1. ଉଦ୍ୟାନ କୃଷି

କିପରି କରିବେ ଜାରବେରା ଚାଷ ?

ଲାଭକାରୀ ଫୁଲ ଚାଷ ମଧ୍ୟରେ ଜାର୍ବେରା(Barberton daisy)ଅନ୍ୟତମ। ଏହା ଆକାରରେ ବଡ଼ ଓ ଡେମ୍ଫା ମଧ୍ୟ ମୋଟା । ବିଭିନ୍ନ ଆକର୍ଷଣୀୟ ରଙ୍ଗବେରଙ୍ଗର ଜ୍ଵର ବେରା ଫୁଲ ଦେଖିବାକୁ ମଧ୍ୟ ଖୁବ୍ ସୁନ୍ଦର । ଏହା ଫୁଲକୁ ବର୍ତ୍ତମାନ ବ୍ୟବସାୟିକ ଭିତ୍ତିରେ ଚାଷ କରାଯାଉଛି।

Priyambada Rana
Priyambada Rana
gerbera Farming

gerbera Farming

ଲାଭକାରୀ ଫୁଲ ଚାଷ ମଧ୍ୟରେ ଜାର୍ବେରା(Barberton daisy)ଅନ୍ୟତମ। ଏହା ଆକାରରେ ବଡ଼ ଓ ଡେମ୍ଫା ମଧ୍ୟ ମୋଟା । ବିଭିନ୍ନ ଆକର୍ଷଣୀୟ ରଙ୍ଗବେରଙ୍ଗର ଜ୍ଵର ବେରା ଫୁଲ ଦେଖିବାକୁ  ମଧ୍ୟ ଖୁବ୍ ସୁନ୍ଦର । ଏହା ଫୁଲକୁ ବର୍ତ୍ତମାନ ବ୍ୟବସାୟିକ ଭିତ୍ତିରେ ଚାଷ କରାଯାଉଛି।

ଯେଉଁ ଛାୟାଗୃହରେ ଜର୍ ବେରା ଚାଷ କରାଯିବ ତାର ଆଲୋକ ନିୟନ୍ତ୍ରଣ ୫୦ ପ୍ରତିଶତରୁ ଅଧିକ ହେବା ଭଲ ନୁହେଁ । ଛାଇ ଅଧିକ ହେଲେ ଫୁଲର ମାନ ମଧ୍ୟ କମିଯାଏ । ଜର୍ବେରା ପାଇଁ ନାଲି କଙ୍କରିଆ ମାଟି ଭଲ । ନିଗିଡ଼ା ଦୋରସା ମାଟି ମଧ୍ୟ କାମ ଦିଏ । ପ୍ରଥମେ ମାଟିକୁ ଫରମାଲଡିହାଇଡ୍ ଦ୍ଵାରା ବିଶୋଧନ କରାଯାଏ । ପରେ ଛୋଟ ଟ୍ରାକ୍ଟର, ପାୱାର ଟଲର କିମ୍ବା ଶ୍ରମିକ ଦ୍ଵାରା ଲମ୍ବା ବେଡ୍ ପ୍ରସ୍ତୁତ କରାଯାଏ । ନିଜ ନିଜ ସହିତ ସମାନ୍ତର ରହିଥିବା ଏଇ ବେଡ ସବୁ ତଳ ଭାଗରେ ୭୦ ସେମି ଓସାର ରହେ ଉପରିଭାଗରେ ୬୦ ସେମିର ଉଚ୍ଚତା ରହେ । ପ୍ରତି ଦୁଇଟି ବେଡର ମଧବିର୍ଭି ୪୦ ସେମି ଓସାରର ରାସ୍ତା ରହେ । ବେଡର ଉପରି ଭାଗରେ ସଢା ଗୋବର ଖତ ଗୁଣ୍ଡ  କରି ମିଶାଇ ଦିଆଯାଏ । ଖତ ସହିତ ପ୍ରତି ବର୍ଗ ମିଟରକୁ ୨.୫ କିଲେ। ସିଙ୍ଗଲ ସୁପର ଫସଫେଟ ୫୦୦, ଗ୍ରାମ ଜିଙ୍କସଲଫେଟ୍ ମିଶାଇ  ଦିଆଯାଏ ।

 

ସମତଳ କରି ଓସାର ୬୦ ସେମି ରଖାଯାଏ । ଏଇ ବେଡର ଦୁଇ ଧାରରେ ବୁନ୍ଦା ଜଳସେଚନର ଲାଟେରାଲ ପାଇପ୍ ବିଛାଇ ଦିଆଯାଏ । ଧାଡ଼ିକୁ ଧାଡ଼ି ୪୦ ସେମି ଗଛକୁ ଗଛ ୩୦ ସେମି ଦୂରତାରେ ଏକାନ୍ତର ପଦ୍ଧତି ଗଛ ଲଗାଯାଏ  । ଲଗାଇବା  ଉପଯୋଗୀ ଗଛ ୩ ମାସର ହୋଇଥିବା ଭଲ । ସାଧାରଣତଃ ଟିସୁ କଲଚର ଜର୍ ବେରା ଗଛର ମୂଳରେ ଗୋଟିଏ ଚେର ବଲ ଥାଏ । ଏହାକୁ ୭୦% ମାଟିରେ ପୋତି। ୩୦% ଉପରକୁ ରଖୁଲେ ଗଛ ଶୀଘ୍ର ବଢିପାରେ ବର୍ଷସାରା ଜର୍ବେରା ଲଗାଯାଇ ପାରୁଥିଲେ ମଧ୍ୟ ନୂଆ ବଗିଚା ପାଇଁ ଅକ୍ଟୋବର ମାସ ଭଲ । ଗୋଟିଏ ଏକରକୁ ୨୪ ହଜାର ଗଛ ଦରକାର ପଡେ । ଗଛରେ ୧୫ ରୁ ୧୮ଟି ପତ୍ର ଆସିବା ପରେ ଫୁଲ ରଖାଯାଏ । ତା' ଆଗରୁ କଢ ଛିଡାଇ ଦିଆଯାଏ ।

କିସମ-

ବଜାରରେ ଚାହିଦା ଥିବା କିସମ ମଧ୍ୟରେ ପିମ୍ରୋଜ, ଗୋଲିଥ୍, ଇନଟେନସ୍ ବାଇଲେନ୍ସ୍, ମେକ୍ସ, ସିଲଭରଷ୍ଟାର, ଷ୍ଟାନ୍‌ଜା ଆଦି ପ୍ରଧାନ। ଗଛଗୁଡିକ ବାଙ୍ଗାଲୋରରୁ ଆସୁଛି । ପ୍ରତି ଗଛର ମୂଲ୍ୟ ୩୫ ଟଙ୍କା ରହିଛି ।

କେତେକ ନିୟମ-

ବଜାରରେ ମିଳୁଥିବା ତରଳ ସାର ବର୍ଗ ମିଟର ପ୍ରତି ୧ ଗ୍ରାମ ପ୍ରତି ସପ୍ତାହରେ ଦିଆଯାଏ ।କ୍ଷେତରୁ ବାଳୁଙ୍ଗା ନିୟମିତ ସଫା କରାଯାଏ । ଅତି ଛୋଟ କଚ୍ଚ ପୁରୁଣା ପତ୍ର ଛିଣ୍ଡାଇ ଦିଆଯାଏ ।

ରୋଗ ପୋକ ନିୟନ୍ତ୍ରଣ ପାଇଁ ପ୍ରତି ସପ୍ତାହରେ ମେଙ୍କୋଦେବ ୧ ଗ୍ରାମ ପ୍ରତି ଲିଟର, ମେଟାସିଷ୍ଟକ୍ ୧.୫ ମିଲି, ଡାଇକୋଫଲ୍ ୧ ମିଲି ପ୍ରତି ଲିଟରର ଦ୍ରବଣ ସିଞ୍ଚନ କରାଯାଏ । ପ୍ରଥମ ଫୁଲ ୮୦ ଦିନରେ ମିଳେ । ଏହାକୁ ସଠିକ୍ ପ୍ୟାକେଜିଂ କରି ବଜାରକୁ ପଠାଯାଏ । ଗୋଟିଏ ଏକର ଜର୍ ବେରା ଚାଷରୁ ବର୍ଷକୁ ୧୦ ଲକ୍ଷ ଟଙ୍କା ଲାଭ ହୋଇପାରେ।

ଔଷଧୀୟ ଗୁଣରେ ଭରପୁର ଅନନ୍ତମୂଳ, ଭଲ କରିଦେବ ଶରୀରର ବିଭିନ୍ନ ପ୍ରକାରର ରୋଗ

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments