1. ଉଦ୍ୟାନ କୃଷି

ଉଚିତ ଗଭୀରତା ରେ ଲଗାନ୍ତୁ ନଡ଼ିଆ ଗଛ (୨ ଭାଗ )

କାଲି ପ୍ରକାଶ ପାଇଥିଲା କିପରି ଲଗାଇବେ ନଡ଼ିଆ ଗଛ |ଆଜି ଏଠାରେ ତାର ଅବଶିଷ୍ଟାଂଶ ଜଣାନ୍ତୁ ଚେର ଦେଖି ଗIତ ଖୋଳ!

KJ Staff
KJ Staff

କାଲି ପ୍ରକାଶ ପାଇଥିଲା କିପରି ଲଗାଇବେ ନଡ଼ିଆ ଗଛ |ଆଜି ଏଠାରେ ତାର ଅବଶିଷ୍ଟାଂଶ ଜଣାନ୍ତୁ ..


ଚେର ଦେଖି ଗାତ ଖୋଳ!

ନଡ଼ିଆ ର ଚେର ୩ ରୁ ୪ ବର୍ଷ ସୁଦ୍ଧା ସମ୍ପୂର୍ଣ ଭାବେ ବଢି ଯାଇଥାଏ ଏବଂ ଏହା କୋନ ଆକୃତି ର ହୋଇଥାଏ |ଅଧିକ ଗଭୀରତା ରେ ଲଗାଇଥିଲେ ଏହି ଚେର ବଢି ୮୦ ସେ.ମି ଯାଏ ହୋଇପାରିବ |ଅନ୍ୟପାଖେ ଏହା ୩୦ ସେ.ମି ଯାଏ ସୀମିତ ରୁହେ |ଯେତେ ଅଧିକ ବଡ ଗତ ତିଆରି କରିବେ ,ଚେର ସେତେ ଅଧିକ ଗଭୀର କୁ ଯାଇଥାଏ |ଭଲ ଭାବେ ବଢିଥିବା ଗଛ ରେ ୪୦୦୦-୭୦୦୦ ଚେର ବଢିଥାଏ|

ନଡ଼ିଆ ବହୁତ ଅଧିକ ଲମ୍ବା ହୋଇଥିବାରୁ ତାର ଚେର ମଧ୍ୟ ସେତିକି ମଜବୂତ ହୋଇଥିବା ଆବଶ୍ୟକ |ତେଣୁ ଏହାକୁ ଯେତେ ଅଧିକ ଗଭୀରତା ରେ ଲଗାଇବେ ,ତାର ଚେର ସେତିକି ଲମ୍ବିବ ଏବଂ ଗଛ ସେତିକି ହୃଷ୍ଟ ପୃଷ୍ଠା ହୋଇ ବଢିବା |ସେହିପରି ଉନ୍ନତ ମନର ଚାରା ମଧ୍ୟ ଭଲ ଅମଳ ଲାଗି ଆବଶ୍ୟକ
ଏନେଇ ହୋଇଥିଲା ନୀଲେଶ୍ୱର ,ନଡ଼ିଆ ଗବେଷଣା କେନ୍ଦ୍ର ରେ ବିଭିନ୍ନ ପରୀକ୍ଷା ଏବଂ ଏଥିରେ ୱେଷ୍ଟ କୋଷ୍ଟ ଟଲ କିସମ ର ବିଭିନ୍ନ ନଡ଼ିଆ ଚାରା କୁ ୦,୩୦,୬୦ ଏବଂ କ୍ରମାନୁସାରେ ୯୦ ସେ.ମି ଗଭୀରତା ରେ ଲଗାଯାଇଥିଲା |ଫଳସ୍ୱରୂପ ମାଟି ପାଖରେ ଲଗାଯାଇଥିବା ଗଛ ଖରା ଦିନେ ପାଣି ଅବଭୃ ମାରି ଯାଇଥିଲା ଏବଂ ସେହିପରି ୯୦ ସେ .ମି ଗଭୀରତା ରେ ଲଗାଯାଇଥିବା ଚାରା ମଧ୍ୟ ଅଧିକ ପାଣି ପାଇଁ ପଚି ଯାଇଥିଲା ତେଣୁ କେବଳ ୬୦ ସେ.ମି ର ଗଭୀରତା ରେ ଲାଗ ଯାଇଥିବା ଗଛ ରେ ହିଁ ସର୍ବାଧିକ ଚେର ବୃଦ୍ଧି ହୋଇଥିଲା ଏବଂ ସେଥିରେ ହିଁ ସର୍ବନିମ୍ନ ଚାରା ମୁର୍ତ୍ୟୁ ହାର ଦେଖିବାକୁ ମିଳିଥିଲା |ଏହିପରି ପରୀକ୍ଷା ତାମିଲ ନାଡୁ ର ଆଞ୍ଚଳିକ ନଡ଼ିଆ ଗବେଷଣା କେନ୍ଦ୍ର ରେ ମଧ୍ୟ କରାଯାଇ ଦେଖାଯାଇଥିଲା ଏବଂ ସେଠାରେ ମଧ୍ୟ ଏହି ପାହାଳ ଆସିଥିଲା |

ପରୀକ୍ଷା ରେ ମିଳିଥିଲା ଏହି ଫଳ

ଚାରା ଲଗାଇବାର ଗଭୀରତା

ଲଗାଯାଇଥିବା ଚାରା ର ସଂଖ୍ୟା 

ଚାରା ମୃତ୍ୟୁ  ସଂଖ୍ୟା

୦ ସେ ମି

୩୧

୧୨

୩୦ ସେ ମି

୩୨

୬୦ ସେ ମି

୩୧

୯୦ ସେ ମି

୩୨

ତେଣୁ ବୈଜ୍ଞାନିକ ପଦ୍ଧତି ରେ ଚାଷ କରୁଥିଲେ ଏବଂ ଭଲ ଅମଳ ପାଇବାକୁ ଚାହୁଁଥିଲେ ସର୍ବଦା ୬୦ ସେ.ମି ଗଭୀରତା ରେ ଚାରା ଲଗାନ୍ତୁ |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments