1. ଚାକିରି

ମୋଦି ସରକାରଙ୍କ ‘ମିଶନ ରୋଜଗାର’, କିପରି ମିଳିଥାଏ ଯୁବପିଢ଼ୀଙ୍କୁ ଚାକିରି ?

ଦେଶରୁ ବେକାରୀ ସମସ୍ୟା ହଟାଇ ଲୋକଙ୍କୁ ରୋଜଗାରକ୍ଷମ କରିବା ପାଇଁ ମୋଦୀ ସରକାର ପ୍ରୟାସ ଜାରି ରଖିଛନ୍ତି ।ଚଳିତବର୍ଷ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ଚାକିରି ଦେବା ପାଇଁ ସରକାର ପ୍ରତିଶ୍ରୁତି ଦେଇଥିଲେ । ତେଣୁ ଏବେ ପ୍ରତିଶ୍ରୁତି ରକ୍ଷା କରିବା ଦିଗରେ ଆଗେଇ ଚାଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରିପୋର୍ଟ ଅନୁସାରେ, ସରକାର ୨୦୨୩ ଶେଷ ସୁଦ୍ଧା ୧୦ ଲକ୍ଷ ସରକାରୀ ପଦବୀରେ ନିଯୁକ୍ତି ଦେବା ପାଇଁ ସାମୂହିକ ନିଯୁକ୍ତି ଯୋଜନା ‘ମିଶନ ରିକ୍ରୁଟମଣ୍ଟ’ ଚଳାଇଆସିଛନ୍ତି । ଯେଉଁଥିରେ ସରକାରଙ୍କୁ ବଡ ସଫଳତା ମିଳିଛି।

Priyambada Rana
Priyambada Rana
Mission Rojgar Yojana...pic credit:www.pexels.com

ସୂଚନା ଅନୁସାରେ, ଏବେ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ତରଫରୁ ମୋଟ ୬ଟି ରୋଜଗାର ମେଳାର ଆୟୋଜନ କରାଯାଇଛି । ଏହି ଯୋଜନା ଅଧିନରେ ସରକାର ପ୍ରାୟ ୪୦%ରୁ ଅଧିକ ସଫଳତା ପାଇଥିବା ବେଳେ ପ୍ରାୟ ୪ ଲକ୍ଷରୁ ଅଧିକ ଲୋକ ଏହି ଯୋଜନା ଅଧିନରେ ସରକାରୀ ଚାକିରି ପାଇବାରେ ସଫଳ ହୋଇଛନ୍ତି । ତେବେ ମୋଟ ୪,୩୦,୫୪୬ ଜଣଙ୍କୁ ନିଜ ପସନ୍ଦର ସରକାରୀ ଚାକିରି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର।ଏମାନେ ଟାଇପିଷ୍ଟ, ଶିକ୍ଷକ ଏବଂ ଡାକ୍ତର ଇତ୍ୟାଦି ପଦବୀରେ ନିଯୁକ୍ତି ପାଇଛନ୍ତି ।

ତେବେ ନିଯୁକ୍ତି ପାଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ପ୍ରତି ୬ ଜଣ ମହିଳା ଥିବା ଜଣା ପଡ଼ିଛି ।ରିପୋର୍ଟ ଅନୁସାରେ, କାର୍ମିକ, ଲୋକ ଅଭିଯୋଗ ଏବଂ ପେନସନ ମନ୍ତ୍ରାଳୟର ତଥ୍ୟରୁ ଜଣାଯାଇଛି ଯେ, କେନ୍ଦ୍ର ସରକାରଙ୍କ ତରଫରୁ ନିଯୁକ୍ତି ପାଇଥିବା ଲୋକମାନଙ୍କ ମଧ୍ୟରେ ୩,୬୧,୭୬୩ ଜଣ ପୁରୁଷ ଥିବା ବେଳେ ୬୮,୭୮୩ ଜଣ ମହିଳା ଏହି ଚାକିରି ପାଇବାରେ କୃତକାର୍ଯ୍ୟ ହୋଇଛନ୍ତି । ଅର୍ଥାତ୍ ମୋଟ ନିଯୁକ୍ତିର ୧୬% ମହିଳା ଏହି ମିଶନ ରୋଜଗାରର ଫାଇଦା ପାଇ ପାରିଛନ୍ତି ।

ତେବେ ରିପୋର୍ଟ ଅନୁସାରେ ଏହି ନିଯୁକ୍ତି ଯୋଜନାରେ ସର୍ବାଧିକ ୧,୩୮,୯୮୬ ଜଣ ଭାରତୀୟ ରେଲୱେରେ ନିଯୁକ୍ତି ପାଇଛନ୍ତି । ଏହାପରେ ଡାକ ବିଭାଗରେ ମଧ୍ୟ ୬୮,୨୨୫ ଜଣ ଏବଂ ଗୃହ ମନ୍ତ୍ରାଳୟରେ ୪୩,୫୯୨ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ସରକାର । ସେହିପରି ଆର୍ଥିକ ସେବା ବିଭାଗରେ ୩୩,୭୪୩ ଇଚ୍ଛୁକ ପ୍ରାର୍ଥିଙ୍କ ଚୟନ କରାଯାଇଛି। ଏହାବ୍ୟତୀତ ପ୍ରତିରକ୍ଷା ମନ୍ତ୍ରାଳୟରେ ୧୮,୬୩୫ ରାଜସ୍ୱ ବିଭାଗରେ ୧୪,୯୫୨ ଏବଂ ଉଚ୍ଚ ଶିକ୍ଷା ବିଭାଗରେ ୧୧,୫୩୬ ଜଣ ଏହି ମିଶନ ଜରିଆରେ ନୂଆ ନିଯୁକ୍ତି ପାଇଛନ୍ତି।

ପଞ୍ଚମ ପାସ୍ ଯୁବକମାନଙ୍କ ପାଇଁ ସରକାରୀ ଚାକିରି, କରନ୍ତୁ ଆବେଦନ

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments