1. ଉଦ୍ୟାନ କୃଷି

ଆଜି 14 ସାଇବର ଥାନା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଆଜି(ବୁଧବାର) ରାଜ୍ୟରେ ୧୪ ସାଇବର ଓ ଅର୍ଥନୈତିକ ଅପରାଧ ଥାନାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଅନ୍ୟ ୩ଟି ଉନ୍ନତି ଥାନାର ଶୁଭାରମ୍ଭ ମଧ୍ଯ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Sudesna Nayak
Sudesna Nayak
CM naveen patnaik to inaugurate 14 cyber and economic offence police stations

CM naveen patnaik to inaugurate 14 cyber and economic offence police stations

ଆଜି(ବୁଧବାର) ରାଜ୍ୟରେ ୧୪ ସାଇବର ଓ ଅର୍ଥନୈତିକ ଅପରାଧ ଥାନାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଅନ୍ୟ ୩ଟି ଉନ୍ନତି ଥାନାର ଶୁଭାରମ୍ଭ ମଧ୍ଯ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଥାନାରେ ୧୫୪ ପୋଲିସ କର୍ମଚାରୀ୯୦ ଜଣ ବିଶେଷଜ୍ଞ ନିୟୋଜିତ ହେବେ । ଥାନାଗୁଡିକରେ ନିଯୁକ୍ତି ପାଇଁ ପୋଲିସ ବିଭାଗରେ ୧୫୪ ଟି ପଦବୀ ସୃଷ୍ଟି କରାଯାଇଛି । ଏହା ବ୍ୟତୀତ ଫାଇନାନ୍ସ ଓ ଆକାଉଣ୍ଟ ଆନାଲିସିଷ୍ଟ, ଆଇଟି ଏକ୍ସପର୍ଟ, ସାଇବର ଫରେନସିକ ଏକ୍ସପର୍ଟ ପରି ୯୦ ଜଣ ବିଶେଷଜ୍ଞକୁ ଥାନାରେ ନିୟୋଜିତ ମଧ୍ୟ କରାଯିବ ।

ସମ୍ବଲପୁର ,ରାଉରକେଲା ଓ ବ୍ରହ୍ମପୁରରେ କାର୍ଯ୍ୟ କରୁଥିବା ତିନୋଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଏହି ନୂଆ ବ୍ୟବସ୍ଥା ସହ ମିଶିଯିବ ।

ରାଜ୍ୟରେ ୧୪ ଟି ସାଇବରଅର୍ଥନୈତିକ ଅପରାଧ ଥାନା(cyber and economic offence police stations) ଆଜି(ବୁଧବାର) ଉଦଘାଟନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଆଜି(ବୁଧବାର) ଭିସି ଜରିଆରେ ଉଦଘାଟନ କରିବେ । ଏହାସହ ଅନ୍ୟ 3 ଟି ଉନ୍ନତି ଥାନାର ମଧ୍ୟ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ କିଛିଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ।

ଉଦଘାଟନୀ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ତଥା 5ଟି ସଚିବ ଭି କେ ପାଣ୍ଡିଆନ ପରିଚାଳନା କରିବେ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ପୋଲିସ ଡିଜି, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ବରିଷ୍ଠ ଅଧିକାରୀ ପ୍ରମୁଖ ମଧ୍ଯ ଏଥିରେ ଉପସ୍ଥିତ ରହିବେ ।

ରାଜଧାନୀରେ ଲାଗିଲା ଲକଡାଉନ; ଜାଣନ୍ତୁ କଣ ରହିବ ବନ୍ଦ

ନୂଆ ବର୍ଷରୁ ଖୋଲିବ ସ୍କୁଲ : ଜାନୁଆରୀ ୩ ରୁ ଖୋଲିବ ପ୍ରଥମରୁ ପଞ୍ଚମ ଶ୍ରେଣୀ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments