ମାଟି :ସବଜି ଲଙ୍କା ଦୋରସା ମାଟିରେ ଭଲ ହୁଏ |ଅଧିକ ଖରା ହେଲେ ଫଳ ଝଡ଼ିପଡ଼େ |ସୀତ ଦିନରେ ଏହି ଲଙ୍କା ବେଶ ଭଲ ଅମଳ ଦେଇଥାଏ |ସାଧାରଣତଃ ଅଗଷ୍ଟ ମାସରୁ ନଭେମ୍ବର ମାସ ଯାଏ ଏହି ଜାତୀୟ ଲଙ୍କା ଚାଷ କରାଯାଇପାରିବ |
ତଳି ପ୍ରସ୍ତୁତି :ସବଜି ଲଙ୍କା ଚାଷ ପାଇଁ ତଳି ପ୍ରସ୍ତୁତି କରିବା ଉଚିତ |ଏକ ଏକର ବିଲରେ ରୋଇବା ପାଇଁ ପ୍ରାୟେ ୩୦୦ ଗ୍ରାମ ବିହନ ଦରକାର ହୋଇଥାଏ |
୧୦ ଫୁଟ ଲମ୍ବା ଓ ୩ ଫୁଟ ୪ ଆକାରରେ ୧୫ ଟି ପଟି ତିଆରି କରି ସେଥିରେ ତଳି ପକାନ୍ତୁ|
ମଞ୍ଜି ବୁଣିବା ପୂର୍ବରୁ ତାହାକୁ ଥିରାମ ବା କାପଟାଣ ଗୁଣ୍ଡ ସହ ଗୋଳାଇ ବିଶୋଧନ କରନ୍ତୁ|ମଞ୍ଜି ବୁଣି ସାରିବା ପରେ ତା ଉପରେ ପତଳା ମାଟି ଘୋଡାଇ ନଡା ବିଛାଇ ଦିଅନ୍ତୁ |ତଳି ଗୁଡିକ ମାସକର ହୋଇଯିବ ପରେ ଲଗାଇବାର ଉପଯୁକ୍ତ ହୋଇଥାନ୍ତି |
ସବଜି ଲଙ୍କା ର ଚାଷ ପ୍ରଣାଳୀ ଓ ଅମଳ ବିଷୟରେ ଜାଣିବା ଲାଗି ଏଠାରେ କ୍ଲିକ କରନ୍ତୁ ….
Share your comments