1. ଚାକିରି

ବାୟୁସେନାରେ ବାହାରିଲା ବଡ଼ ନିଯୁକ୍ତି ସୁଯୋଗ, ଯୋଗ୍ୟତା ଅନୁସାରେ କରନ୍ତୁ ଆବେଦନ

ଭାରତୀୟ ବାୟୁସେନାରେ ଅଗ୍ନିବୀରମାନଙ୍କ ନୂଆ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରାଯାଇଛି। ଏଥିପାଇଁ ଅନଲାଇନ୍‌ ଆବେଦନ ପ୍ରକ୍ରିୟା ୨୭ ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି । ଆବେଦନ କରିବାକୁ ଇଚ୍ଛୁକ ଥିବା ତଥା ଯୋଗ୍ୟ ପ୍ରାର୍ଥୀ agnipathvayu.cdac.in ୱେବସାଇଟ୍‌କୁ ଯାଇ ୧୭ ଅଗଷ୍ଟ, ୨୦୨୩ ମଧ୍ୟରେ ଆବେଦନ କରିପାରିବେ । ଅନଲାଇନ୍‌ ଲିଖିତ ପରୀକ୍ଷା ୧୩ ଅକ୍ଟୋବର ୨୦୨୩ରୁ ଆରମ୍ଭ ହେବା ନେଇ ପ୍ରକାଶ ପାଇଛି ।

Priyambada Rana
Priyambada Rana
Indian airforce agniveer vayu recruitment..pic credit: @IAF_MCC

ଆବେଦନକାରୀ ଗଣିତ, ଫିଜିକ୍ସ ଓ ଇଂରାଜୀ ବିଷୟ ସହିତ +2ରେ ଅତି କମରେ ୫୦ ପ୍ରତିଶତ ମାର୍କ ରଖି ପାସ୍‌ କରିଥିବା ଆବଶ୍ୟକ। ସେହିପରି ପ୍ରାର୍ଥୀମାନେ ଇଂରାଜୀରେ ୫୦ ପ୍ରତିଶତ ନମ୍ବର ରଖିଥିବା ଆବଶ୍ୟକ। ଅଥବା ୫୦ ପ୍ରତିଶତ ନମ୍ବର ସହ ତିନି ବର୍ଷିୟ ଇଞ୍ଜିନିୟରିଂ ଡିପ୍ଲୋମା କରିଥିବା ତଥା ଫିଜିକ୍ସ ଓ ଗଣିତ ପରି ନନ-ଭୋକେସନାଲ ସବଜେକ୍ଟରେ ୫୦ ପ୍ରତିଶତ ନମ୍ବର ରଖି ଦୁଇ ବର୍ଷ ପାଠ ପଢ଼ିଥିବା ପ୍ରାର୍ଥୀ ଏହି ପୋଷ୍ଟ ପାଇଁ ଆବେଦନ କରିବାକୁ ଯୋଗ୍ୟ ।

ବୟସ ସୀମା:

ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ କମ୍ ହେବା ଆବଶ୍ୟକ। ଅର୍ଥାତ ପ୍ରାର୍ଥୀଙ୍କ ଜନ୍ମ ୨୭ ଜୁନ୍ ୨୦୦୩ରୁ ୨୭ ଡିସେମ୍ବର ୨୦୦୬ ମଧ୍ୟରେ ହୋଇଥିବା ନିହାତି ଦରକାର।

ଉଚ୍ଚତା:

ଆବେଦନ କରିବାକୁ ଚାହୁଁଥିବା ପୁରୁଷ ପ୍ରାର୍ଥୀଙ୍କ ଉଚ୍ଚତା ୧୫୨.୫ ସେ.ମି ଓ ମହିଳା ପ୍ରାର୍ଥୀଙ୍କ ଉଚ୍ଚତା ୧୫୨ ସେମି ହୋଇଥିବା ଦରକାର ।

ପୁରୁଷ ପ୍ରାର୍ଥୀଙ୍କ ଛାତି ଅତି କମରେ ୭୭ ସେ.ମି ହୋଇଥିବା ସହ ସେମାନେ ୫ ସେମି ପର୍ଯ୍ୟନ୍ତ ଛାତି ଫୁଲାଇ ପାରୁଥିବେ ଆବଶ୍ୟକ।

ଚୟନ ପ୍ରକ୍ରିୟା-

-ଅନଲାଇନ୍ ପରୀକ୍ଷା

-ଶାରୀରିକ ପରୀକ୍ଷା

-ମେଡିକାଲ ଟେଷ୍ଟ

ଅନ୍ୟ ଗୁରୁତ୍ୱପୂର୍ଣ୍ଣ ତଥ୍ୟ:

ବାୟୁସେନା ଅଗ୍ନିବୀରର ୪ ବର୍ଷର ଟ୍ରେନିଂ ସମୟରେ ୪୮ ଲକ୍ଷ ଟଙ୍କା ମେଡିକାଲ ଇନସ୍ୟୁରାନ୍ସ ଦିଆଯିବ ।

ଅଗ୍ନିବୀର ଗ୍ରାଚୁଇଟି ପାଇବାର ଅଧିକାର ପାଇବେ ନାହିଁ ।

ଚାକିରି କାଳ ସମୟରେ ଅଗ୍ନିବୀର ଇଣ୍ଡିଆନ୍ ଏୟାରଫୋର୍ସର ହସ୍ପିଟାଲ ଓ ଇଣ୍ଡିଆନ୍‌ ଏୟାରଫୋର୍ସର ସିଏସ୍‌ଡି କ୍ୟାଣ୍ଟିନ୍‌ର ଲାଭ ଉଠାଇ ପାରବେ।ଅଗ୍ନିବୀରଙ୍କୁ ବାର୍ଷିକ ୩୦ ଦିନ ଛୁଟି ମିଳିବ । ଏଥି ସହିତ ଡାକ୍ତରଙ୍କ ପରାମର୍ଶ କ୍ରମେ ସିକ୍‌ ଲିଭ୍‌ ନେଇପାରିବେ ଅଗ୍ନିବୀର।

ସରକାର ବଦଳାଇଲେ ମାଗଣା ଚାଉଳ ଯୋଜନା, ମିଳିବ ୩୪ ଟଙ୍କା

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments