1. ଉଦ୍ୟାନ କୃଷି

ଶୀତଦିନେ ବ୍ରୋକୋଲୀ ଚାଷ କରି ହୋଇପାରିବେ ଲକ୍ଷପତି ....

ବିଶେଷ କରି ଶୀତଦିନ ଦେଖିବାକୁ ମିଳିଥାଏ ବଜାରରେ ଏହି ସବୁଜ ରଙ୍ଗ ର କୋବି। କୋବିଜାତୀୟ ଏହି ପରିବା ରେ ସବୁ ପ୍ରକାର କୋବି ଠାରୁ ଅଧିକ ପୋଷାକ ତତ୍ତ୍ଵ ରହିଛି ଏବଂ ଏହା ଓଜନ ନିୟନ୍ତ୍ରଣ ରେ ବେଶ୍ ସାହାଯ୍ୟ କରିଥାଏ।ଏଥିରେ ଭିଟାମିନ ଏ,ସି ତଥା କ୍ୟାଲସିୟମ , ଲୌହ ,ଅଧିକ ପରିମାଣରେ ଥାଏ।

KJ Staff

ଚାଷ ପ୍ରଣାଳୀ:

ଜଳବାୟୁ: ଶୀତ ଓ ଥଣ୍ଡା ଜଳବାୟୁରେ ବ୍ରୋକୋଲି ଭଲ ହୁଏ।ଅତି ଉଚ୍ଚ ଉତ୍ତାପ ଏହା ସହ୍ୟ କରିପାରେ ନାହିଁ।ଗଛ କାଧୁଥିବ ସମୟରେ ଉତ୍ତାପ ବଢିଗଲେ ଫୁଲ ଗୁଡ଼ିକ ଢିଲା ହୋଇଯାଏ ।ଏହା ୧୮-୨୦ ଡି.ଗ୍ରୀ ସେଲସିୟସରେ ଉନ୍ନତମାନର ଫୁଲ ସୃଷ୍ଟି କରେ।

ମୃତ୍ତିକା:

ବ୍ରୋକୋଲୀ ପାଇଁ ଦୋରସା। ଓନିଗିଦାତି ଖୁବ୍ ଉପଯୁକ୍ତ ।ମାଟିରେ ଯଥେଷ୍ଟ ପରିମାଣରେ ଜୈବିକ ପଦାର୍ଥ ରହିବା ଆବଶ୍ୟକ।ଶୁଖିଲା ମାଟିରେ ଚାଷ କଲେ ଏଥିରେ ଖଦଡ଼ା ତନ୍ତୁ ର ପରିମାଣ ବଢିଯାଏ।

ତଳି ପରିଚାଳନା :

-ଭଲ ଭାବରେ ଜମିକୁ ହଳ କରି ସେଥିରେ ସଢା ଗୋବର ଖତ ପକାଇ ମିଶାଇ ଦିଅନ୍ତୁ।

-ଏକ ଏକର ବିଲରେ ରୋଇବା ପାଇଁ ୨୫୦ ଗ୍ରାମ ମଞ୍ଜି ଆବଶ୍ୟକ ।

-ମଞ୍ଜିକୁ ଥିରାମ୍ ବା କ୍ୟାପଟାନ ୩ ଗ୍ରାମରେ ଭଲଭାବେ ମିଶାଇ ଦିଅନ୍ତୁ।

-ମଞ୍ଜି ଶଯ୍ୟାରେ ୮ ରୁ ୧୦ ସେ. ମି ଦୁଇ ଧାଡି ମଧ୍ୟରେ ,୨-୩ ସେ. ମି ୨ ମଞ୍ଜି ମଧ୍ୟରେ ଏବଂ ୧-୧.୫ ସେ. ମି ଗଭୀରରେ ମଞ୍ଜି ପୋତି ଦିଅନ୍ତି ।

-ଏହା ପରେ ହାଲୁକା ଜଳ ସେଚନ କରନ୍ତୁ।

କାଲି ପ୍ରକାଶ ପାଇବା ବିଷୟରେ ଜାଣିବା ଲାଗି ଏଠାରେ କ୍ଲିକ କରନ୍ତୁ ….

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments