1. ଚାକିରି

NTPC ପକ୍ଷରୁ ବାହାରିଲା ନିଯୁକ୍ତି ସୁଯୋଗ

କରୋନା ପରେ ଅନେକ ଯୁବକ ଯୁବତୀଙ୍କର ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ଚାକିରୀ ସେମାନଙ୍କୁ ହଇରାଣ ହେବାକୁ ପଡୁଛି l କିଛି ବେସରକାରୀ କମ୍ପାନୀ ଏବେ ଛଟେଇ ମଧ୍ୟ ଆରମ୍ଭ କରିଦେଲେଣି କର୍ମଚାରୀଙ୍କର l ଏଭଳି ପରିସ୍ଥିତିରେ କେତେବେଳେ ସରକାର ନିଯୁକ୍ତି ଦେଉଛନ୍ତି ତ ଆଉ କେତେବେଳେ ଅନ୍ୟ ବେସରକାରୀ କମ୍ପାନୀ ଚାକିରୀ ପାଇଁ ନିଯୁକ୍ତି ସୁଯଗ ପ୍ରଦାନ କରୁଛନ୍ତି l

Tanushree Mahapatra
Tanushree Mahapatra
Job vacancy in ntpc

Job vacancy in ntpc

କରୋନା ପରେ ଅନେକ ଯୁବକ ଯୁବତୀଙ୍କର ଶିକ୍ଷାଗତ ଯୋଗ୍ୟତା ଥାଇ ମଧ୍ୟ ଚାକିରୀ ସେମାନଙ୍କୁ ହଇରାଣ ହେବାକୁ ପଡୁଛି l କିଛି ବେସରକାରୀ କମ୍ପାନୀ ଏବେ ଛଟେଇ ମଧ୍ୟ ଆରମ୍ଭ କରିଦେଲେଣି କର୍ମଚାରୀଙ୍କର l

ଏଭଳି ପରିସ୍ଥିତିରେ କେତେବେଳେ ସରକାର ନିଯୁକ୍ତି ଦେଉଛନ୍ତି ତ ଆଉ କେତେବେଳେ ଅନ୍ୟ ବେସରକାରୀ କମ୍ପାନୀ ଚାକିରୀ ପାଇଁ ନିଯୁକ୍ତି ସୁଯଗ ପ୍ରଦାନ କରୁଛନ୍ତି l ତେବେ ଏ ଭଳି ସ୍ଥିତିରେ କୌଣସି ସ୍ଥାନରେ ଚାକିରୀ ପାଇଁ ନିଯୁକ୍ତି ସୁଯୋଗ ମିଳୁଛି ତେବେ ଶୀଘ୍ର ଆବେଦନ କରନ୍ତୁ l ଏହାରି ଭିତରେ ଅନେକ ନିଯୁକ୍ତି ସୁଯୋଗ ବାହାରିଛି ସେ ସରକାରୀ ହେଉ କି ବେସରକାରୀ l ଆଉ ଏବେ NTPC ପକ୍ଷରୁ ବାହାରିଲା ଅନେକ ପଦ ଯାହା ପାଇଁ ନିଯୁକ୍ତି ସୁଯୋଗ ମିଳିଛି ଯୁବ ପିଢିଙ୍କୁ l ଏଠାରେ ବାହାରିଥିବା ଚାକିରୀ ସୁଯୋଗ ରେ ପାଖାପାଖି ୪୦ ରୁ ୫୦ ହଜାର ପର୍ଯ୍ୟନ୍ତ ଦରମା ମିଳିବ କର୍ମଚାରୀଙ୍କୁ l

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଇଏ ହେଉଛି ଏକ ବଡ ନିଯୁକ୍ତି ସୁଯୋଗ । ନ୍ୟାସନାଲ ଥର୍ମାଲ ପାୱାର କର୍ପୋରେସନ ପକ୍ଷରୁ ଅନେକ ପଦ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି  । ପ୍ରାର୍ଥୀଙ୍କୁ ମାଇନ ଓଭରମ୍ୟାନ, ମେକାନିକାଲ ସୁପରଭାଇଜର, ଇଲେକ୍ଟ୍ରିକାଲ ସୁପରଭାଇଜର, ଭୋକେସନାଲ ଟ୍ରେନିଂ, ଇନଷ୍ଟ୍ରକଚର, ମାଇନ ସର୍ଭେ, ମାଇନିଂ ସିର୍ଦାର ଆଦି ବିଭିନ୍ନ ପଦରେ ନିଯୁକ୍ତି ଦିଆଯିବା ନେଇ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି ।

ତେବେ ଏଥିରେ ଆବେଦନ କରିବାକୁ ହେଲେ କମ୍ପାନୀ ମଧ୍ୟରୁ କିଛି ଲିଙ୍କ ସେୟାର କରାଯାଇଛି l ଯାହା ସାହାଯ୍ୟରେ ଆପଣ ଆବେଦନ କରିବା ସହିତ ଅନ୍ୟ ତଥ୍ୟ ମଧ୍ୟ ପାଇ ପାରିବେ କମ୍ପନୀ ସପକ୍ଷରେ l  ଏପ୍ରିଲ ମାସ ୧୯ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଏପ୍ରିଲ ମାସ ୫ ତାରିଖରେ ସମାପ୍ତ ହୋଇଛିଥିଲା ଏହି ପ୍ରକ୍ରିୟା । ସେହିପରି ସର୍ବାଧିକ ବୟସ ସୀମା ଚଳିତ ବର୍ଷ ମେ ମାସ ୫ ତାରିଖ ସୁଦ୍ଧା ୨୫ ବର୍ଷ ହୋଇଥିବା ଆବଶ୍ୟକ ବୋଲି ସୂଚନା ଜେରହିଛି । ପ୍ରାର୍ଥୀଙ୍କ ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ଜେନେରାଲ , ଓବିସି , ଇଡବ୍ଲ୍ୟୁଏସ ପ୍ରାର୍ଥୀଙ୍କୁ ୩୦୦ ଟଙ୍କା ଆବେଦନ ଫିସ୍ ଦେବାକୁ ପଡ଼ିବ । ଏସସି , ଏସଟି , ପିଡବ୍ଲ୍ୟୁଡି , ମହିଳା ପ୍ରାର୍ଥୀଙ୍କ ପାଇଁ ଆବେଦନ ଫିସ୍ ଛାଡ଼ କରାଯାଇଛି ।

ମାଇନିଂ ସିର୍ଦାର ପଦକୁ ଛାଡ଼ି ଅନ୍ୟ ସମସ୍ତ ପଦ ପାଇଁ ପ୍ରାର୍ଥୀଙ୍କୁ ମାସକୁ ୫୦ ହଜାର ଟଙ୍କା ଦରମା ଦିଆଯିବ ବୋଲି ସୂଚନା ମିଳିଛି । ମାଇନିଂ ସିର୍ଦାର ପଦ ପାଇଁ ମାସକୁ ପ୍ରାୟ ୪୦ ହଜାର ଟଙ୍କା ଦରମା ରହିଛି । ତେବେ ଏହି ପଦବୀ ପାଇଁ ଲିଖିତ ପରୀକ୍ଷା, ଦକ୍ଷତା ଟେଷ୍ଟ ଆଧାରରେ ପ୍ରାର୍ଥୀଙ୍କୁ ସିଲେକ୍ସନ କରାଯିବ । ପ୍ରଥମ ପର୍ଯ୍ୟାୟର ଲିଖିତ ପରୀକ୍ଷାରେ ପ୍ରାର୍ଥୀଙ୍କୁ ୧୦୦ ମାର୍କର ପରୀକ୍ଷା ଦେବାକୁ ପଡ଼ିବ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଦକ୍ଷତା ପରୀକ୍ଷାରେ ୧୦୦ ମାର୍କର ପରୀକ୍ଷା ଦେବାକୁ ପଡ଼ିବ ପ୍ରାର୍ଥୀଙ୍କୁ  । କେବଳ ଭାରତୀୟ ନାଗରିକମାନେ ଏହି ପଦ ପାଇଁ ଆବେଦନ କରିବେ । ତେବେ ଡେରି ନ କରି ଏହି ପ୍ରକ୍ରିୟା ସାରିବା ପୂର୍ବରୁ ଶୀଘ୍ର ଆବେଦନ କରନ୍ତୁ l

ଏଥର ବିନା ପରୀକ୍ଷାରେ ମିଳିବ ସରକାରୀ ଚାକିରି

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments