1. କୃଷି ଖବର

ଚାଷୀଙ୍କ ପାଇଁ ଖୁସି ଖବର, ବଢ଼ିଲା ସର୍ବନିମ୍ନ ସହାୟକ ମୂଲ୍ୟ

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ୧୦୦ ଟଙ୍କା ବଢାଇଥିବା ଘୋଷଣା କରିଛନ୍ତି କେନ୍ଦ୍ରସରକାର | ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ୍‌ ପିଛା ୧୯୪୦ ଟଙ୍କାରୁ ବୃଦ୍ଧି ପାଇ ୨୦୪୦ ଟଙ୍କା ହୋଇଛି |

Rajashree
Rajashree
Kharif Paddy msp hikes

Kharif Paddy msp hikes


ଚାଷୀ ମାନଙ୍କ ପାଇଁ ବଡ ଘୋଷଣା କରିଲେ କେନ୍ଦ୍ରସରକାର | ଖରିଫ ଫସଲ ୨୦୨୨-୨୩ ର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସପି) ବୃଦ୍ଧି କରିଲେ ସରକାର(Paddy msp hikes) | ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (MSP)୧୦୦ ଟଙ୍କା ବଢାଇଥିବା ଘୋଷଣା କରିଛନ୍ତି କେନ୍ଦ୍ରସରକାର | ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ୍‌ ପିଛା ୧୯୪୦ ଟଙ୍କାରୁ ବୃଦ୍ଧି ପାଇ ୨୦୪୦ ଟଙ୍କା ହୋଇଛି |

ସେହିପରି, ଏ ଗ୍ରେଡ୍‌ ଧାନର ଏମ୍‌ଏସ୍‌ପି (MSP)୧୯୬୦ ଟଙ୍କାରୁ ବୃଦ୍ଧି ପାଇ ୨୦୬୦ ଟଙ୍କା ଓ ହାଇବ୍ରିଡ୍‌ ଯଅର ଏମ୍‌ଏସ୍‌ପି (MSP)କ୍ବିଣ୍ଟାଲ୍‌ ପିଛା ୨୭୩୮ ଟଙ୍କାରୁ ବୃଦ୍ଧି ପାଇ ୨୯୯୦ ଟଙ୍କା, ବାଜରାର ୨୨୫୦ ଟଙ୍କାରୁ ବୃଦ୍ଧି ପାଇ ୨୩୫୦ ଟଙ୍କା ଓ ମାଣ୍ଡିଆର ଏମ୍‌ଏସ୍‌ପି ୩୩୭୭ ଟଙ୍କାରୁ ବୃଦ୍ଧି ପାଇ ୩୫୭୮ ଟଙ୍କା ହୋଇଛି | ଆଜି କ୍ୟାବିନେଟ୍‌ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯିବ ପରେ ସାମ୍ବାଦିକ ସମ୍ମିଳନୀରେ ଜରିଆରେ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର (Anurag Thakur) | ଏହି ଅବସରରେ ପ୍ରାୟ ୨୨ କୋଟି ଚାଷୀଙ୍କୁ ମିଳିଛି ମୃତ୍ତିକା ସ୍ୱାସ୍ଥ୍ୟ ପ୍ରମାଣପତ୍ର ଓ ଦେଶର କୃଷକଙ୍କ ଖାତାକୁ ୨ ଲକ୍ଷ କୋଟି ଟଙ୍କା ଟ୍ରାନ୍ସଫର କରାଯାଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ |

ସୂଚନା ଅନୁଯାୟୀ, ସୋୟାବିନ୍‌ର(Paddy msp hikes) ଏମ୍‌ଏସ୍‌ପି କ୍ବିଣ୍ଟାଲ୍‌ ପିଛା ୪,୩୦୦ ଟଙ୍କା ବୃଦ୍ଧି ହୋଇଥିବା ବେଳେ ରାଶି ଏମ୍‌ଏସ୍‌ପି ୭୩୦୭ ଟଙ୍କାରୁ ବୃଦ୍ଧି ପାଇ ୭୮୩୦ ଟଙ୍କା, କଳା ରାଶିର ମୂଲ୍ୟ ବୃଦ୍ଧି ପାଇ ୭୨୮୭ ଟଙ୍କା, ମଧ୍ୟମ ଷ୍ଟେପଲ୍ କପାର ଏମ୍‌ଏସ୍‌ପି ବୃଦ୍ଧି ପାଇ ୬୦୮୦ ଟଙ୍କା ଓ ସାଧାରଣ ଷ୍ଟେପଲ୍‌ କପାର ଏମ୍‌ଏସ୍‌ପି ୬୦୨୫ ଟଙ୍କାରୁ ବୃଦ୍ଧି ପାଇ ୬୩୮୦ ଟଙ୍କା ହୋଇଛି |

ସୂର୍ଯ୍ୟମୁଖୀ ମଞ୍ଜି ଏମ୍‌ଏସ୍‌ପି(Paddy msp hikes) ୩୮୫ ଟଙ୍କା ବଢ଼ିଛି | ବିଭିନ୍ନ ଫସଲର ଏମ୍‌ଏସ୍‌ପିରେ ୯୨ ଟଙ୍କାରୁ ଆରମ୍ଭ କରି ୫୨୩ ଟଙ୍କା ପର୍ଯ୍ୟନ୍ତର ବୃଦ୍ଧି ହୋଇଛି । ରାଶିର ଏମ୍‌ଏସ୍‌ପି ସର୍ବାଧିକ ୫୨୩ ଟଙ୍କା ବଢ଼ିଥିବା ବେଳେ ମୁଗର ୪୮୦ ଟଙ୍କା, ହରଡ଼, ବିରି ଓ ଚିନାବାଦାମ ଏମ୍‌ଏସ୍‌ପି ୩୦୦ ଟଙ୍କା ଲେଖାଏଁ ବଢିଥିବା ସୂଚନା ମିଳିଛି |

Budget 2022: ଗୁଡ ନ୍ୟୁଜ , ଚାଷୀଙ୍କୁ ମିଳିବ ବଡ ଉପହାର

Modi Govt:ଖରିଫ ୠତୁରେ ବଢ଼ିବନି ସାରର ଦାମ; ସବସିଡ଼ି ବଢ଼ାଇ ପାରନ୍ତି ମୋଦି ସରକାର!

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments