1. ଉଦ୍ୟାନ କୃଷି

ଜାଣନ୍ତୁ ଛାତ ଉପରେ କେଉଁ ସବୁ ଚାଷ କରି ହୋଇପାରିବେ ଲାଭବାନ....

ଯଦି ସହରାଞ୍ଚଳ ବାସିନ୍ଦା ଚାହାଁନ୍ତି, ସେମାନେ ନିଜ ଫ୍ଲାଟ ଏବଂ ଘର ଭିତରେ ଅବା ଛାତ ଉପରେ ଏହି ମସଲା ଚାଷ କରିପାରିବେ । ଏହା ସହିତ ସେମାନେ ଜୈବିକ ଏବଂ ଶୁଦ୍ଧ ଖାଦ୍ୟ ମଧ୍ୟ ପାଇ ପାଇବେ ଏବଂ ଟଙ୍କା ମଧ୍ୟ ସଞ୍ଚୟ କରିପାରିବେ ।

Priyambada Rana
Priyambada Rana
Grow these spices on your roof..pic credit: www.pexels.com

Grow these spices on your roof..pic credit: www.pexels.com

ଚାକିରୀ ଖୋଜିବା ପାଇଁ ଲୋକେ ଗାଁ ଛାଡ଼ି ସହରକୁ ଯାଉଛନ୍ତି । ଏହି କାରଣରୁ ସହରାଞ୍ଚଳରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।ଏହି କାରଣରୁ, ଖାଦ୍ୟ ଏବଂ ପାନୀୟ ଠାରୁ ଆରମ୍ଭ କରି ସବୁକିଛି ସହରରେ ମହଙ୍ଗା ହେବାରେ ଲାଗିଛି । ବିଶେଷ କଥା ହେଉଛି ଲୋକେ ଯଥେଷ୍ଟ ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ ଭଲ ଖାଦ୍ୟ ସାମଗ୍ରୀ ପାଇପାରୁ ନାହାଁନ୍ତି। ଏପରିକି କଞ୍ଚା ଲଙ୍କା, ଧନିଆ, ଅଦା ଏବଂ ରସୁଣ ଆଦି ମସଲା ଜାତୀୟ ଖାଦ୍ୟ ମଧ୍ୟ ଭେଜାଲ ମିଳିବାରେ ଲାଗିଛି । ଏହା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଉଛି । ଯଦି ସହରାଞ୍ଚଳ ବାସିନ୍ଦା ଚାହାଁନ୍ତି, ସେମାନେ ନିଜ ଫ୍ଲାଟ ଏବଂ ଘର ଭିତରେ ଅବା ଛାତ ଉପରେ ଏହି ମସଲା ଚାଷ କରିପାରିବେ । ଏହା ସହିତ ସେମାନେ ଜୈବିକ ଏବଂ ଶୁଦ୍ଧ ଖାଦ୍ୟ ମଧ୍ୟ ପାଇ ପାଇବେ ଏବଂ ଟଙ୍କା ମଧ୍ୟ ସଞ୍ଚୟ କରିପାରିବେ ।

ହଳଦୀ: ହଳଦୀ ଏପରି ଏକ ମସଲା, ଯାହା ବିନା କୌଣସି ତରକାରୀ ବା ଖାଦ୍ୟ ବନାଇବା କଳ୍ପନା କରାଯାଇପାରିବ ନାହିଁ ।ଆମେ ଭାରତୀୟମାନେ ପ୍ରାୟତଃ ସମସ୍ତ ଖାଦ୍ୟରେ ହଳଦୀ ବ୍ୟବହାର କରିଥାଉ । କଦଳୀ ଅନେକ ଔଷଧୀୟ ଗୁଣରେ ପରିପୂର୍ଣ୍ଣ । ଏହାକୁ ଖାଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଯଦି ଆପଣ ଚାହାଁନ୍ତି, ତେବେ ଆପଣ ଏହାକୁ ନିଜ ଘର ଛାତ ଉପରେ ମଧ୍ୟ ଚାଷ କରିପାରିବେ ।ଆପଣ ଘରର ଛାତ ଉପରେ ଏକ ହାଣ୍ଡିରେ ଦଳଦୀ ଚାଷ କରି ଲାଭବାନ ହୋଇପାରିବେ । ହଳଦି ଦୈନିକ ୫ ରୁ ୬ ଘଣ୍ଟା ସୂର୍ଯ୍ୟକିରଣ ଆବଶ୍ୟକ କରିଥାଏ । ଏହି କାରଣରୁ ଫସଲ ଅମଳ ଭଲ ହୋଇଥାଏ ।ହଳଦୀ ଚାଷ କରିବା ପାଇଁ ଗ୍ରୀଷ୍ମ ଋତୁ ଖୁବ୍ ଭଲ । ଫସଲର ୬ ରୁ ୮ ମାସ ପରେ ହଳଦୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ଅମଳକ୍ଷମ ହୋଇଥାଏ ।

ଧଣିଆ: ଆପଣ ଘରର ଛାତ ଉପରେ ଧଣିଆ ଚାଷ ମଧ୍ୟ କରିପାରିବେ । ଏଥିପାଇଁ ଆପଣଙ୍କୁ ଏକ ଆୟତକ୍ଷେତ୍ର ଆକାରର ଏକ ବଡ଼ ଡବା ନିଅନ୍ତୁ ।ଆପଣ ଯେକୌଣସି ପ୍ରକାରର ପାଗରେ ଏହାର ଚାଷ କରିପାରିବେ । ଉକ୍ତ ଆୟତକାର ପାତ୍ରରେ ଧଣିଆ ମଞ୍ଜି ବୁଣନ୍ତୁ । ଜୈବିକ ଉପରେ ଧଣିଆ ଫସଲ କରିବାକୁ ଚାହୁଁଥିଲେ ଗାଈ ଗୋବରକୁ ସାର ଭାବରେ ବ୍ୟବହାର କରନ୍ତୁ । ଏଥି ସହିତ ମଝିରେ ମଝିଲେ ଏଥିରେ ଜଳ ସେଚନ ମଧ୍ୟ କରନ୍ତୁ । ଏହିପରି ଭାବେ ଏକ ମାସ ମଧ୍ୟରେ ଧଣିଆ ଅମଳକ୍ଷମ ହୋଇଯାଇଥାଏ।

କଞ୍ଚା ଲଙ୍କା: ଡାଲି ହେଉ ଅବା ପନିପରିବା ମିଶା ତରକାରୀ ସମସ୍ତ ଖାଦ୍ୟରେ କଞ୍ଚା ଲଙ୍କା ଖାଇବାକୁ ଆମେ ଭାରତୀୟ ଖୁବ୍ ପସନ୍ଦ କରିଥାଉ । କଞ୍ଚା ଲଙ୍କା ଲଗାଇବା ପାଇଁ ଆପଣ ହାଣ୍ଡିରେ ଥିବା ମାଟି ସହିତ ଗୋବର, କୋକୋପିଟ୍ ଏବଂ ନିମ୍ବପତ୍ର ମିଶାଇ ପାରିବେ ।ଏହା ଦ୍ୱାରା ଫସଲ ଭଲ ହୋଇଥାଏ ।ଏହା ପରେ ଆପଣ ହାଣ୍ଡିରେ ଲଙ୍କା ଚାରା ରୋପଣ କରନ୍ତୁ । ଲଙ୍କା ଗଛ ବଢ଼ୁଥିବା ସମୟରେ ମଝିରେ ମଝିରେ ଏଥିରେ ଜଳ ସିଞ୍ଚନ କରନ୍ତୁ । କିଛି ମାସ ପରେ ଗଛରେ ତଟକା କଞ୍ଚାଲଙ୍କା ଫଳିବା ଆରମ୍ଭ ହୋଇଯିବ ।

ଜିରା: ଆମେ କୌଣସି ଖାଦ୍ୟରେ ଛୁଙ୍କ ଦେବାବେଳେ ବା ବଟା ମସଲାରେ ଜିରାର ଆବଶ୍ୟକ ପଡ଼ିଥାଏ । ଏହା ବିନା ଆମ ମସଲା ଡବା ଯେମିତି ଅସମ୍ପୂର୍ଣ୍ଣ ଦେଖାଯାଇଥାଏ । ଜିରା ମଞ୍ଜି ମିଶିବା ମାତ୍ରେ ଡାଲି ଏବଂ ପନିପରିବାର ସ୍ୱାଦ ମଧ୍ୟ ବଢ଼ିଯାଇଥାଏ । ଜିରାରେ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଥାଏ । ସେଥିପାଇଁ ଘରେ ଜୈବିକ ଉପାୟରେ ଆପଣ ଏହି ଜିରା ଚାଷ କରିପାରିବେ । ଜିରା ଲଗାଇବା ପାଇଁ ଆପଣଙ୍କୁ ୧୦ ଇଞ୍ଚର ଏକ ହାଣ୍ଡି ଦରକାର । ତା’ପରେ ଗାଈର ଗୋବର ଏବଂ କୋକୋପିଟ୍ ମିଶ୍ରଣ କରି ମାଟିରେ ଜିରା ମଞ୍ଜି ବୁଣନ୍ତୁ । ମଝିରେ ମଝିରେ ଏହି ହାଣ୍ଡିରେ ପାଣି ସିଞ୍ଚନ କରୁଥାନ୍ତୁ । ଏହା କିଛି ମାସ ପରେ ଭଲ ଅମଳ ଦେବ ।

ଜାଣନ୍ତୁ,ଜୁନ୍ ମାସରେ କେଉଁ ଫସଲ କଲେ ହୋଇପାରିବେ ଲାଭବାନ ....

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments