
ଜୁନ୍ ମାସର ଫସଲ..pic credit: www.pexels.com
ଆଉ ଦିନ କେଇଟା ପରେ ଶେଷ ହୋଇଯିବ ମେ ମାସ । ଏହା ପରେ ଜୁନ୍ ଆସିବ । ଏଥର ଜୁନ୍ ପ୍ରଥମ ସପ୍ତାହରେ ମୌସୁମୀ ଆସିବା ନେଇ ସମ୍ଭାବନା ରହିଛି । ଏହା ସହିତ ବର୍ଷା ଋତୁ ଆରମ୍ଭ ହୋଇଯିବ ଏବଂ କୃଷକମାନେ ଧାନ ଚାଷ ପାଇଁ ପ୍ରସ୍ତୁତି ଆରମ୍ଭ କରିବେ । ଏପରି ଲୋକମାନେ ଭାବନ୍ତି ଯେ ମୌସୁମୀ ଆସିବା ପରେ କେବଳ ଧାନ ଚାଷ କରାଯାଇପାରିବ, କିନ୍ତୁ ତାହା ନୁହେଁ ।ଆପଣ ଜୁନ୍ ମାସରେ ସବୁଜ ପନିପରିବା ମଧ୍ୟ ଚାଷ କରିପାରିବେ । ଏହା ସହିତ ଆପଣ ଧାନ ଅପେକ୍ଷା ଭଲ ରୋଜଗାର ମଧ୍ୟ କରିପାରିବେ। କେବଳ ଏଥିପାଇଁ ଚାଷର ଏକ ସ୍ୱତନ୍ତ୍ର ପଦ୍ଧତି ଗ୍ରହଣ କରିବାକୁ ପଡିବ ।ତେବେ ଆଜି ଆସନ୍ତୁ ଜାଣିବା ଜୁନ୍ ମାସରେ ବୁଣାଯିବାକୁ ଥିବା ପନିପରିବା ବିଷୟରେ ।
ପାଳଙ୍ଗ: କୃଷକମାନେ ଜୁନ୍ ମାସରେ ପାଳଙ୍ଗ ସାଗ ବୁଣି ପାରିବେ । ଏଥିପାଇଁ କ୍ଷେତକୁ ୩ ରୁ ୪ ଥର ହଳ କରାଯିବା ଉଚିତ୍, ଯାହାଫଳରେ ମାଟି ଭଲ ଅମଳକ୍ଷମ ହୋଇଯିବ ।ତା’ପରେ, ଗାଈ ଗୋବରକୁ କ୍ଷେତରେ ଖତ ଭାବରେ ବ୍ୟବହାର କରନ୍ତୁ ଏବଂ ମିକୁ ଭଲଭାବେ ହଳ କରି ସମତଳ କରନ୍ତ । ଏହା ପରେ, ଆପଣ ତଳି ପ୍ରସ୍ତୁତ କରି ବିହନ ବୁଣନ୍ତୁ । ଏକ ମାସ ପରେ ପାଳଙ୍ଗ ପ୍ରସ୍ତୁତ ହୋଇଯିବ ।ଏହା ପରେ ଆପଣ ଏହାକୁ ଅମଳ କରି ବଜାରରେ ବିକ୍ରି କରିପାରିବେ । ବଜାରରେ ପାଳଙ୍ଗର ହାର ସବୁବେଳେ କିଲୋଗ୍ରାମ ପିଛା ୨୦ ରୁ ୩୦ ଟଙ୍କା ରହିଥାଏ। ଏହି ଉପାୟରେ ଆପଣ ପାଳଙ୍ଗ ଚାଷରୁ ଭଲ ରୋଜଗାର କରିପାରିବେ ।
ଭେଣ୍ଡି ଏବଂ କାକୁଡି: ଜୁନ୍ ମାସରେ ଭେଣ୍ଡି ଏବଂ କାକୁଡି ଚାଷ କରି ଚାଷୀ ଭାଇମାନେ ଲାଭବାନ ହୋଇପାରିବେ ।ଯଦି କୃଷକ ଭାଇମାନେ ବର୍ତ୍ତମାନ ଭେଣ୍ଡି ଏବଂ କାକୁଡି ବୁଣନ୍ତି, ତେବେ ଏହାର ଉତ୍ପାଦନ ଅଗଷ୍ଟରୁ ଆରମ୍ଭ ହୋଇଯିବ । ଅକ୍ଟୋବର ମାସ ପର୍ଯ୍ୟନ୍ତ ଆପଣ ବଗିଚାରୁ କାକୁଡି ଏବଂ ଭେଣ୍ଡି ଅମଳ କରିପାରିବେ। ବର୍ଷାଦିନେ, ଯେଉଁଠାରେ ଭେଣ୍ଡି କିଲୋଗ୍ରାମ ପିଛା ୬୦ ରୁ ୮୦ ଟଙ୍କାରେ ବିକ୍ରି ହୁଏ, କାକୁଡି ମଧ୍ୟ କିଲୋଗ୍ରାମରେ ୪୦ ଟଙ୍କାରେ ବିକ୍ରି ହୋଇଥାଏ। ସେହିପରି କୃଷକ ଭାଇମାନେ ଭେଣ୍ଡି ଏବଂ କାକୁଡି ବିକ୍ରି କରି ଭଲ ଲାଭ ପାଇପାରିବେ ।
କଲରା, ଲାଉ ଓ ଜହ୍ନି : ସେହିଭଳି ଜୁନ୍ ମାସରେ କଲରା, ଲାଉ ଓ ଜହ୍ନି ମଧ୍ୟ ଚାଷୀଙ୍କ ପାଇଁ ଲାଭଦାୟକ ହେବ । ଏହି ଫସଲ ବର୍ଷା ଋତୁରେ ଅଧିକ ଉତ୍ପାଦନ ହୋଇଥାଏ । ବିଶେଷ କଥା ହେଉଛି ଏହି ତିନୋଟି ଫସଲ ୪୦ ଦିନରେ ପ୍ରସ୍ତୁତ ହୋଇଥାଏ । ଏହାର ଅର୍ଥ ଆପଣ ୪୦ଦିନ ପରେ ଏହି ସବୁ ପନିପରିବା ଅମଳ କରିପାରିବେ । କୃଷକ ଭାଇମାନେ ଏହି ପନିପରିବା ବିକ୍ରି କରି ଭଲ ରୋଜଗାର ମଧ୍ୟ କରିପାରିବେ ।
ବାଇଗଣ,ଲଙ୍କା, ଟମାଟୋ: ଯଦି ଚାଷୀମାନେ ଚାହାଁନ୍ତି, ସେମାନେ ଜୁନ୍ ମାସରେ ପଲି ହାଉସ୍ ଭିତରେ ବାଇଗଣ,ଲଙ୍କା, ଟମାଟୋ ଚାଷ ଆରମ୍ଭ କରିପାରିବେ ।ଏହା କୃଷକମାନଙ୍କ ଆୟକୁ ଦ୍ୱିଗୁଣିତ କରିବାରେ ସହାୟକ ହେବ । ବର୍ଷା ଋତୁରେ ଟମାଟୋ ହାର ବହୁତ ଅଧିକ ହୋଇଯାଏ । ଏଭଳି ପରିସ୍ଥିତିରେ କୃଷକ ଭାଇମାନେ ଟମାଟୋ ବିକ୍ରି କରି ଲାଭବାନ ହୋଇପାରିବେ ।
Share your comments