1. କୃଷି ଖବର

GST Revenue collection: ଜୁଲାଇରେ ୧ ଲକ୍ଷ ୪୮ ହଜାର ୯୯୫ କୋଟି ସଂଗ୍ରହ

ଚଳିତ ବର୍ଷ ଜୁଲାଇ ମାସରେ ୧ ଲକ୍ଷ ୪୮ ହଜାର ୯୯୫ କୋଟି ଟଙ୍କାର ସକଳ ବସ୍ତୁ ଓ ସେବା କର (ଜିଏସଟି) ରାଜସ୍ବ ସଂଗୃହିତ ହୋଇଛି ।

Shuvanshu Kar
Shuvanshu Kar
1,48,995 crore gross GST revenue collected in the month of July 2022

1,48,995 crore gross GST revenue collected in the month of July 2022

କ୍ରମାଗତ ରେକର୍ଡ ସ୍ତରରେ ସଂଗ୍ରହ ହେଉଛି ବସ୍ତୁ ଓ ସେବା କର(GST) । ଚଳିତ ବର୍ଷ ଜୁଲାଇ ମାସରେ ୧ ଲକ୍ଷ ୪୮ ହଜାର ୯୯୫ କୋଟି ଟଙ୍କାର ସକଳ ବସ୍ତୁ ଓ ସେବା କର (GST) ରାଜସ୍ବ ସଂଗୃହିତ ହୋଇଛି । ଏଥିମଧ୍ୟରେ ସିଜିଏସଟି ୨୫,୭୫୧ କୋଟି ଟଙ୍କା ହୋଇଥିବା ବେଳେ ଏସଜିଏସଟି ପରିମାଣ ୩୨,୮୦୭ କୋଟି ଟଙ୍କା ରହିଛି ।

ସେହିପରି ଆଇଜିଏସଟି ସଂଗ୍ରହ ପରିମାଣ ୭୯,୫୧୮ କୋଟି ଟଙ୍କା (ବସ୍ତୁ ଆମଦାନୀ ଉପରେ ସଂଗୃହିତ ୪୧,୪୨୦ କୋଟି ଟଙ୍କା ସମେତ) ଏବଂ ସେସ ସଂଗ୍ରହ ପରିମାଣ ୧୦,୯୨୦ କୋଟି ଟଙ୍କା (ବସ୍ତୁ ଆମଦାନୀରୁ ସଂଗୃହିତ ୯୯୫ କୋଟି ଟଙ୍କା ସମେତ) ରହିଛି । ଜିଏସଟି ଲାଗୁ ହେବା ପରଠାରୁ ଏହା ଦ୍ବିତୀୟ ସର୍ବାଧିକ ରାଜସ୍ବ ସଂଗ୍ରହ ।

ଜୁଲାଇ ୨୦୨୨ରେ ଓଡ଼ିଶାରେ ୩,୬୫୨ କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗୃହିତ ହୋଇଛି । ଏହା ଜୁଲାଇ ୨୦୨୧ରେ ସଂଗୃହିତ ଜିଏସଟି ରାଜସ୍ବ ୩,୬୧୫ କୋଟି ଟଙ୍କା ତୁଳନାରେ ୧% ଅଧିକ ।

ଅନ୍ୟପଟେ ସରକାର ସିଜିଏସଟି ବାବଦରେ ୩୨,୩୬୫ କୋଟି ଟଙ୍କା ଏବଂ ଆଇଜିଏସଟିରୁ ଏସଜିଏସଟି ବାବଦରେ ୨୬,୭୭୪ କୋଟି ଟଙ୍କା ପରିଶୋଧ କରିଛନ୍ତି । ନିୟମିତ ପରିଶୋଧ କରିବା ପରେ ୨୦୨୨ ଜୁଲାଇ ମାସରେ କେନ୍ଦ୍ର ଏବଂ ରାଜ୍ୟର ମୋଟ ରାଜସ୍ବ ସଂଗ୍ରହ ସିଜିଏସଟି ପାଇଁ ୫୮,୧୧୬ କୋଟି ଟଙ୍କା ଏବଂ ଏସଜିଏସଟି ପାଇଁ ୫୯,୫୮୧ କୋଟି ଟଙ୍କା ରହିଛି ।

ଗତବର୍ଷ ଜୁଲାଇ ମାସରେ ୧,୧୬,୩୯୩ କୋଟି ଟଙ୍କାର ଜିଏସଟି ରାଜସ୍ବ ସଂଗୃହିତ ହୋଇଥିଲା । ଏହା ତୁଳନାରେ ଚଳିତ ବର୍ଷ ଅର୍ଥାତ୍‌ ଜୁଲାଇ ୨୦୨୨ରେ ୨୮% ଅଧିକ ଜିଏସଟି ସଂଗୃହିତ ହୋଇଛି । ଏହି ମାସରେ, ବସ୍ତୁ ଆମଦାନୀରୁ ସଂଗୃହିତ ଜିଏସଟି ଗତବର୍ଷ ସମାନ ମାସ ତୁଳନାରେ ୪୮% ଅଧିକ ରହିଛି । ସେହିପରି ଘରୋଇ କାରବାର (ସେବା ରପ୍ତାନି ସମେତ)ରୁ ସଂଗୃହିତ ରାଜସ୍ବ ପୂର୍ବବର୍ଷର ସମାନ ମାସ ତୁଳନାରେ ୨୨% ଅଧିକ ରହିଛି ।

GST Compensation: ପାଞ୍ଚ ବର୍ଷରେ ରାଜ୍ୟମାନଙ୍କୁ ୫୫୫୧୨୧ କୋଟି ଦେଇଛନ୍ତି କେନ୍ଦ୍ର ସରକାର

GST Compensation:ମେ 31 ସୁଦ୍ଧା ରାଜ୍ୟକୁ ମିଳିଛି ୮୬,୯୧୨ କୋଟି

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ