1. ଉଦ୍ୟାନ କୃଷି

ସବଜି ଲଙ୍କା ଚାଷ (ଦ୍ଵିତୀୟ ଭାଗ )

ଗତ ଶନିବାର ପ୍ରକାଶ ପାଇଥିବା ସବଜି ଲଙ୍କା ଚାଷ ର ଅବଶିଷ୍ଟାଂଶ ….

KJ Staff
KJ Staff

ଗତ ଶନିବାର ପ୍ରକାଶ ପାଇଥିବା ସବଜି ଲଙ୍କା ଚାଷ ର ଅବଶିଷ୍ଟାଂଶ ….

 

ଚାଷ ପ୍ରଣାଳୀ :
ଜମିକୁ ଭଲ ଭାବରେ ଚାଷ କରି ତହିଁରେ ଏକର ପିଛା ୧୦ ଗାଡି ଖତ ଦିଅନ୍ତୁ |ଖତ କୁ ଭଲ ଭାବରେ ମାଟିରେ ମିଶାଇ ଦେବ ଦରକାର |ପରେ ଦେଢ଼ ଫୁଟ୍ରୁ ୨ ଫୁଟ ବ୍ୟବଧାନରେ ସିଆର କରନ୍ତୁ |ସେଥିରେ ଅବଶକୀୟ ସାରା ଦେଇ ତା ଉପରେ ଖତ ବୁଣି ମାଟିରେ ଘୋଡାଇ ଦିଅନ୍ତୁ |ବର୍ତ୍ତମାନ ଏହି ସିଆର ରେ ତଳି ଲଗାନ୍ତୁ |ପ୍ରତି ସିଆରରେ ପ୍ରାୟେ ୧ ଫୁଟ ଛଡ଼ାରେ ଗଛ ଲଗାନ୍ତୁ |ଗଛ ପୋତିବା ପରେ ନାଳ ସାହାଯ୍ୟ ରେ ପାଣି ଦିଅନ୍ତୁ ଏବଂ ଜଳ ନିଷ୍କାସନ ର ବ୍ୟବସ୍ତା ମଧ୍ୟ କରନ୍ତୁ |

 

ଖତ ପରିଚାଳନା :

ଏହା ଲାଗି ଏକର ପିଛା ପ୍ରାୟେ ୪୮ କି.ଗ୍ରା ଯବକ୍ଷାର , ୨୪ କିଗ୍ରା ଫସଫରସ ,୪୮ କି.ଗ୍ରା ପୋତାସହ ସାରା ଆବଶ୍ୟକ ହୋଇଥାଏ |ଲଗାଇବା ସମୟରେ ସବୁତକ ଫସଫରସ ,ଶତକଡା ୨୦ ଭାଗ ଯବକ୍ଷାରଜାନ ,ଓ ଅଧା ପରିମାଣରେ ପଟାସ ଦିଅନ୍ତୁ |ଗଛ ରୁଆ ସାରିବା ୨୦ ଦିନ ପରେ ଖଦଖସ କରି ଶତକଡା ୪୦ ଭାଗ ଯବକ୍ଷାରଜାନ ,ଅବଶିଷ୍ଟ ପଟାସ ଗଛ ମୂଳରୁ୨-୩ ଇଞ୍ଚ ଚଡି ପ୍ରୟୋଗ କରନ୍ତୁ |ଏହାପରେ ହୁଡ଼ା ଟେକି ଦିଅନ୍ତୁ |ଚାରା ରୋଇବାର ୪୦ ଦିନ ପରେ ଅବଶିଷ୍ଟ ଯବକ୍ଷାରଜାନ ପ୍ରୟୋଗ କରନ୍ତୁ |

ଅମଳ :

ତଳି ରୁଆଯିବାର ୪୫ ଦିନ ପରେ ଫୁଲ ଆସେ ଏବଂ ପ୍ରାୟେ ୮୦ ଦିନ ପରେ ଫଳ ତୋଳିବାକୁ ଉପଯୁକ୍ତ ହୋଇଥାଏ |ତୋଳିବା ସମୟରେ ଫଳ ଗୁଡିକ ଗାଢ଼ ସବୁଜ ରଙ୍ଗ ହେବା ଦରକାର |ଏକର ପିଛା ହାରାହାରି ୮୦ କୁଇଣ୍ଟାଲ ଅମଳ ମିଳିଥାଏ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments