1. ଉଦ୍ୟାନ କୃଷି

ପନିପରିବା ଚାଷ କରୁଥିଲେ ଏହି ଦିଗ ଉପରେ ଧ୍ୟାନ ଦିଅନ୍ତୁ .....

ପନିପରିବା ଚାଷ କରୁଥିଲେ ଏହି ଦିଗ ଉପରେ ଧ୍ୟାନ ଦିଅନ୍ତୁ .....

KJ Staff
KJ Staff

ପନିପରିବା ଚାଷ ସାଧାରଣ ଧାନ ଚାଷ ଠାରୁ ମଧ୍ୟ ଆପଣଙ୍କ ଲାଗି ବେଶ ଅଧିକ ଲାଭଦାୟକ |ଏହା ଦ୍ୱାରା ଆପଣ ବର୍ଷ ସାରା ଅମଳ କରିବା ସହ ,ବଜାରରେ ଏହାକୁ ଉଚିତ ଦର ରେ ମଧ୍ୟ ବିକ୍ରି କରିପାରିବେ |
ତେବେ ପରିବା ଚାଷ କରିଲା ବେଳେ ଏହି ସମସ୍ତ ଦିଗ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ:
ପରିବା ର ଅମଳ ବିଶେଷ କରି ଏହି ସମସ୍ତ କାରଣରୁ ଅଧିକ ହୋଇଥାଏ ..

୧)ମଞ୍ଜି ବୁଣିବା ସମୟ :

ସର୍ବଦା ମଞ୍ଜି ବୁଣିବା ର ସମୟ ଉପରେ ସର୍ବଦା ଧ୍ୟାନ ଦିଅନ୍ତୁ |ଋତୁ ର ଶେଷ ଭାଗ ରେ ମଞ୍ଜି ବୁଣିଲେ ସର୍ବଦା ରୋଗ ପୋକ ଆକ୍ରମଣ ର ଅଧିକ ସମ୍ଭାବନା ଥାଏ |

୨)ଜଳ ନିଷ୍କାସନ ର ସୁବିଧା :

ସର୍ବଦା ଜମି ରେ ଜଳ ନିଷ୍କାସନ ର ସୁବିଧା ରହିବା ଅତି ଆବଶ୍ୟକ |ଜମି ରେ ପାଣି ଅତ୍ୟଧିକ ରହିଲେ ବହୁ ପରିବା ପାଚିବା ସହ ଆଦୌ ଅମଳ ଦିଅନ୍ତି ନାହିଁ |ତେଣୁ ସମୟରେ ଜଳସେଚନ ସହ ଜଳ ନିଷ୍କାସନ ର ବ୍ୟବସ୍ଥା ନିହାନ୍ତି ରଖନ୍ତୁ |ପନିପରିବା ଲାଗି ବୁନ୍ଦା ବା ଛିଞ୍ଚା ଜଳସେଚନ ଅଧିକ ଲାଭଦାୟକ ହୋଇଥାଏ |

୪)କିସମ ଓ ପ୍ରଜାତି :

ଚାଷ କରିବା ପୂର୍ବରୁ ନିଜ ପରିବେଶ ଅନୁଯାୟୀ କିସମ ର ଚୟନ କରନ୍ତୁ |ବହୁ କିସମ ଅଧିକ ତାପମତ୍ରା ରେ ଅମଳ ଦେଲା ବେଳେ ଅନ୍ୟ କେତେକ କିସମ ଏହି ପରି ପରିସ୍ଥିତି ରେ କେବେ ହେଲେ ଫୁଲ ମଧ୍ୟ ଧରିବେ ନାହିଁ |ଏହା ପ୍ରତି ନିଶ୍ଚିନ୍ତ ଧ୍ୟାନ ଦିଅନ୍ତୁ |

୫) ଗଛ ରୁ ଗଛ ଏବଂ ଧାଡି କୁ ଧାଡି ବ୍ୟବଧାନ :

ଏହା ମଧ୍ୟ ସମୀକ୍ଷା କରି ନିଜ ଜମି ରେ ଆବଶ୍ୟକ ଗଛ ସଂଖ୍ୟା ଏବଂ ସେହିପରି ମଞ୍ଜି ର ମାତ୍ରା କୁ ପ୍ରଥମ ଚୟନ କରନ୍ତୁ |ଏହା ଅମଳ ଭଲ ଦେବା ସହ ,ରୋଗ ପୋକ ଠାରୁ ମଧ୍ୟ ବେଶ ଅଧିକ ସୁରକ୍ଷା ଦେଇଥାଏ |ମନେ ରଖନ୍ତୁ ଜମି ରେ ଅତ୍ୟଧିକ ଗଛ ଅଧିକ ରୋଗ ପୋକ କୁ ଆମନ୍ତ୍ରିତ କରେ ଏବଂ ସେହିପରି କମ ଗଛ ସଂଖ୍ୟା ରହିଲେ ଅମଳ ଅଧିକ ହୁଏ ନାହିଁ |


କେଉଁ ପନିପରିବା ଚାଷ କଲେ ଅଧିକ ଲାଭ ପାଇବେ ଜାଣିବା ଲାଗି ଏଠାରେ କ୍ଲିକ କରନ୍ତୁ ..

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments