1. କୃଷି ଖବର

କୃଷି ଉତ୍ପାଦନ କ୍ଲଷ୍ଟର ଅଧିନରେ ଆଉ 14 ବ୍ଲକ, ମହିଳା ଚାଷୀଙ୍କୁ ମିଳିବ ବଡ ସୁଯୋଗ

ଓଡ଼ିଶାର ଜନଜାତି ବହୁଳ ଅଞ୍ଚଳରେ ସ୍ୱତନ୍ତ୍ର କୃଷି ଉତ୍ପାଦନ କ୍ଲଷ୍ଟର ପ୍ରତିଷ୍ଠା ପାଇଁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ଏହାରି ମଧ୍ୟରେ ଆଦିବାସୀ ବହୁଳ ବ୍ଲକକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ଆହୁରି ବିସ୍ତାର କରିଛନ୍ତି । ଏହି ଯ଼ୋଜନା ଅଧିନରେ ଚାରିଟି ଜିଲ୍ଲାର ଜନଜାତି ବହୁଳ 14ଟି ବ୍ଲକ ସାମିଲ ହୋଇଛି ।

KJ Staff
KJ Staff
14 tribal blocks in Odisha comes under agriculture cluster scheme

14 tribal blocks in Odisha comes under agriculture cluster scheme

ଓଡ଼ିଶାର ଜନଜାତି ବହୁଳ ଅଞ୍ଚଳରେ ସ୍ୱତନ୍ତ୍ର କୃଷି ଉତ୍ପାଦନ କ୍ଲଷ୍ଟର ପ୍ରତିଷ୍ଠା ପାଇଁ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର । ଏହାରି ମଧ୍ୟରେ ଆଦିବାସୀ ବହୁଳ ବ୍ଲକକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ଆହୁରି ବିସ୍ତାର କରିଛନ୍ତି । ଏହି ଯ଼ୋଜନା ଅଧିନରେ ଚାରିଟି ଜିଲ୍ଲାର ଜନଜାତି ବହୁଳ 14ଟି ବ୍ଲକ ସାମିଲ ହୋଇଛି ।

350ଟି ଉତ୍ପାଦକ ଗୋଷ୍ଠୀ (PGs)ଏବଂ 14 ଟି ଉତ୍ପାଦକ କମ୍ପାନୀ (PC)କୁ ପ୍ରୋତ୍ସାହିତ କରି 14 ଟି ଅତିରିକ୍ତ ବ୍ଲକର 4,200 ମହିଳା ସ୍ବଯଂସହାଯକ ଗୋଷ୍ଠୀ (WSHGs)ରୁ 42,000 ମହିଳା କୃଷକଙ୍କୁ ସହାୟତା କରିବାକୁ ଏହି ପ୍ରକଳ୍ପର ଲକ୍ଷ୍ୟ ରହିଛି । ଏହା ବ୍ୟତୀତ ବାର୍ଷିକ 14,000 ଏକର ଜମିରେ ଉଚ୍ଚମାନର ଫସଲ ଉତ୍ପାଦନ, 2800 ଏକର ଜମିରେ ଫଳ ବୃକ୍ଷରୋପଣ ଏବଂ 5,600 ଏକର ଜମି ପାଇଁ ଜଳସେଚନ ସମ୍ଭାବନା ସୃଷ୍ଟି କରିବା ଓ ପ୍ରାୟ 70 ପ୍ରତିଶତ ମହିଳା ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ଏହାର ଅନ୍ୟ ଉଦ୍ଦେଶ୍ୟ ।

ଏହି ଯୋଜନା ପାଇଁ 222 କୋଟି ଟଙ୍କା ଖର୍ଚ୍ଚ ହେବ । ସେଥିମଧ୍ୟରୁ DMF ଅଂଶ 27.75 କୋଟିରୁ ଅଧିକ ହେବ (ପ୍ରତି ବ୍ଲକ ପାଇଁ 1.91 କୋଟି ଟଙ୍କା)। 196.29 କୋଟି ଟଙ୍କା ବିଭିନ୍ନ ବିଭାଗ ଏବଂ ଯୋଜନାବଦ୍ଧ ଅନୁଷ୍ଠାନ ନିର୍ମାଣ ଏବଂ ଜୀବିକା ଭିତ୍ତିଭୂମି ସୃଷ୍ଟି ପାଇଁ ଯୋଜନାରୁ ସଂଗ୍ରହ କରାଯିବ ।


ସମ୍ପ୍ରତି ରାଜ୍ୟର 14 ଟି ଜିଲ୍ଲାର 72ଟି ବ୍ଲକରେ ଏପିସି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି ଯାହାକି ପ୍ରାୟ 21,000 WSHG ରୁ 2,16,000 ମହିଳା ଚାଷୀଙ୍କୁ ସାମିଲ କରିବାକୁ ଲକ୍ଷ୍ୟ ରଖିଛି । ବିବିଧ ଫସଲ ଉତ୍ପାଦନ, ବଜାର ଲିଙ୍କେଜ୍ ପ୍ରତିଷ୍ଠା ଏବଂ ମହିଳା ସ୍ବଯଂ ସହାୟକ ଗୋଷ୍ଠୀ( WSHG)ସଦସ୍ୟଙ୍କ ଜୀବିକା ଉପରେ ପ୍ରଭାବ ପକାଇବା ପାଇଁ ରାଜ୍ୟର ଧ୍ୟାନକୁ ବିଚାରକୁ ନେଇ, ଏପିସି ପ୍ରକଳ୍ପ ନିର୍ଦ୍ଦିଷ୍ଟ ପରିମାଣରେ ବିଶେଷ ଅବଦାନ ଦେଉଛି ।

2018ରେ ଏହି ଯ଼ୋଜନା ଲଞ୍ଚ କରିଥିଲେ ରାଜ୍ୟ ସରକାର । କୃଷି ଉତ୍ପାଦନ କ୍ଲଷ୍ଟର ଯୋଜନା ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଢ଼ିପ ଜମିରେ ଉଦ୍ୟାନ କୃଷି ଭିତ୍ତିକ ଚାଷ ପାଇଁ ଏହି କ୍ଲଷ୍ଟର କାର୍ଯ୍ୟକାରୀ କରିବାର ଲକ୍ଷ ରହିଥଇଲା । ୪ ବର୍ଷ ମଧ୍ୟରେ ଢ଼ିପ ଜମି ଥିବା ୧୨ଟି ଜିଲ୍ଲାର ୪୦ଟି ବ୍ଲକରେ କ୍ଲଷ୍ଟର ପ୍ରତିଷ୍ଠା ପାଇଁ ଯୋଜନା ରହିଥଇଲା । ଏହାଦ୍ୱାରା ୧ ଲକ୍ଷ କ୍ଷୁଦ୍ର ଚାଷୀଙ୍କ ଆୟ ବୃଦ୍ଧି ସହ ୪୦୧ କୋଟି ଟଙ୍କା ଖର୍ଚ୍ଚ ଅଟକଳ ରଖିଛନ୍ତି ରାଜ୍ୟ ସରକାର ।

କୃଷି କ୍ଷେତ୍ରରେ ମହିଳାଙ୍କ କମାଲ

ସ୍ୱାବଲମ୍ବୀ ଓଡିଶା ଲାଗି ଶିଳ୍ପ ମହାକୁମ୍ଭ; ମେକ ଇନ ଓଡିଶା କନକ୍ଳେଭ ୨୦୧୮:

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments