1. ଚାକିରି

OSSSC ପକ୍ଷରୁ ବିଜ୍ଞପ୍ତି: ସରକାରୀ ବିଦ୍ୟାଳୟରେ ନିଯୁକ୍ତି ସୁଯୋଗ

୨୬୨୯ ଟି ଜିଲ୍ଲା କ୍ୟାଡର ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି....

Tanushree Mahapatra
Tanushree Mahapatra
Govt school teacher recruitment opportunity, image source - pixeles

Govt school teacher recruitment opportunity, image source - pixeles

ସରକାରୀ ଚାକିରୀ ପାଇଁ ଯୁବକ-ଯୁବତୀଙ୍କ ଭିତରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳୁଛି ।  ସବୁଠାରୁ ବଡ଼ କଥା ହେଲା ସରକାରୀ ସ୍କୁଲ, ସରକାରୀ ଡାକ୍ତରଖାନା ପ୍ରତି ଲୋକଙ୍କ ଆଗ୍ରହ ଅଧିକ l ସରକାରୀ ଚାକିରୀ ପାଇଁ ଉଚ୍ଚ ଦରମାର ପ୍ରାଇଭେଟ ଚାକିରୀ ଛାଡ଼ିବାକୁ ପ୍ରସ୍ତୁତ ଅଛନ୍ତି ପିଲା ମାନେ । ସରକାରୀ ଚାକିରି ପାଇଁ କେମିତି ପିଲାଙ୍କ ମଧ୍ୟରେ ନାହିଁନଥିବା ଆଗ୍ରହ ରହିଛି, ତାହା ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ହେଉଥିବା ଭିଡ଼ରୁ ସହଜରେ ଜାଣି ହେଉଛି ।

ତେବେ ଆପଣ ଯଦି ସରକାରୀ ଚାକିରୀ ପାଇଁ ଇଚ୍ଛା କରୁଛନ୍ତି ଏବଂ ଏନେଇ ପୂରା ପରିଶ୍ରମ ସହିତ ପ୍ରସ୍ତୁତ ହେଉଛନ୍ତି l ତେବେ ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି ।  OSSSC ତରଫରୁ ଏକ ବିଜ୍ଞପ୍ତି ଜାରି କରିଛି l ଯଦି ଆପଣ ଏଥିପାଇଁ ଯୋଗ୍ୟ ତେବେ ଆଜି ହିଁ ଆବେଦନ କରନ୍ତୁ l

ସରକାରୀ ବିଦ୍ୟାଳୟରେ ଚାକିରି କରିବାର ସୁଯୋଗ ପ୍ରକାଶ ପାଇଛି । ଅନୁସୂଚୀତ ଜନଜାତି ଓ ଅନୁସୂଚିତ ଜାତି ବିକାଶ, ଏମ ଓ ବିସିଡବ୍ଲ୍ୟୁ ବିଭାଗ ଅଧୀନରେ ସରକାରୀ ବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପଦବୀ l ବିଭିନ୍ନ ବିଭାଗର ଶିକ୍ଷକ ଏବଂ ସେବକ/ ସେବିକା ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ସରକାରୀ କ୍ଷେତ୍ରରେ । ଏହି ବିଦ୍ୟାଳୟ ଗୁଡ଼ିକରେ ଟିଜିଟି ଅର୍ଥ କଳା, ଟିଜିଟି ଅର୍ଥ ବିଜ୍ଞାନ-ପିସିଏମ୍ , ଟିଜିଟି ଅର୍ଥ ବିଜ୍ଞାନ-ସିନିଜେଡ୍ ଓ ସଂସ୍କୃତ ଶିକ୍ଷକ, ହିନ୍ଦୀ , ଶାରୀରିକ ଶିକ୍ଷା ଶିକ୍ଷକ ଆବଶ୍ୟକ l ସେହିପରି ଆଦିବାସୀ ଭାଷା ଶିକ୍ଷକ ଏବଂ ସେବକ/ସେବିକାରେ ୨୬୨୯ ଟି ଜିଲ୍ଲା କ୍ୟାଡର ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି l ଯେଉଁଥିପାଇଁ ଅନେକ ଦିନରୁ ଆଶାୟୀ ପ୍ରାର୍ଥୀ ଅପେକ୍ଷା କରି ବସିଥିଲେ l

ଏଥିପାଇଁ ଯୋଗ୍ୟ ପ୍ରାର୍ଥୀମାନେ www.osssc.govt.in  ଅଫିସିଆଲ ୱେବସାଇଟକୁ ଯାଇ ଆଦେଦନ କରିବେ । ଏହି ୱେବସାଇଟ ମାଧ୍ୟମରେ ଆବେଦନକାରୀ ଖାଲି ଥିବା ପଦବୀର ବିବରଣୀ, ଦରମାର ପରିମାଣ, ବୟସ ଯୋଗ୍ୟତା , ଶିକ୍ଷା ଯୋଗ୍ୟତା ଏବଂ ଅନ୍ୟାନ୍ୟ ସର୍ତ୍ତାବଳୀ ଇତ୍ୟାଦିର ତଥ୍ୟ ପାଇପାରିବେ ।

ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଓଏସଏସଏସସି ୱେବ ପୋର୍ଟାଲରେ( OSSSC) ଲଗ ଇନ କରି ଅନଲାଇନ ଜରିଆରେ ଆବେଦନ କରିପାରିବେ । ତେବେ ଅନଲାଇନରେ ରେଜିଷ୍ଟ୍ରେସନ ଏବଂ ଫର୍ମ ପୂରଣ ପାଇଁ ଆରମ୍ଭ ତାରିଖ ୧.୦୪.୨୦୨୪ ରୁ ଆରମ୍ଭ ହେଉଥିବା ବେଳେ ଏହାର ଶେଷ ତାରିଖ ହେଉଛି ୨୫.୦୪ ୨୦୨୪ ତାରିଖ । ପ୍ରକାଶ ପାଇଥିବା ଏହି ତାରିଖ ମଧ୍ୟରେ ଆପଣ ଆବେଦନ କରିପାରିବେ l ସେହିପରି ଅନଲାଇନ ଆପ୍ଲିକେସନ ଦାଖଲ ପ୍ରକ୍ରିୟା ଆରମ୍ଭ ହେଉଛି ୧.୦୪.୨୦୨୪ ରେ ଏବଂ ରହର ଶେଷ ତାରିଖ ହେଉଛି ୩୦.୦୪.୨୦୨୪ । ଏଥିପାଇଁ ଆଜି ହିଁ ଆବେଦନ ପ୍ରକ୍ରିୟା ପାଇଁ ସମସ୍ତ ତଥ୍ୟ ସଂଗ୍ରହ କରନ୍ତୁ l

Mahtari Vandan Yojana: ମହିଳାଙ୍କୁ ଡିବିଟିରେ ମାସିକ ୧୦୦୦

FREE RATION UPDATE: ୫ ମିନିଟ୍‌ରେ କରନ୍ତୁ ନୂଆ କାର୍ଡ଼

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments