1. ଉଦ୍ୟାନ କୃଷି

ଅଦିନିଆ ବିଟ୍ ରୁଟ୍ ଚାଷ କରି ବଢ଼ାନ୍ତୁ ନିଜର ରୋଜଗାର..

ବିଟ୍ ରୁଟ୍ ଏକ ଔଷଧୀୟ ଫଳ । ଏହାର ସ୍ୱାସ୍ଥ୍ୟ ଉପକାରିତା ହେତୁ ବଜାରରେ ଏହାର ଚାହିଦା ଅଧିକ । ଏହା ଗାଢ଼ ଲାଲ ରଙ୍ଗର । ଏଥିରୁ ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍, ଆଇରନ୍ ଏବଂ ଅନେକ ଭିଟାମିନ୍ ମିଳିଥାଏ । ଆମେ ବିଟ୍ ରୁଟକୁ ଫଳ, ସାଲାଡ, ପନିପରିବା ଭାବରେ ବ୍ୟବହାର କରିଥାଉ ।

Priyambada Rana
Priyambada Rana
ଜାଣନ୍ତୁ ବିଟ୍ ରୁଟ୍ ଚାଷର ଲାଭ..

ଜାଣନ୍ତୁ ବିଟ୍ ରୁଟ୍ ଚାଷର ଲାଭ..

ବିଟ୍ ରୁଟ୍ ଏକ ଔଷଧୀୟ ଫଳ । ଏହାର ସ୍ୱାସ୍ଥ୍ୟ ଉପକାରିତା ହେତୁ ବଜାରରେ ଏହାର ଚାହିଦା ଅଧିକ । ଏହା ଗାଢ଼ ଲାଲ ରଙ୍ଗର । ଏଥିରୁ ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍, ଆଇରନ୍ ଏବଂ ଅନେକ ଭିଟାମିନ୍ ମିଳିଥାଏ । ଆମେ ବିଟ୍ ରୁଟକୁ ଫଳ, ସାଲାଡ, ପନିପରିବା ଭାବରେ ବ୍ୟବହାର କରିଥାଉ । ତେବେ ଆସନ୍ତୁ ଆଜି ଆମେ ଜାଣିବା ଏହାର ଚାଷ ପଦ୍ଧତି ବିଷୟରେ...

ଚାଷ ପ୍ରଣାଳୀ:

ଜଳବାୟୁ-

ବିଟ୍ ରୁଟକୁ ଶୀତ ଋତୁର ଫଳ ଭାବରେ ବିବେଚନା କରାଯାଏ । ଆମ ଦେଶରେ ଏହା ନଭେମ୍ବରରୁ ଡିସେମ୍ବର ମାସ ମଧ୍ୟରେ ଅଧିକ ମିଳିଥାଏ । ଅବଶ୍ୟ, ପରିବର୍ତ୍ତନଶୀଳ ଜଳବାୟୁକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଏହା ସାମାନ୍ୟ ଗରମ ଜଳବାୟୁରେ ମଧ୍ୟ ବୃଦ୍ଧି କରାଯାଇପାରିବ । ଏହାର ଚାଷ ପାଇଁ ୧୮ ରୁ ୨୫ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ତାପମାତ୍ରା ଉପଯୁକ୍ତ ।

ଉପଯୁକ୍ତ ମୃତ୍ତିକା-

ବାଲିକା କାଦୁଆ ମାଟି ବିଟ୍ ରୁଟ୍ ଚାଷ ପାଇଁ ଉପଯୁକ୍ତ । ଏହାର ଭଲ ଅମଳ ପାଇଁ, ମାଟିର pH ହାର ୬ ରୁ ୭ ମଧ୍ୟରେ ରହିବା ଉଚିତ୍ । ବିଟ୍ ରୁଟ୍ ମଞ୍ଜି ବାଲିଆ ମାଟିରେ ଖୁବ୍ ଶୀଘ୍ର ବଢ଼ିଥାଏ ଏବଂ ଭଲ ଫସଲ ମଧ୍ୟ ହୋଇଥାଏ ।

ଚାଷ ଜମି ପ୍ରସ୍ତୁତି-

ଏହାର ଜମି ପ୍ରସ୍ତୁତ କରିବାକୁ, ତିନିରୁ ଚାରିଥର ଭଲ ଭାବେ ହଳ କରନ୍ତୁ ଏବଂ ଫସଲ ପାଇଁ ଉପଯୁକ୍ତ ଖତ ବ୍ୟବହାର କରନ୍ତୁ । ବିଟ୍ ରୁଟ୍ ଭଲ ଅମଳ ପାଇଁ ଏକ ଏକର କ୍ଷେତରେ ଅତି କମରେ ୫ ରୁ ୭ ଟନ୍ ଗାଈ ଗୋବର ଖତ ମିଶାନ୍ତୁ । ବର୍ତ୍ତମାନ ମଞ୍ଜି ବୁଣିବା ପାଇଁ ଶଯ୍ୟା ପ୍ରସ୍ତୁତ କରନ୍ତୁ ।

ରୋଗ ଏବଂ ପୋକ ପରିଚାଳନା-

ଭଲ ଫସଲ ଅମଳ ପାଇଁ ରୋଗ ପୋକ ଦମନର ଏକ ବଡ଼ ଭୂମିକା ରହିଛି । ବିଟ୍ ରୁଟ୍ ଫସଲରୁ ରୋଗ ପୋକ ହଟାଇବା ପାଇଁ ମାସରେ ଥରେ କିମ୍ବା ଦୁଇଥର କିଟନାଶକ ପକାଇବା ନିହାତି ଦରକାର । ଯଦି ଫସଲରେ କୌଣସି ରୋଗ ଅଛି, ତେବେ ବଜାରରୁ ରାସାୟନିକ ସାର କିଣନ୍ତୁ ଏବଂ ଏହାକୁ ସ୍ପ୍ରେ କରନ୍ତୁ। ନଚେତ ଏଥିପାଇଁ ଜୈବିକ ସାର ପ୍ରସ୍ତୁତ କରି ଆପଣ ବ୍ୟବହାର ମଧ୍ୟ କରିପାରିବେ ।

ରୋଜଗାର-

ବିଟ୍ ରୁଟ୍ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହେବାକୁ ଅତି କମରେ ୩ ରୁ ୪ ମାସ ସମୟ ଲାଗିଥାଏ । ଆପଣ ଏକ ଏକର ଜମିରେ ଅତି କମରେ ୩୦ ରୁ ୪୦ କ୍ୱିଣ୍ଟାଲ ବିଟ୍ ରୁଟ୍ ଉତ୍ପାଦନ କରିପାରିବେ । ବଜାରରେ ଏହାର ମୂଲ୍ୟ କିଲୋଗ୍ରାମ ପିଛା ୪୦ ରୁ ୮୦ ଟଙ୍କା ମଧ୍ୟରେ ରହିଥାଏ । ତେଣଉ ଏହି ଚାଷ କରିବା ଦ୍ୱାରା ଆପଣ ଭଲ ଅର୍ଥ ଉପାର୍ଜନ କରିପାରିବେ ।

ଲାଭ-

ବିଟ୍ ରୁଟ୍ ଏକ ମୂଳ ଜାତୀୟ ପରିବା ମଧ୍ୟରୁ ଅନ୍ୟତମ ଏବଂ ଏଥିରୁ ଅନେକ ପୋଷକ ତତ୍ତ୍ୱ ମିଳିଥାଏ। ବିଟ୍ ଗୁଟରେ ଭିଟାମିନ୍ ଏବଂ ଆଇରନ୍ ଭରପୂର ପରିମାଣରେ ଥାଏ । ଏହା ଆମର କ୍ଷତିଗ୍ରସ୍ତ କୋଷଗୁଡିକର ମରାମତି କରିବାରେ ସାହାଯ୍ୟ କରେ । ବିଟ୍ ରୁଟ୍ ଆମ ଶରୀରରେ ହେମୋଗ୍ଲୋବିନର ପରିମାଣ ମଧ୍ୟ ବଜାୟ ରଖିଥାଏ ।ଏହା ମହିଳାମାନଙ୍କଠାରେ ରକ୍ତଚାପ, ରକ୍ତହୀନତା, କୋଲେଷ୍ଟ୍ରଲ ସ୍ତର ଏବଂ ରକ୍ତହୀନତା ଆଦି ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ ।

ଜାଣନ୍ତୁ, କିପରି କରିବା ଗାଜର ଚାଷ...

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments