1. କୃଷି ଖବର

GST ସଂଗ୍ରହରେ ରେକର୍ଡ; ଓଡ଼ିଶାରେ ୧୩ ପ୍ରତିଶତ ବଢ଼ିଲା ରାଜସ୍ବ ଆଦାୟ

ଗତ ମାସରେ ଜିଏସଟି ସଂଗ୍ରହ ୧,୪୭,୬୮୬ କୋଟି ଟଙ୍କା ଟପିଛି । ଓଡ଼ିଶାରେ ସେପ୍ଟେମ୍ବର ୨୦୨୨ ମାସରେ ୩ ହଜାର ୭୬୫ କୋଟି ଟଙ୍କାର ଜିଏସଟି ରାଜସ୍ବ ଆଦାୟ ହୋଇଛି ।

Shuvanshu Kar
Shuvanshu Kar
1,47,686 crore gross GST revenue collected in the month of September 2022

1,47,686 crore gross GST revenue collected in the month of September 2022

ଗତ ମାସରେ ଜିଏସଟି(GST revenue) ସଂଗ୍ରହ ୧,୪୭,୬୮୬ କୋଟି ଟଙ୍କା ଟପିଛି । ଏଥିମଧ୍ୟରୁ ସିଜିଏସଟି(GST revenue) ୨୫,୨୭୧ ଏବଂ ଏସଜିଏସଟି ୩୧,୮୧୩ କୋଟି ଟଙ୍କା ରହିଛି । ସେହିପରି ଆଇଜିଏସଟି ୮୦,୪୬୪ କୋଟି ଟଙ୍କା (ବସ୍ତୁ ଆମଦାନୀରୁ ସଂଗୃହିତ ୪୧,୨୧୫ କୋଟି ଟଙ୍କା ସମେତ) ଏବଂ ସେସ ୧୦,୧୩୭ କୋଟି ଟଙ୍କା (ବସ୍ତୁ ଆମଦାନୀରୁ ସଂଗୃହିତ ୮୫୬ କୋଟି ଟଙ୍କା ସମେତ) ରହିଛି ।

ସରକାର ସିଜିଏସଟି ବାବଦରେ ୩୧,୮୮୦ କୋଟି ଟଙ୍କା ପରିଶୋଧ କରିବା ସହିତ ଆଇଜିଏସଟିରୁ ନିୟମିତ ପରିଶୋଧ ବାବଦରେ ୨୭ ହଜାର ୪୦୩ କୋଟି ଟଙ୍କା ପରିଶୋଧ କରିଛନ୍ତି । ନିୟମିତ ପରିଶୋଧ ପରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମୋଟ୍‌ ରାଜସ୍ବ ପରିମାଣ ସେପ୍ଟେମ୍ବର ୨୦୨୨ରେ ସିଜିଏସଟି ବାବଦରେ ୫୭ ହଜାର ୧୫୧ କୋଟି ଟଙ୍କା ଏବଂ ଏସଜିଏସଟି ବାବଦରେ ୫୯ ହଜାର ୨୧୬ କୋଟି ଟଙ୍କା ରହିଛି ।

ଓଡ଼ିଶାରେ ସେପ୍ଟେମ୍ବର ୨୦୨୨ ମାସରେ ୩ ହଜାର ୭୬୫ କୋଟି ଟଙ୍କାର ଜିଏସଟି ରାଜସ୍ବ ଆଦାୟ ହୋଇଛି । ଗତ ବର୍ଷ ସେପ୍ଟେମ୍ବର ମାସରେ ୩ ହଜାର ୩୨୬ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଥିଲା । ଚଳିତ ବର୍ଷ ସେପ୍ଟେମ୍ବର ମାସରେ ରାଜ୍ୟରେ ଜିଏସଟି ସଂଗ୍ରହ ୧୩ ପ୍ରତିଶତ ବୃଦ୍ଧି ପାଇଛି ।

ଗତ ବର୍ଷ ସମାନ ମାସ ତୁଳନାରେ ସେପ୍ଟେମ୍ବର ୨୦୨୨ ମାସରେ ଜିଏସଟି ରାଜସ୍ବ ସଂଗ୍ରହ ୨୬% ବୃଦ୍ଧି ପାଇଛି । ଏହି ମାସ ସମୟରେ ବସ୍ତୁ ଆମଦାନୀରୁ ସଂଗୃହିତ ରାଜସ୍ବ ପରିମାଣ ୩୯% ଅଧିକ ଥିବା ବେଳେ ଘରୋଇ କାରବାର (ସେବା ଆମଦାନୀ ସମେତ) ରୁ ସଂଗୃହିତ ରାଜସ୍ବ ପରିମାଣ ଗତ ବର୍ଷ ସମାନ ମାସ ତୁଳନାରେ ୨୨% ଅଧିକ ରହିଛି ।

କ୍ରମାଗତ ୭ ମାସ ଧରି ମାସିକ ଜିଏସଟି ରାଜସ୍ବ ସଂଗ୍ରହ ୧.୪ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ଜିଏସଟି ରାଜସ୍ବ ସଂଗ୍ରହ ଗତ ବର୍ଷର ଏହି ଅବଧି ତୁଳନାରେ ୨୭% ଅଧିକ ରହିଛି । ଏହା ଉଚ୍ଚ ରାଜସ୍ବ ବୃଦ୍ଧିକୁ ଦର୍ଶାଉଛି । ଅଗଷ୍ଟ ୨୦୨୨ରେ ୭.୭ କୋଟି ଇ-ୱେ ବିଲ ସୃଷ୍ଟି କରାଯାଇଥିଲା । ଏହା ଜୁଲାଇ ୨୦୨୨ରେ ଜାରି ହୋଇଥିବା ୭.୫ କୋଟି ଇ-ୱେ ବିଲ ତୁଳନାରେ ଅଧିକ ।

ଚଳିତ ମାସରେ ଗୋଟିଏ ଦିନରେ ଦ୍ବିତୀୟ ସର୍ବାଧିକ ଜିଏସଟି ରାଜସ୍ବ ସଂଗ୍ରହ କରାଯାଇଥିଲା। ସେପ୍ଟେମ୍ବର ୨୦ ତାରିଖରେ ୪୯ ହଜାର ୪୫୩ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଥିଲା ଏବଂ ଦ୍ବିତୀୟ ସର୍ବାଧିକ ୮.୭୭ ଲକ୍ଷ ଚାଲାଣ ଦାଖଲ କରାଯାଇଥିଲା । ଏଥିପୂର୍ବରୁ ୨୦ ଜୁଲାଇ ୨୦୨୨ରେ ଗୋଟିଏ ଦିନରେ ସର୍ବାଧିକ ୯.୫୮ ଲକ୍ଷ ଚାଲାଣ ଦାଖଲ କରାଯିବା ସହିତ ୫୭ ହଜାର ୮୪୬ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଥିଲା । ଏହି ତଥ୍ୟ ଦର୍ଶାଉଛି ଯେ ଜିଏସଟିଏନ ଦ୍ବାରା ପରିଚାଳିତ ଜିଏସଟି ପୋର୍ଟାଲ ସମ୍ପୂର୍ଣ୍ଣ ଭାବେ ସ୍ଥିର ଏବଂ ଏବଂ ବାଧାମୁକ୍ତ ପ୍ରଦର୍ଶନ କରୁଛି । ସେପ୍ଟେମ୍ବର ମାସରେ ଆଉ ଏକ ଉପଲବ୍ଧି ହାସଲ କରାଯାଇଛି । ୩୦ ସେପ୍ଟେମ୍ବର ୨୦୨୨ ଦିନ ଜିଏସଟି ପୋର୍ଟାଲରେ ୧.୧ କୋଟି ଇ-ୱେ ବିଲ ଏବଂ ଇନଭଏସ (୭୨.୯୪ ଇ-ଇନଭଏସ ଏବଂ ୩୭.୭୪ ଲକ୍ଷ ଇ-ୱେ ବିଲ) ଜାରି ହୋଇଛି ।

GST Compensation:ମେ 31 ସୁଦ୍ଧା ରାଜ୍ୟକୁ ମିଳିଛି ୮୬,୯୧୨ କୋଟି

ପଞ୍ଚମ ଥର ଜିଏସ୍‌ଟି ସଂଗ୍ରହ ୧.୪୦ ଲକ୍ଷ କୋଟି ପାର

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments