1. ଉଦ୍ୟାନ କୃଷି

ଗୋଲାପ ଚାଷ କରି ହୁଅନ୍ତୁ ଉଦ୍ୟୋଗପତି, ଜାଣନ୍ତୁ ଚାଷ ପ୍ରଣାଳୀ...

ବ୍ୟବସାୟଭିତ୍ତିକ ଫୁଲଚାଷ କରି ଆମ ରାଜ୍ୟର ଚାଷୀଭାଇ ମାନେ ଅଧିକ ରୋଜଗାରକ୍ଷମ ହେବା ସହ ଏହି କ୍ଷେତ୍ରରେ ନୂତନ କର୍ମନିଯୁକ୍ତି ସୃଷ୍ଟି ହୋଇପାରିବ । ଆମ ରାଜ୍ୟରେ ଏଥିପାଇଁ ପ୍ରଶସ୍ତ କ୍ଷେତ୍ର ରହିଥିଲେ ମଧ୍ୟ ଆମର ଚାଷୀଭାଇମାନେ ଏହାର ସୁଯୋଗ ନେଇପାରିନାହାନ୍ତି । ଏଥିପାଇଁ ପଡୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ବିଶେଷ କରି ଫୁଲର ଚାହିଦା ସର୍ବାଧିକ ଅଟେ ।

Priyambada Rana
Priyambada Rana
ଲାଭଦାୟକ ଗୋଲାପ ଚାଷ

ଲାଭଦାୟକ ଗୋଲାପ ଚାଷ

ଔଷଧୀୟ ବୃକ୍ଷ ଚାଷ ସାଙ୍ଗକୁ ଫୁଲଚାଷ ସାଂପ୍ରତିକ ସ୍ଥିତିରେ ଅର୍ଥନୈତିକ ବିକାଶର ଏକ ନୂତନ ଦିଗନ୍ତ ସାଜିଛି । ଏହି ପରିପ୍ରେକ୍ଷରେ ବ୍ୟବସାୟଭିତ୍ତିକ ଫୁଲଚାଷ କରି ଆମ ରାଜ୍ୟର ଚାଷୀଭାଇ ମାନେ ଅଧିକ ରୋଜଗାରକ୍ଷମ ହେବା ସହ ଏହି କ୍ଷେତ୍ରରେ ନୂତନ କର୍ମନିଯୁକ୍ତି ସୃଷ୍ଟି ହୋଇପାରିବ । ଆମ ରାଜ୍ୟରେ ଏଥିପାଇଁ ପ୍ରଶସ୍ତ କ୍ଷେତ୍ର ରହିଥିଲେ ମଧ୍ୟ ଆମର ଚାଷୀଭାଇମାନେ ଏହାର ସୁଯୋଗ ନେଇପାରିନାହାନ୍ତି । ଏଥିପାଇଁ ପଡୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ବିଶେଷ କରି ଫୁଲର ଚାହିଦା ସର୍ବାଧିକ ଅଟେ । ବିବାହ ସଜସଜ୍ଜା , ଅତର ପ୍ରସ୍ତୁତି ଶିଳ୍ପରେ ଏହାର ଚାହିଦା ଦୃଷ୍ଟିରୁ ଏହାର କୃଷିକରଣ ଆମ ରାଜ୍ୟର ଚାଷୀମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଅଟେ ।

ଗୋଲାପ ଗଛର ନିର୍ଦ୍ଧିଷ୍ଟ ଆକାର କଳନା କରିବା ଅସମ୍ଭବ । କମ୍ପାକ୍ଟ ସାଇଜରୁ ଆରମ୍ଭ କରି ସାତଫୁଟ ଉଚ୍ଚତାର ଗୋଲାପ ଗଛ ରହିଛି । ଉଦ୍ଭିଦ ବିଜ୍ଞାନରେ ଗୋଲାପର ଆକୃତି ପ୍ରକୃତି ସମ୍ପର୍କରେ ଅନେକ ତଥ୍ୟ ରହିଛି । ସୂତ୍ର ଅନୁଯାୟୀ ଅଧିକାଂଶ ପ୍ରଜାତିର ଗୋଲାପ ପତ୍ରର ଲମ୍ବ ୫ରୁ ୧୫ସେଣ୍ଟିମିଟର ରହିଥାଏ ।

ସବୁ ଜଳବାୟୁରେ ଗୋଲାପ ଗଛ ବଢି ପାରୁଥିବାରୁ ଏହାର ଚାଷ ସବୁଯାଗାରେ ହୋଇଥାଏ ।

ହର୍ଟିକଲଚରରେ ଗୋଲାପର ମୂଳ ବଂଶର ପ୍ରଜନନ ବା ବିସ୍ତାର ମୁଖ୍ୟତଃ କଲମୀକରଣ ମାଧ୍ୟମରେ କରାଯାଇଥାଏ ।

ଗୋଲାପ ଗଛ ବଢ଼ନ୍ତି ଅବସ୍ଥାରେ ଦିନକୁ ପାଞ୍ଚଘଣ୍ଟାର ତୀର୍ଯ୍ୟକ ସୂର୍ଯ୍ୟକିରଣ ଆବଶ୍ୟକ କରେ ।

ଏହି କାରଣରୁ ଶୀତଦିନେ ଗୋଲାପ ଗଛ ବିଶେଷ ବଢି ପାରେ ନାହିଁ ।

ସେଥିପାଇଁ ଏସିଆ ମହାଦେଶ ପ୍ରଜାତିର ଗୋଲାପ ଉପ ଉଷ୍ମ ମଣ୍ଡଳୀୟ ଅଞ୍ଚଳରେ ବଢିବାରେ କୈଣସି ଅସୁବିଧା ହୁଏନାହିଁ ।

ଅଧିକାଂଶ ଗୋଲାପ ଦୁଇ ପରସ୍ତର ଫୁଲ କିମ୍ବା ଅତିରିକ୍ତ ପାଖୁଡା ବିଶିଷ୍ଟ ।

କିପରି କରିବେ ଗୋଲାପ ଚାଷ:

ଗୋଲାପ ଚାରା ଲଗାଇବା ପୂର୍ବରୁ ଗଛ ପ୍ରତି ବା ମନ୍ଦା ପ୍ରତି ୪ - ୮ କିଗ୍ରା ସଜା ଗୋବର ଖତ ଏବଂ ଏକ ମୁଠା ହାତଗୁଣ୍ଡ ପ୍ରୟୋଗ କରନ୍ତୁ ।

ଗଛ ଲଗାଇବା ସମୟରେ ଦୁର୍ବଳ ଓ ରୋଗାକ୍ରାନ୍ତ ଡାଳଗୁଡିକୁ କାଢି ଦିଅନ୍ତୁ ଏବଂ କଲମୀ ହୋଇଥିବା ଆଖୁଟି ମାଟିର ୬ - ୮ ସେମି ଉପରକୁ ରଖନ୍ତୁ ।

ଗଛ ଲଗାଇବା ପରେ ପାଣି ଦେବା ଆବଶ୍ୟକ । ଏହାପରେ ନୂଆ ଡାଳ କଅଁଳିବା ପର୍ଯ୍ୟନ୍ତ ହାଲୁକା ଜଳସେଚନ କରନ୍ତୁ ।

ଏହାପରେ କଲମୀ ତଳୁ ଜଙ୍ଗଲୀ ଗଛରୁ ବାହାରୁଥିବା ଡାଳ ସବୁ କାଟିଦିଅନ୍ତୁ ।

ଗଛ ମଧରେ ବ୍ୟବଧାନ ୬୦ X ୬୦ ସେମି ବା ୧ ମି. X ୧ ମି ରଖନ୍ତୁ । ମାତ୍ର ଅଧିକ ଫୁଲ ପାଇଁ ବ୍ୟବଧାନ ୩୦ ସେମି X ୩୦ ସେମିକୁ କମାଇ ଦିଆଯାଇପାରେ ।

ଗୋଲାପ ଚାଷରେ କାଣ୍ଟାଛାଣ୍ଟ ଏକ ପ୍ରଧାନ ପ୍ରକ୍ରିୟା । ପ୍ରତିବର୍ଷ ଗୋଲାପ ଗଛକୁ ଅନେକଗୁଡିଏ ନୂଆଡାଳ ବାହାରେ ଏବଂ ଗଛ ଝଙ୍କାଳିଆ ହୋଇଥାଏ । ଏଗୁଡିକ କାଟି ନ ଦେଲେ ଫୁଲର ଆକାର ଛୋଟ ହୁଏ ଏବଂ ପରେ ଫୁଲ ଅମଳ କମିଯାଏ ।

ଗଛକୁ କାଣ୍ଟାଛାଣ୍ଟ କରି ଅଳ୍ପ କେତେକ ସୁସ୍ଥ ସବଳ ଡାଳ ରଖଲେ ତାହା ବଡ ତଥା ଉଚ୍ଚମାନର ଫୁଲ ଉତ୍ପନ୍ନ କରେ ।

ସାଧାରଣତଃ କାଣ୍ଟ ଛାଣ୍ଟ କରାଯିବାର ୬ ସପ୍ତାହରୁ ୮ ସପ୍ତାହ ମଧ୍ୟରେ ପ୍ରଥମ ଫୁଲ ଆସିଥାଏ ।

ମାଟିର ଉର୍ବରତାକୁ ଲକ୍ଷ୍ୟ କରି କାଣ୍ଟ ଛାଣ୍ଟ କରିବା ସମୟରେ ବୁଦା ପ୍ରତି ୬ ରୁ ୧୦ କିଗ୍ରା ସଜା ଗୋବର ଖତ ପ୍ରୟୋଗ କରନ୍ତୁ । ପ୍ରଥମେ ଗଛର ମୂଳକୁ ଖୁସାଇ ଘାସ ବାଛି ଗଛ ମୂଳରୁ ଉପର ଅଂଶ ମାଟିକୁ କାଢି ତା ସହିତ ଖତକୁ ଭଲଭାବରେ ମିଶାଇ ଗଛ ମୂଳରେ ପ୍ରୟୋଗ କରନ୍ତୁ ।

ଖତ ପ୍ରୟୋଗ ପରେ ଗଛ ମୂଳରେ ଯଥେଷ୍ଟ ପାଣି ଦିଅନ୍ତୁ । କାଣ୍ଟଛାଣ୍ଟ କରିବାର ୭ ରୁ ୧୦ ଦିନ ପରେ ବୁଦା ପ୍ରତି ୧୦୦ ଗ୍ରାମ୍ ହିସାବରେ ଏହି ସାରର ମିଶ୍ରଣ ପ୍ରୟୋଗ କରନ୍ତୁ ।

ଏହି ଚାଷ କଲେ ହେବେ ଲକ୍ଷପତି, ଜାଣନ୍ତୁ କିପରି...

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments