
Import duty exemption on Cotton extended till 31st December 2025, pic credit- www.pexels.com
ଘରୋଇ କପା ଚାଷୀମାନଙ୍କ ସ୍ୱାର୍ଥର ସୁରକ୍ଷା ସହିତ ଅନ୍ତର୍ଜାତୀୟ ବଜାରରେ ଭାରତୀୟ ବୟନଶିଳ୍ପକୁ ଅଧିକ ପ୍ରତିଯୋଗିତାମୂଳକ କରିବାରେ ସହାୟତା ଲାଗି ରଣନୈତିକ ହସ୍ତକ୍ଷେପ। କଞ୍ଚାମାଲ ମୂଲ୍ୟ ସ୍ଥିର କରିବା, ବୈଶ୍ୱିକ ପ୍ରତିଯୋଗିତାକୁ ସୁଦୃଢ଼ କରିବା ଏବଂ ବୟନଶିଳ୍ପ-ପୋଷାକ ମୂଲ୍ୟ ଶୃଙ୍ଖଳାରେ ନିଯୁକ୍ତି ବଜାୟ ରଖିବା ଲାଗି ଶୁଳ୍କ-ମୁକ୍ତ ଆମଦାନୀ। ଭାରତର ମୋଟ ବୟନଶିଳ୍ପ ରପ୍ତାନିରେ କପା (cotton)ପ୍ରସ୍ତୁତ ପୋଷାକର ଯୋଗଦାନ ୩୩ ପ୍ରତିଶତ, ଯାହା କପାର ନିରନ୍ତର ଚାହିଦାକୁ ସହାୟତା କରିଥାଏ, ଯାହାଦ୍ୱାରା କୃଷକମାନେ ସିଧାସଳଖ ଉପକୃତ ହୋଇଥାନ୍ତି।
ଭାରତର ବୟନ ଶିଳ୍ପ, ଦେଶର ଦ୍ୱିତୀୟ ସର୍ବବୃହତ ନିଯୁକ୍ତି ପ୍ରଦାନକାରୀ, ଉଚ୍ଚ ମାନର କପା ପାଇଁ ଆବଶ୍ୟକ କରେ । ଚାହିଦା-ଯୋଗାଣ ମଧ୍ୟରେ ଥିବା ବ୍ୟବଧାନକୁ ଦୃଷ୍ଟିରେ ରଖି ସରକାର କପା ଉପରେ ଆମଦାନୀ ଶୁଳ୍କ ଛାଡ଼କୁ ୨୦୨୫ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ ଦ୍ୱାରା ସୂଚିତ ଏହି ନିଷ୍ପତ୍ତି ଦ୍ୱାରା ସୂତା, କପଡା, ପୋଷାକ ଏବଂ ମେଡ୍ ଅପ୍ ସମେତ ସମଗ୍ର ବୟନଶିଳ୍ପ ମୂଲ୍ୟ ଶୃଙ୍ଖଳାରେ ନିବେଶ ମୂଲ୍ୟ ସ୍ଥିର ରହିବ ବୋଲି ଆଶା କରାଯାଉଛି, ଯାହା ଉତ୍ପାଦନକାରୀ ଏବଂ ଗ୍ରାହକଙ୍କୁ ସମାନ ଭାବେ ଆଶ୍ୱସ୍ତି ପ୍ରଦାନ କରିବ। ଏହି ରଣନୈତିକ ହସ୍ତକ୍ଷେପ ଦ୍ୱାରା ବୟନଶିଳ୍ପ କ୍ଷେତ୍ର ଘରୋଇ କପା ଚାଷୀମାନଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖିବା ସହିତ ବିଶ୍ୱ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ରହିବ। ଅଧିକାଂଶ ଆମଦାନୀ ସ୍ୱତନ୍ତ୍ର ଶିଳ୍ପ ଆବଶ୍ୟକତା କିମ୍ବା ବ୍ରାଣ୍ଡ-ଲିଙ୍କ ରପ୍ତାନି ଚୁକ୍ତିନାମା ପୂରଣ କରେ ଏବଂ ଘରୋଇ କପା (domestic cotton)ର ସ୍ଥାନ ନିଏ ନାହିଁ ।
ସୁଲଭ ମୂଲ୍ୟର, ଉଚ୍ଚମାନର କପା ରପ୍ତାନି ବଜାରରେ ଭାରତର ସ୍ଥିତିକୁ ସୁଦୃଢ଼ କରିଥାଏ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ତଥା ରପ୍ତାନି-ଭିତ୍ତିକ ୟୁନିଟ୍ ପାଇଁ ଅର୍ଡରକୁ ପୁନର୍ଜୀବିତ କରିଥାଏ। ବୟନଶିଳ୍ପ-ପୋଷାକ ଶିଳ୍ପ ୪୫ ନିୟୁତରୁ ଅଧିକ ଲୋକଙ୍କୁ ନିଯୁକ୍ତି ଦେଇଥାଏ, ଏବଂ ଚାକିରି ହରାଇବାକୁ ରୋକିବା ଏବଂ ଶିଳ୍ପ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ପାଇଁ ସ୍ଥିର କପା ଯୋଗାଣ ଗୁରୁତ୍ୱପୂର୍ଣ୍ଣ। ନିରନ୍ତର କଞ୍ଚାମାଲ ଯୋଗାଣ ଦ୍ୱାରା ଉଚ୍ଚ ମୂଲ୍ୟର କପଡା ଏବଂ ପୋଷାକ ଉତ୍ପାଦନକୁ ପ୍ରୋତ୍ସାହନ ମିଳିବ ବୋଲି ଆଶା କରାଯାଉଛି, ଯାହା ସରକାରଙ୍କ 'ମେକ୍ ଇନ୍ ଇଣ୍ଡିଆ' ଏବଂ ଘରୋଇ ଉତ୍ପାଦନ ଲକ୍ଷ୍ୟକୁ ସମର୍ଥନ କରିବ।
ଭାରତୀୟ କପା ନିଗମ ଲିମିଟେଡ (ସିସିଆଇ) ଦ୍ୱାରା ପରିଚାଳିତ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବ୍ୟବସ୍ଥା ମାଧ୍ୟମରେ କୃଷକଙ୍କ ସ୍ୱାର୍ଥ ସୁରକ୍ଷିତ ରହିଛି, ଯାହା ସୁନିଶ୍ଚିତ କରିଥାଏ ଯେ କୃଷକମାନେ ସେମାନଙ୍କ ଉତ୍ପାଦନ ଖର୍ଚ୍ଚଠାରୁ ଅତିକମରେ ୫୦ ପ୍ରତିଶତ ଅଧିକ ପାଇବେ। ଆମଦାନୀ ହୋଇଥିବା କପା ପ୍ରାୟତଃ ସ୍ୱତନ୍ତ୍ର ଶିଳ୍ପ ଆବଶ୍ୟକତାକୁ ପୂରଣ କରିଥାଏ ଏବଂ ଘରୋଇ କପାର ବିକଳ୍ପ ନୁହେଁ । ଅଧିକାଂଶ ଆମଦାନୀ ସ୍ବଳ୍ପ ସମୟ ପାଇଁ କିମ୍ବା ଯେତେବେଳେ ଘରୋଇ ଷ୍ଟକ୍ ପର୍ଯ୍ୟାପ୍ତ ନୁହେଁ, ଯାହା ସର୍ବୋଚ୍ଚ ଘରୋଇ କ୍ରୟ ଅବଧି ସହିତ ପ୍ରତିଦ୍ୱନ୍ଦ୍ୱିତାକୁ ହ୍ରାସ କରେ । ସରକାର କପା (cotton)ମୂଲ୍ୟ ଉପରେ ତୀକ୍ଷ୍ଣ ନଜର ରଖନ୍ତି ଏବଂ ଆବଶ୍ୟକ ସମୟରେ ସୁରକ୍ଷା ବ୍ୟବସ୍ଥା ଲାଗୁ କରିବାର ନମନୀୟତା ବଜାୟ ରଖନ୍ତି ।
ଏପ୍ରିଲ-ଅକ୍ଟୋବର ମଧ୍ୟରେ ଭାରତର ମୋଟ ବୟନଶିଳ୍ପ ଏବଂ ପୋଷାକ ରପ୍ତାନିରେ କପା ବୟନଶିଳ୍ପ ରପ୍ତାନିର ଯୋଗଦାନ ପାଖାପାଖି ୩୩ ପ୍ରତିଶତ ଥିଲା, ଯାହାର ମୂଲ୍ୟ ୭.୦୮ କୋଟି ଆମେରିକୀୟ ଡଲାର ଥିଲା, ଯାହା ଏହାକୁ ପ୍ରସ୍ତୁତ ପୋଷାକ ପରେ ଦ୍ୱିତୀୟ ସର୍ବବୃହତ୍ ଯୋଗଦାନକାରୀ କରିଛି। ବୟନ ଶିଳ୍ପ ଦ୍ୱାରା ବ୍ୟବହୃତ ୯୫ ପ୍ରତିଶତ ଘରୋଇ କପା ସହିତ, ଶୁଳ୍କ ଛାଡ଼ ପରୋକ୍ଷ ଭାବରେ କୃଷକମାନଙ୍କୁ ଲାଭାନ୍ୱିତ କରିବ ବୋଲି ଆଶା କରାଯାଉଛି କାରଣ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତା ମିଲଗୁଡ଼ିକୁ କପା ଚାଷୀମାନଙ୍କୁ ଉନ୍ନତ ମୂଲ୍ୟ ପ୍ରଦାନ ଲାଗି ସକ୍ଷମ କରିଥାଏ।
୩୧ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ସମସ୍ତ ପ୍ରକାରର କପା ଆମଦାନୀ ଶୁଳ୍କରୁ ୧୧ ପ୍ରତିଶତ ଛାଡ଼ କରିବା ଲାଗି ସରକାରଙ୍କ ପଦକ୍ଷେପକୁ ବିଭିନ୍ନ ବୟନଶିଳ୍ପ ସଙ୍ଗଠନ ସ୍ୱାଗତ କରିଛନ୍ତି ଏବଂ ଶିଳ୍ପ ଜଗତର ଦୀର୍ଘ ଦିନର ଦାବିକୁ ପୂରଣ କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ (Prime Minister Shri Narendra Modi)ଏବଂ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗିରିରାଜ ସିଂହଙ୍କୁ କୃତଜ୍ଞତା ବ୍ୟକ୍ତ କରିଛନ୍ତି।
pib.gov.in
Share your comments