1. ଉଦ୍ୟାନ କୃଷି

ଔଷଧୀୟ ବୃକ୍ଷ ପୁଦିନା, ଚାଷ କରି ବଢ଼ାନ୍ତୁ ନିଜର ଆୟ...

ଯଦି କୃଷକମାନେ ପୁଦିନା ଚାଷ କରନ୍ତି, ସେମାନେ ଭଲ ରୋଜଗାର କରିପାରିବେ ।ଏହିପରି ଅନେକ ରାଜ୍ୟରେ ସମୟ ସମୟରେ ସରକାର ପୁଦିନା ଚାଷ କରୁଥିବା ଚାଷୀଙ୍କୁ ସବସିଡି ପ୍ରଦାନ ଜାରି ରଖିଛନ୍ତି। ଅଧିକାଂଶ ପୁଦିନା ଚାଷ ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶରେ କରାଯାଇଥାଏ ।ପୁଦିନା ପତ୍ରର ବିଶେଷତ୍ୱ ହେଉଛି ଏହାକୁ ଥରେ ଚାଷ କଲେ ଆପଣ ଏହାର ଫସଲକୁ ଦୁଇଥର ଅମଳ କରିପାରିବେ ।ଏହି କ୍ଷେତ୍ରରେ ଲାଭ ଦ୍ୱିଗୁଣିତ ହୋଇଥାଏ ।

Priyambada Rana
Priyambada Rana
mint farming...pic credit: www.pexels.com/

mint farming...pic credit: www.pexels.com/

ପୁଦିନା ବା ମିଣ୍ଟ୍ ଏକ ଔଷଧୀୟ ଉଦ୍ଭିଦ ।ଆୟୁର୍ବେଦିକ ଔଷଧ ତିଆରିରେ ଏହା ବ୍ୟବହୃତ ହୋଇଥାଏ ।ସେହିପରି ଅନେକ ଲୋକ ପୁଦିନା ଚଟଣି ଖାଇବାକୁ ପସନ୍ଦ କରନ୍ତି । ଗ୍ରୀଷ୍ମ ଋତୁ ପାଖେଇ ଆସୁଥିବାରୁ ବଜାରରେ ପୁଦିନାର ଚାହିଦା ବୃଦ୍ଧି ପାଇଥାଏ ।ବଜାରର ବିଭିନ୍ନ ସ୍ଥାନରେ ପୁଦିନା, ଲେମ୍ବୁ ପାଣି ବିକ୍ରି କରି ଲୋକେ ବେସ୍ ଭଲ ଦୁଇ ପଇସା ରୋଜଗାର ମଧ୍ୟ କରିଥାନ୍ତି । ଯେହେତୁ ଏହି ପୁଦିନା ହେଉଛି ଏକ ଆଣ୍ଟି-ଅକ୍ସିଡାଣ୍ଟ ଔଷଧୀୟ ଉଦ୍ଭିଦ ।ଏଥିରେ ଭିଟାମିନ୍-ସି, ଭିଟାମିନ୍-ଇ, ଭିଟାମିନ୍-ଏ, ମିନେରାଲ୍ସ ଏବଂ ପୋଷକ ତତ୍ତ୍ୱ ପ୍ରଚୁର ପରିମାଣରେ ମିଳିଥାଏ । ପୁଦିନା ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।

ଯଦି କୃଷକମାନେ ପୁଦିନା ଚାଷ କରନ୍ତି, ସେମାନେ ଭଲ ରୋଜଗାର କରିପାରିବେ ।ଏହିପରି ଅନେକ ରାଜ୍ୟରେ ସମୟ ସମୟରେ ସରକାର ପୁଦିନା ଚାଷ କରୁଥିବା ଚାଷୀଙ୍କୁ ସବସିଡି ପ୍ରଦାନ ଜାରି ରଖିଛନ୍ତି। ଅଧିକାଂଶ ପୁଦିନା ଚାଷ ପଞ୍ଜାବ, ହରିୟାଣା ଏବଂ ଉତ୍ତରପ୍ରଦେଶରେ କରାଯାଇଥାଏ ।ପୁଦିନା ପତ୍ରର ବିଶେଷତ୍ୱ ​​ହେଉଛି ଏହାକୁ ଥରେ ଚାଷ କଲେ ଆପଣ ଏହାର ଫସଲକୁ ଦୁଇଥର ଅମଳ କରିପାରିବେ ।ଏହି କ୍ଷେତ୍ରରେ ଲାଭ ଦ୍ୱିଗୁଣିତ ହୋଇଥାଏ ।

ମାଟିର pH ମୂଲ୍ୟ ରୁ ୭.୫ ମଧ୍ୟରେ ରହିବା ଉଚିତ୍-

ପୁଦିନା ଚାଷ ପାଇଁ, ମାଟିର pH ମୂଲ୍ୟ ୬ ରୁ ୭.୫ ମଧ୍ୟରେ ରହିବା ଉଚିତ୍ । ଯେଉଁ କ୍ଷେତରେ କୃଷକ ଭାଇମାନେ ପୁଦିନା ଚାଷ କରୁଛନ୍ତି, ସେଠାରେ ଏକ ଭଲ ଡ୍ରେନେଜ୍ ବ୍ୟବସ୍ଥା ରହିବା ଉଚିତ୍ ।ଯଦି ଆପଣ ପୁଦିନା ଚାଷ କରିବାକୁ ଚାହାଁନ୍ତି, ସର୍ବପ୍ରଥମେ କ୍ଷେତକୁ ବାରମ୍ବାର ହଳ କରନ୍ତୁ । ମାଟି ଖାଲି ହେବା ପରେ, ହଳ କରି କ୍ଷେତକୁ ପରସ୍ତ ପରସ୍ତ କରି ଖୁସେଇ ଦିଅନ୍ତୁ । ପୁଦିନା ଚାଷ ପାଇଁ ରାସାୟନିକ ସାର ବଦଳରେ କେବଳ ଜୈବିକ ସାର ବ୍ୟବହାର କରନ୍ତୁ । ଆପଣ ଏକ ହେକ୍ଟରରେ ୧୦ ଟନ୍ ଗାଈ ଗୋବରରୁ ନିର୍ମିତ ଜୈବିକ ଖତ ବ୍ୟବହାର କରିପାରିବେ ।ଯଦି କୃଷକ ଭାଇମାନେ ଚାହାଁନ୍ତି, ତେବେ ଜୈବିକ ଖତରେ ୬୦ କିଲୋଗ୍ରାମ ଫସଫରସ୍, ୫୦ କିଲୋଗ୍ରାମ ନାଇଟ୍ରୋଜେନ ଏବଂ ୪୫ କିଲୋଗ୍ରାମ ପଟାଶ ମଧ୍ୟ ମିଶାଇପାରିବେ ।ଏହା ପୁଦିନା ଅମଳ ବୃଦ୍ଧି କରିଥାଏ ।

ପୁଦିନା ଫସଲ ପ୍ରସ୍ତୁତ ସମୟସୀମା-

ପୁଦିନା ଚାରା ଲଗାଇବା ପାଇଁ ଜାନୁଆରୀ ଏବଂ ଫେବୃଆରୀ ମାସ ଖୁବ୍ ଉପକୂଳ ଅଟେ । ଯଦି ଆପଣ ଏହାକୁ ବିଳମ୍ବରେ ଚାଷ କରନ୍ତି, ତେବେ ଭଲ ଅମଳ ହୋଇନଥାଏ । କିନ୍ତୁ ଏମି କିଛି ପ୍ରଜାତିର ପୁଦିନା ଅଛି, ଯାହାକୁ ଆପଣ ମାର୍ଚ୍ଚ ମାସରେ ମଧ୍ୟ ଚାଷ କରିପାରିବେ । ପ୍ରତିରୋପଣ ପରେ ୧୦୦ ରୁ ୧୨୦ ଦିନ ମଧ୍ୟରେ ପୁଦିନା ଫସଲ ପ୍ରସ୍ତୁତ ହୋଇଥାଏ । ଏହାର ଅର୍ଥ ବର୍ତ୍ତମାନ ଆପଣ ଏହାର ପ୍ରଥମ ଅମଳ କରିପାରିବେ । ଯେତେବେଳେ କି, ଏହାର ଦ୍ୱିତୀୟ ଅମଳ ୭୦ ରୁ ୮୦ ଦିନ ପରେ ହୋଇଥାଏ । ଯଦି କୃଷକ ଭାଇ ଗୋଟିଏ ହେକ୍ଟରରେ ପୁଦିନା ଚାଷ କରନ୍ତି, ତେବେ ସେ ୧୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରିବେ ।

ଏବେ ମାର୍କେଟକୁ ଆସିଲା ସୁଗାର ଫ୍ରି ଆମ୍ବ, ଖାଇପାରିବେ ଡାଇବେଟିସ୍ ରୋଗୀ..

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments