗ ପନିପରିବା ଚୋପା, ୧୦ ଭାଗ ଗୋବର ମିଶ୍ରଣ କରନ୍ତୁ | ଏଗୁଡିକ ଏକା ଥରକେ ରଖା ଯାଇପାରିବ ଅଥବା ୨-୩ ଦିନ ଅନ୍ତରରେ ୫ ରୁ ୬ ଇଞ୍ଚ ବହଳରେ (vermicompost)ଦିଆଯାଇପାରିବ | କୁଣ୍ଡଟି ପୂର୍ଣ୍ଣ ହେବା ପରେ ତା ଉପରେ ଦୁଇ ପରସ୍ତ ପୁରୁଣା ଅଖା କିମ୍ବା କିଛି ଅଧା ସଢା ପତ୍ର ପକାଇ ତା ଉପରେ ଅଖା ପକାଇଦିଅନ୍ତୁ | ଅଖା ଉପରେ ମଝିରେ ମଝିରେ ପାଣି ଦେଇ ଓଦା ରଖିବାକୁ ହେବ | ମାସକ ପରେ ବାୟୁ ଚଳାଚଳ ପାଇଁ ଓଲଟ ପାଲଟ କରି ଦିଅନ୍ତୁ ଓ ଦୁଇ ମାସ ପରେ ଖତ ଅମଳ କରନ୍ତୁ |

ଏହି ପଦ୍ଧତିରେ ୪ଟି କୁଣ୍ଡ ଲଗାଲଗି ହୋଇ ତିଆରି ହୋଇଥାଏ। ପ୍ରତି କୁଣ୍ଡର ମଝି କାନ୍ଥରେ କଣାମାନ ଥାଏ | ପ୍ରଥମେ କୁଣ୍ଡରେ ଜିଆର (vermicompost)ସେଜ ତିଆରି କରିବା ପରେ ସ୍ତର ସ୍ତର କରି ଗୋବର ଓ ଅଳିଆ(compost)ପକାଯାଏ | କୁଣ୍ଡଟି ପୂର୍ଣ୍ଣ ହୋଇ ଅଳିଆ ଅଧା ସଢିଯିବା ପରେ ଆବଶ୍ୟକ ପରିମାଣର ଜିଆ (vermicompost) ମାନଙ୍କୁ ସେଥିରେ ଛଡ଼ାଯାଇଥାଏ | ଜିଆ ଛଡା ଯିବା ପରେ କାନ୍ଥରେ ଥିବା କଣାକୁ ବନ୍ଦ କରିଦିଆଯାଏ ।

ପ୍ରଥମ କୁଣ୍ଡ ପରି ଦ୍ଵିତୀୟ କୁଣ୍ଡକୁ ପୂର୍ଣ୍ଣ କରାଯାଏ। ଦ୍ଵିତୀୟ କୁଣ୍ଡଟି ପ୍ରାୟ ୨ ମାସରେ ପୂର୍ଣ୍ଣ ହୋଇଯାଏ | ସେତେବେଳକୁ ପ୍ରଥମ କୁଣ୍ଡର ଖତ ତିଆରି ହୋଇଯାଇଥାଏ | ଏହି କୁଣ୍ଡରୁ ଖତ ବାହାର କରିବା ପୂର୍ବରୁ ଦ୍ଵିତୀୟ କୁଣ୍ଡକୁ ଲାଗିଥିବା ବନ୍ଦ କୁଣ୍ଡକୁ ଖୋଲି ଦିଆଯାଏ | ଏହାଦ୍ଵାରା ପ୍ରଥମ କୁଣ୍ଡର ଜିଆ (vermicompost) ଆପେ ଆପେ ଦ୍ଵିତୀୟ କୁଣ୍ଡକୁ ଚାଲିଯାନ୍ତି ଓ ଦ୍ଵିତୀୟ କୁଣ୍ଡରେ ଖତ ତିଆରି ରେ ଲାଗିପଡନ୍ତି । ଏଭଳି ଭାବେ ଦ୍ଵିତୀୟ କୁଣ୍ଡରୁ ତୃତୀୟ କୁଣ୍ଡକୁ ଓ ଚତୁର୍ଥ କୁଣ୍ଡକୁ ଜିଆମାନେ ଯାଇଥାନ୍ତି ଓ ଚତୁର୍ଥ କୁଣ୍ଡରୁ ପ୍ରଥମ କୁଣ୍ଡକୁ ଜିଆ ମାନେ ଚାଲିଯାନ୍ତି । ବାଡି ବଗିଚାରୁ ମିଳୁଥିବା ଅଳିଆର ପରିମାଣକୁ ଦେଖି କୁଣ୍ଡ ଗୁଡିକର ଆକାର ଛୋଟ ବା ବଡ କରିବାକୁ ହୋଇଥାଏ |

ରୋଜଗାର ଦେବ ନାଲି ଭେଣ୍ଡି ଚାଷ

ଏହି ବିଜନେସ କଲେ ସରକାର ବି କରିବେ ସାହାଯ୍ୟ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments