1. କୃଷି ଖବର

ପ୍ରାଣୀ ଉଦ୍ୟାନ ପାଇଁ ୧୦ ମାଷ୍ଟର ପ୍ଲାନ୍‌କୁ ମିଳିଛି ମଞ୍ଜୁରୀ

କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ପ୍ରାଧିକରଣର ୩୯ ତମ ବୈଠକରେ ପ୍ରାଣୀ ଉଦ୍ୟାନ ଗୁଡିକ ନିମନ୍ତେ ୧୦ଟି ମାଷ୍ଟର ପ୍ଲାନ୍‌କୁ ମଞ୍ଜୁରୀ ପ୍ରଦାନ କରାଯାଇଥିବା ନେଇ ସୂଚନା ମିଳିଛି ।

Shuvanshu Kar
Shuvanshu Kar
10 masterplans for zoos were approved

10 masterplans for zoos were approved

କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ପ୍ରାଧିକରଣ(Central Zoo Authority)ର ୩୯ ତମ ବୈଠକ ଅନୁଷ୍ଠିତ । ୧୮ଟି ପ୍ରାଣୀ ଉଦ୍ୟାନ(Zoo) ଗୁଡିକର ମୂଲ୍ୟାଙ୍କନ କରା ଯାଇଥିବା ନେଇ ସୂଚନା । ପ୍ରାଣୀ ଉଦ୍ୟାନ(Zoo) ଗୁଡିକ ନିମନ୍ତେ ୧୦ଟି ମାଷ୍ଟର ପ୍ଲାନ୍‌କୁ ମଞ୍ଜୁରୀ ପ୍ରଦାନ କରା ଯାଇଛି ।

ଏହି ବୈଠକ କେନ୍ଦ୍ରୀୟ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଲୀଲା ନନ୍ଦନ, ସଚିବଙ୍କ ସମେତ ଏମ୍‌ଓଇଏଫ୍ ଏବଂ ସିସିର ଅଧିକାରୀ, ଚନ୍ଦ୍ର ପ୍ରକାଶ ଗୋଏଲ୍‌, ମହାନିର୍ଦ୍ଦେଶକ ବନ ଏବଂ ବିଶେଷ ସଚିବ, ଡଃ ଏସ୍‌. ପି, ଯାଦବ, ନିର୍ଦ୍ଦେଶକ ଏହି ବୈଠକରେ ଉପସ୍ଥିତ ରହିଥିଲେ ।

ଭାରତୀୟ ପ୍ରାଣୀ ଉଦ୍ୟାନ ଗୁଡିକରେ ସଂରକ୍ଷଣ ପ୍ରଜନନ ଏବଂ ସଂରକ୍ଷଣ ଶିକ୍ଷାର ପ୍ରୟୋଜନ ଗୁଡିକ ନିମନ୍ତେ ୬୯ ଜାତୀୟ ଏବଂ ୧୦ ଅନ୍ତର୍ଜାତୀୟ ପଶୁ ମାନଙ୍କୁ ଅଧିଗ୍ରହଣ / ସ୍ଥାନାନ୍ତରଣ କରା ଯାଇଥିବା ବୈଠକରେ ଅବଗତ କରାଯାଇଥିଲା ।

ପ୍ରାଣୀ ଉଦ୍ୟାନ ଗୁଡିକରେ (ବିଶ୍ୱରେ ପ୍ରଥମ ଥର ପାଇଁ) ପରିଚାଳନା ପ୍ରଭାବଶୀଳତା ମୂଲ୍ୟାଙ୍କନ (ଏମ୍‌ଇଇ - ପ୍ରାଣୀ ଉଦ୍ୟାନ) ୩୯ ମାନ୍ୟତା ପ୍ରାପ୍ତ ପ୍ରାଣୀ ଉଦ୍ୟାନ ଗୁଡିକରେ (ବଡ ଏବଂ ମଧ୍ୟମ ଆକାରର ପ୍ରାଣୀ ଉଦ୍ୟାନ) କରା ଯାଇଛି ।

୧୨ ମାର୍ଚ୍ଚ ୨୦୨୧ରେ ଭାରତର ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରା ଯାଇଥିବା ଆଜାଦୀର ଅମୃତ ମହୋତ୍ସବ ନିମନ୍ତେ ପାଳନ କରା ଯାଉଥିବା ଉତ୍ସବରେ ସାରା ଦେଶର ପ୍ରାଣୀ ଉଦ୍ୟାନ ସକ୍ରିୟ ରୂପରେ ଭାଗ ନେଉଛନ୍ତି । ଏହି କାର୍ଯ୍ୟକ୍ରମରେ ବର୍ତମାନ ସୁଦ୍ଧା ୭୨ଟି ପ୍ରାଣୀ ଉଦ୍ୟାନକୁ ସାମିଲ୍ କରା ଯାଇଛି, ଯେଉଁଥିରେ ୭୨ ସପ୍ତାହରେ ୭୨ଟି ପ୍ରଜାତିଙ୍କୁ ସାମିଲ୍ କରା ଯାଇଛି । ଅବଧାରଣା ମାଧ୍ୟମରେ ଆମ ଦେଶର ସମୃଦ୍ଧ ଜୈବ ବିବିଧତାକୁ ପ୍ରଦର୍ଶିତ କରୁଥିବା କାର୍ଯ୍ୟକଳାପ - ସହାବସ୍ଥାନ ନିମନ୍ତେ ସଂରକ୍ଷଣ, ଲୋଗୋ ଯୋଡା ଯାଇଛି ।

ପ୍ରସ୍ତାବିତ ଜାତୀୟ ସନ୍ଦର୍ଭ (ରେଫରାଲ୍‌) କେନ୍ଦ୍ର, ବନ୍ୟଜୀବ ଜୈବ - ବ୍ୟାଙ୍କିଙ୍ଗ ପଦକ୍ଷେପ ସହିତ ସିଜେଡ୍‌ଏ ଏବଂ ବୈଜ୍ଞାନିକ ସଂସ୍ଥା ଗୁଡିକ ମଧ୍ୟରେ ଗବେଷଣା ସହଯୋଗ ବିପଦଗ୍ରସ୍ତ ପ୍ରଜାତି ମାନଙ୍କ ନିମନ୍ତେ ପ୍ରସ୍ତାବିତ କାର୍ଯ୍ୟକଳାପଗୁଡିକ ମଧ୍ୟରୁ ଗୋଟିଏ ଅଟେ ।

ଗତ ତିନି ବର୍ଷରେ ଭାରତ ହରାଇଛି 329 ବାଘ

ପୁଣି ଫେରିବେ ଚିତା, ଭାରତ-ନମ୍ବିଆ ମଧ୍ୟରେ ହେଲା ଚୁକ୍ତି

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments