1. କୃଷି ଖବର

ଏମଏସପି ବୃଦ୍ଧିରେ ଅସନ୍ତୁଷ୍ଟ ଓଡିଶା, ସ୍ବାମୀନାଥନ ରିପୋର୍ଟ ଦେଖାଇଲେ ସସ୍ମିତ

କେନ୍ଦ୍ର ଆଗରେ 5ଟି ଦାବି ରଖିଛି ରାଜ୍ୟରେ ନେତୃତ୍ବାଧିନ ବିଜେଡି ସରକାର । ସ୍ବାମୀନାଥନ କମିଶନ ଆୟୋଗର ରିପୋର୍ଟ ଜରିଆରେ କେନ୍ଦ୍ରକୁ ଘେରିଛନ୍ତି ପୂର୍ବତନ ବିଜେଡି ସାଂସଦ ସସ୍ମିତ ପାତ୍ର ।

Shuvanshu Kar
Shuvanshu Kar
100 hike in paddy MSP not sufficient, says BJD

100 hike in paddy MSP not sufficient, says BJD

ଖରିଫ ଫସଲ ଉପରେ କେନ୍ଦ୍ରର ଏମଏସପି ବୃଦ୍ଧି(MSP hike)ସତ୍ତ୍ବେ ଖୁସି ନାହିଁ ଓଡିଶା । କେନ୍ଦ୍ର ଆଗରେ 5ଟି ଦାବି ରଖିଛି ରାଜ୍ୟରେ ନେତୃତ୍ବାଧିନ ବିଜେଡି ସରକାର । ସ୍ବାମୀନାଥନ କମିଶନ ଆୟୋଗର ରିପୋର୍ଟ ଜରିଆରେ କେନ୍ଦ୍ରକୁ ଘେରିଛନ୍ତି ପୂର୍ବତନ ବିଜେଡି ସାଂସଦ ସସ୍ମିତ ପାତ୍ର ।

100 ଟଙ୍କା ଏମଏସପି ବୃଦ୍ଧି(MSP hike) ପର୍ଯ୍ୟାପ୍ତ ନୁହେଁ ବୋଲି କହିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର । ସସ୍ମିତଙ୍କ କହିବାନୁଯାୟୀ, କେନ୍ଦ୍ର ସରକାର ସାମାନ୍ୟ କିସମର ଧାନର ଏମଏସପି ପ୍ରକି କୁଇଣ୍ଟାଲ ପିଛା 100 ଟଙ୍କା ବୃଦ୍ଧି କରି 2040 ଟଙ୍କା କରିଛି । ତେବେ ମାତ୍ର 100 ଟଙ୍କା ବୃଦ୍ଧି ପର୍ଯ୍ୟାପ୍ତ ନୁହେଁ ବୋଲି ସେ କହିଛନ୍ତି ।

ଚାଷୀଙ୍କ ପାଇଁ ଖୁସି ଖବର, ବଢ଼ିଲା ସର୍ବନିମ୍ନ ସହାୟକ ମୂଲ୍ୟ

କୃଷି କ୍ଷେତ୍ରରେ କ୍ରାନ୍ତି ଆଣିବ ଏଫପିଓ

ବିଜେଡି ସ୍ବାମୀନାଥନ ଆୟୋଗର ରିପୋର୍ଟର ସୁପାରିଶ ଅନୁଯାୟୀ c2 ମୂଲ୍ୟରେ ଧାନର ଏମଏସପି ଉତ୍ପାଦନ ଖର୍ଚ୍ଚ 1.5 ଗୁଣ ବୃଦ୍ଧି କରିବାକୁ ଦାବି ଜଣାଉଛି ହେଲେ କେନ୍ଦ୍ର ସରକାର ଏଯାଏଁ ତାହା କରିନଥିବା ପାତ୍ର କହିଛନ୍ତି ।

ବିଜେଡି ମୁଖପାତ୍ର ସସ୍ମି ପାତ୍ର ଚାଷୀଙ୍କ ଏମଏସପିରେ ବୃଦ୍ଧି ସମ୍ବନ୍ଧୀୟ ବିଧାନସଭାରେ ପାରିତ ପ୍ରସ୍ତାବ ବିଷୟ ଉଠାଇ କେନ୍ଦ୍ର ବିରୋଧରେ ଅଭିଯୋଗ ଆଣିଛନ୍ତି । କେନ୍ଦ୍ର ସରକାର ପ୍ରସ୍ତାବର ଦାବିକୁ ପୁରଣ କରୁନଥିବା ପାତ୍ର ନିଜ ଅଭିଯୋଗରେ କହିଛନ୍ତି ।

ସସ୍ମିତ କହିଛନ୍ତି 5 ବର୍ଷ ପୂର୍ବେ 25 ମାର୍ଚ୍ଚ 2017ରେ ରାଜ୍ୟ ବିଧାନସଭାରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ପାରିତ ହୋଇଥିଲା । ଏଥଇରେ ଧାନର ଏମଏସପି ବଦ୍ଧି କରି 2930 କରିବାକୁ ସୁପାରିଶ କରାଯାଇଥିଲା । ହେଲେ 5 ବର୍ଷ ପରେ ଏହି ପ୍ରସ୍ତାବକୁ କେନ୍ଦ୍ର ଲାଗୁ କରୁନଥିବା ଅଭିଯୋଗ କରିଛନ୍ତି ସସ୍ମିତ ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments