କାଲି ପ୍ରକାଶ ପାଇଥିଲା କିପରି ଲଗାଇବେ ନଡ଼ିଆ ଗଛ |ଆଜି ଏଠାରେ ତାର ଅବଶିଷ୍ଟାଂଶ ଜଣାନ୍ତୁ ..
ଚେର ଦେଖି ଗାତ ଖୋଳ!
ନଡ଼ିଆ ର ଚେର ୩ ରୁ ୪ ବର୍ଷ ସୁଦ୍ଧା ସମ୍ପୂର୍ଣ ଭାବେ ବଢି ଯାଇଥାଏ ଏବଂ ଏହା କୋନ ଆକୃତି ର ହୋଇଥାଏ |ଅଧିକ ଗଭୀରତା ରେ ଲଗାଇଥିଲେ ଏହି ଚେର ବଢି ୮୦ ସେ.ମି ଯାଏ ହୋଇପାରିବ |ଅନ୍ୟପାଖେ ଏହା ୩୦ ସେ.ମି ଯାଏ ସୀମିତ ରୁହେ |ଯେତେ ଅଧିକ ବଡ ଗତ ତିଆରି କରିବେ ,ଚେର ସେତେ ଅଧିକ ଗଭୀର କୁ ଯାଇଥାଏ |ଭଲ ଭାବେ ବଢିଥିବା ଗଛ ରେ ୪୦୦୦-୭୦୦୦ ଚେର ବଢିଥାଏ|
ପରୀକ୍ଷା ରେ ମିଳିଥିଲା ଏହି ଫଳ
|
ଚାରା ଲଗାଇବାର ଗଭୀରତା |
ଲଗାଯାଇଥିବା ଚାରା ର ସଂଖ୍ୟା |
ଚାରା ମୃତ୍ୟୁ ସଂଖ୍ୟା |
|
୦ ସେ ମି |
୩୧ |
୧୨ |
|
୩୦ ସେ ମି |
୩୨ |
୯ |
|
୬୦ ସେ ମି |
୩୧ |
୧ |
|
୯୦ ସେ ମି |
୩୨ |
୪ |
ତେଣୁ ବୈଜ୍ଞାନିକ ପଦ୍ଧତି ରେ ଚାଷ କରୁଥିଲେ ଏବଂ ଭଲ ଅମଳ ପାଇବାକୁ ଚାହୁଁଥିଲେ ସର୍ବଦା ୬୦ ସେ.ମି ଗଭୀରତା ରେ ଚାରା ଲଗାନ୍ତୁ |
Share your comments