Horticulture

ପାର୍ଲିଆମେଣ୍ଟରେ ଟଣାଓଟରା ପରେ ଲଞ୍ଚ ଟେବୁଲରେ ଏକାଠି ହେଲେ ବିଜେପି-କଂଗ୍ରେସ

ପାର୍ଲିଆମେଣ୍ଟରେ ମାଣ୍ଡିଆ ଖାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂସଦ ଗୃହରେ ହଟ୍ଟଗୋଳ ପରେ ଏକାଠି ଲଞ୍ଚ ଟେବୁଲରେ ବସି ମାଣ୍ଡିଆ ଭୋଜନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ।

21 December, 2022 3:06 PM IST By: Priyambada Rana

ମିଲେଟ୍(Millet) ଉତ୍ପାଦନ ବା ମାଣ୍ଡିଆ ଚାଷକୁ ଏବେ ସବୁ ମହଲରୁ ପ୍ରୋତ୍ସାହନ ମିଳିବା ଆରମ୍ଭ ହୋଇଯାଇଛି ।ମାଣ୍ଡିଆ ଚାଷ, ଏହାର ପ୍ରକ୍ରିୟାକରଣ, ମାଣ୍ଡିଆ ଖାଦ୍ୟର ପ୍ରଚାର ପ୍ରସାର ପାଇଁ ଓଡ଼ିଶା ସରକାର ଏହି ପ୍ରୟାସ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଏହାକୁ ପ୍ରୋତ୍ସାହିତ କରାଯାଉଥିବା ଦେଖିବାକୁ ମିଳିଛି । ଏହା ସାଧାରଣ ଲୋକଙ୍କ ପାଖରେ ମାଣ୍ଡିଆର ଗୁରୁତ୍ୱ ଓ ଉପକାରିତାକୁ ପହଞ୍ଚାଇବାରେ ସାହାଯ୍ୟ କରିପାରିଥିବା ଦେଖିବାକୁ ମିଳିଛି । ଖାଦ୍ୟ ଓ କୃଷି ସଙ୍ଗଠନ(FAO) ପରିଷଦ ଦ୍ୱାରା ଅନୁମୋଦିତ ହୋଇଥିବା ଭାରତର ପ୍ରସ୍ତାବ ଅନୁସାରେ ୨୦୨୩ କୁ ସମଗ୍ର ବିଶ୍ୱ 'ଆନ୍ତର୍ଜାତୀୟ ମିଲେଟ ବର୍ଷ' ଭାବେ ପାଳନ କରିବାକୁ ଯାଉଛି । ମାଣ୍ଡିଆ ଚାଷ ଏବେ ବିଶ୍ୱରେ ଏକ ସୁସ୍ଥ ବିପ୍ଳବ ସୃଷ୍ଟି କରିବାକୁ ଯାଉଛି ।

ଦେଶ ବିଦେଶରେ ମାଣ୍ଡିଆର ରପ୍ତାନି ଓ ଆମଦାନି ଚାହିଦା ବଢ଼ିବା ପରେ ମାଣ୍ଡିଆ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ପାଇଁ ଦୁଇପାଦ ବଢ଼ାଇ ଆଗକୁ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ଦ୍ୱାରା ପାର୍ଲିଆମେଣ୍ଟରେ ଆୟୋଜିତ ହୋଇଥିଲା ମିଲେଟ୍ ଲଞ୍ଚ । ଯେଉଁଥିରେ ବିଭିନ୍ନ ଦଳର ନେତା ତଥା ସାଂସଦମାନେ ଏକାଠି ବସି ମାଣ୍ଡିଆରେ ପ୍ରସ୍ତୁତ ବ୍ୟଞ୍ଜନ ଗ୍ରହଣ କରିଥିଲେ । ସଂସଦରେ ବିଭିନ୍ନ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ପରେ ମାଣ୍ଡିଆ ଲଞ୍ଚ ଟେବୁଲରେ ଏକାଠି ନଜର ଆସିଥିଲେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀଶ ଧନଖଡ଼ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ମିଲେଟ ଲଞ୍ଚ ପରେ ଟୁଇଟ୍ କରି ମାଣ୍ଡିଆର ଉପକାରିତା ଓ ସ୍ୱାଦ ବଖାଣିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥି ସହ ମିଲେଟ୍ ଲଞ୍ଚଲେ ଉପସ୍ଥିତ ଥିବା ସମସ୍ତ ସାଂସଦ ଓ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ଓଡିଶା ସରକାର । ଯାହାକୁ ପ୍ରତ୍ସାହିତ କରିବା ଲକ୍ଷରେ ଆଗକୁ ଆସିଛନ୍ତି କେନ୍ଦ୍ର ସରକାର । ବିଶ୍ୱ ଦରବାରରେ ମାଣ୍ଡିଆ କିପରି ଏକ ନୂଆ ପରିଚୟ ପାଇ ପାରିବ ସେ ନେଇ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଯାଇଛି । ଆସନ୍ତା ବର୍ଷ ପାଳିତ ହେବାକୁ ଯାଉଥିବା ମିଲେଟ ବର୍ଷକୁ ସଫଳ କରିବା ପାଇଁ ସରକାର ନୂଆ ନୂଆ ପଦକ୍ଷେପମାନ ନେଉଥିବା ଦେଖିବାକୁ ମିଳିଛି । ମିଲେଟ ଚାଷୀଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ସହ ଆର୍ଥିକ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା କରୁଛନ୍ତି ସରକାର । ୨୦ ଜଣିଆ ଚାଷୀଙ୍କୁ ନେଇ ଏକ ଗ୍ରୁପ କରି ମାଣ୍ଡିଆ ଚାଷ(Millet Cultivation)୧୬ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି ସରକାର ।

ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ପାଇଁ ଓଡ଼ିଶା ସରକାର ତିଆରି କରିଥିବା ମଡେଲ କେନ୍ଦ୍ର ସରକାରଙ୍କ ଦ୍ୱାରା ଖୁବ ଆଦୃତ ହୋଇଥିବା ଦେଖିବାକୁ ମିଳିଛି । ତେଣୁ କେନ୍ଦ୍ର ମନ୍ତ୍ରାଳୟ ଓ ବିଭାଗ ଗୁଡ଼ିକରେ ହେବାକୁ ଥିବା ମିଟିଂ ଓ କ୍ୟାଣ୍ଟିନରେ ମାଣ୍ଡିଆ ପ୍ରସ୍ତୁତ ଲଡୁ, ମିକ୍ସଚର, ସ୍ନାକ୍ସ୍, ପୁରୀ, ଇଡଲି, ଦୋଷା ଓ ବିସ୍କୁଟ୍ ପରଷିବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ସେତିକି ନୁହେଁ ନୀତି ଆୟୋଗ(Niti Aayog)ମଧ୍ୟ ଏହାକୁ ଏକାଧିକ ଥର ପ୍ରଶଂସା କରିଥବା ଦେଖିବାକୁ ମିଳିଛି ।

ତେବେ ମାଣ୍ଡିଆ ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥିବା ବେଳେ ଏହାକୁ ସହଜରେ ଚାଷ କରାଯାଇପାରେ । ମିଲଟ୍ ମିଶନ ଜରିଆରେ ଚାଷୀମାନଙ୍କ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ସରକାରୀ ସ୍ତରରେ ଚାଷ ସମ୍ୱନ୍ଧୀୟ ବୈଷୟିକ ସୂଚନା ପ୍ରଦାନ ସହ ତାଲିମ ପାଇଁ କର୍ମଶାଳା ମାନ ମଧ୍ୟ ଆୟୋଜନ କରୁଛନ୍ତି ସରକାର। କେବଳ ଏତିକି ନୁହେଁ, ବିଭିନ୍ନ ପଞ୍ଚାୟତରେ ମାଣ୍ଡିଆ ମଣ୍ଡି ଖୋଲି ଚାଷୀଙ୍କୁ ବିକ୍ରି କରିବାରେ ସହାୟକ ହେଉଛନ୍ତି । ଯାହାଫଳରେ ଚାଷୀ ନିଜର ଉତ୍ପାଦିତ ଫସଲକୁ ସିଧାସଳଖ ମଣ୍ଡିରେ ବିକ୍ରି କରିବାରେ ସଫଳ ହୋଇପାରୁଛି । ଏହାପରେ ଫସଲର ମୂଲ୍ୟ ଚାଷୀଙ୍କ ଟିଡିସିଏସ ଖାତାକୁ ସିଧାସଳଖ ଟଙ୍କା ପଠାଯାଉଛି ।

ପୂର୍ବରୁ ଆଦିବାସୀ ସଂପ୍ରଦାୟର ଲୋକେ ପାରମ୍ପରିକ ଭାବେ ମାଣ୍ଡିଆ, ସୁଆଁ, ବାଜରା ଭଳି  କ୍ଷୁଦ୍ର ଶସ୍ୟ ଜାତୀୟ ଫସଲ ଚାଷ କରି ଆସୁଥିଲେ । ଯାହା ଅଳ୍ପ ଅମଳ ଦେବା ସହ କୃଷକଙ୍କର କ୍ଷତି ଘଟାଉଥିଲା । କିନ୍ତୁ  ସରକାର ଏବେ ଜୈବିକ ପଦ୍ଧତିରେ ମାଣ୍ଡିଆ ଚାଷ କରିବା ପାଇଁ ପ୍ରୟାସ କରୁଛନ୍ତି । ସେଥିପାଇଁ କୃଷକଙ୍କୁ ଏକର ପିଛା ଦୁଇ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଉଛି । ଏଥିରେ ଜୈବିକ ପଦ୍ଧତିରେ ଚାଷ କରାଯାଉଥିବାରୁ ଜମିର ଉର୍ବରତା ବୃଦ୍ଧି ପାଇବା ସହ ଫସଲ ଉତ୍ପାଦନ ମଧ୍ୟ ବୃଦ୍ଧି ପାଉଛି । ଯାହାର ଫଳ ସ୍ୱରୂପ ଏବେ ଏକର ଏକର ଜମିରେ ଲହଡି ଭାଙ୍ଗୁଛି ମାଣ୍ଡିଆ ଫସଲ ।

ମାଣ୍ଡିଆ ଚାଷ ବିଷୟରେ କିଛି ଜାଣନ୍ତୁ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)