ସମାଜ ରେ ଏବେ ମହିଳାଙ୍କ ର ଅନେକ ଭୂମିକା ରହିଛି l ସେମାନେ ଚାଷ ରୁ ନେଇ ବୈଷୟିକ ଏପରି ଅନେକ କ୍ଷେତ୍ର ରେ ନିଜର ପାରଦର୍ଶିତା ଲାଭ କରିଛନ୍ତି l ତେବେ ଆଗ ଭଳି ମହିଳା ଆଉ ପଛରେ ନାହାନ୍ତି l ମହିଳା ବି ସବୁ କ୍ଷେତ୍ର ରେ ଆଗକୁ ବଢିଲେଣି l ଆଉ ଏବେ କେନ୍ଦ୍ର ହୁଅନ୍ତୁ ଅବା ରାଜ୍ୟ ସରକାର ସମସ୍ତ କ୍ଷେତ୍ର ରେ ମହିଳାଙ୍କୁ ସାହାଯ୍ୟ କରୁଛନ୍ତି l ଅନେକ ଯୋଜନା ମାଧ୍ୟମରେ ସେମାନେ ଲାଭ ନେଇ ପାରୁଛନ୍ତି l
ପ୍ରତିବର୍ଷ ମହିଳାଙ୍କ ପାଇଁ ସରକାର ଅନେକ ଯୋଜନା ମଧ୍ୟ ବାହାର କରୁଛନ୍ତି ଯାହା ର ସମ୍ପୂର୍ଣ୍ଣ ଫାଇଦା ନେଇ ପାରୁଛନ୍ତି ମହିଳା l ତେବେ ନିକଟରେ ହିମାଚଳ ପ୍ରଦେଶ ମହିଳା ଙ୍କ ଏକ ଖୁସି ଖବର ଆଣିଛନ୍ତି ଯାହା ମହିଳାଙ୍କୁ ଖୁଶି ଦେଇଛି l ସୁଖବିନ୍ଦର ସିଂ ସୁଖୁ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ପୁରୁଣା ପେନସନ୍ ସ୍କିମ୍ (OPS) ପୁନଃ ଲାଗୁ ପାଇଁ ନିଷ୍ପତ୍ତି ନିଆଯାଇଛି । କଂଗ୍ରେସ ସରକାରର ଏହି ନିଷ୍ପତ୍ତି ପରେ ୧ ଲକ୍ଷ ୩୬ ହଜାର କର୍ମଚାରୀ ସିଧାସଳଖ ଲାଭ ପାଇବେ । ଏହା ବ୍ୟତୀତ ମହିଳା ମାନଙ୍କୁ ପ୍ରତି ମାସରେ ୧,୫୦୦ ଟଙ୍କା ପେନସନ ପ୍ରଦାନ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।
ହିମାଚଳ ପ୍ରଦେଶ ରେ ପୁରୁଣା ପେନସନ ସ୍କିମ୍ ପୁନଃ ଲାଗୁ (OPS Restored) କରାଯାଇଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ( Sukhwinder Singh Sukhu) ଙ୍କ ନେତୃତ୍ୱରେ କଂଗ୍ରେସ ସରକାର (Congress Govt) ରାଜ୍ୟରେ ପୁରୁଣା ପେନସନ ଯୋଜନା (Old Pension Scheme) କୁ ପୁନଃ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ସୁଖବିନ୍ଦର ସିଂ ସୁଖୁ ସରକାର ଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ପୁରୁଣା ପେନସନ୍ ସ୍କିମ୍ (OPS) ପୁନଃ ଲାଗୁ ପାଇଁ ନିଷ୍ପତ୍ତି ନିଆଯାଇଛି । କଂଗ୍ରେସ ସରକାରର ଏହି ନିଷ୍ପତ୍ତି ପରେ ୧ ଲକ୍ଷ ୩୬ ହଜାର କର୍ମଚାରୀ ସିଧାସଳଖ ଲାଭ ପାଇବେ । ଏହା ବ୍ୟତୀତ ମହିଳା ମାନଙ୍କୁ ପ୍ରତି ମାସରେ ୧,୫୦୦ ଟଙ୍କା ପେନସନ ପ୍ରଦାନ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।
ଏଠାରେ କହି ରଖୁଛୁ ଯେ, ହିମାଚଳ ପ୍ରଦେଶ ର ସୁଖବିନ୍ଦର ସିଂ ସୁଖୁ ସରକାର କର୍ମଚାରୀ ମାନ ଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି । ସରକାରଙ୍କ ପ୍ରଥମ କ୍ୟାବିନେଟରେ ପୁରୁଣା ପେନସନ୍ ସ୍କିମ୍ (Old Pension Scheme) ପୁନଃ ଲାଗୁ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ପୁରୁଣା ପେନସନ ଯୋଜନାର ପୁନଃ ଲାଗୁ ପାଇଁ ବିଜ୍ଞପ୍ତି ଗତକାଲି (ଶୁକ୍ରବାର) ଜାରି କରାଯାଇଛି । ଏଥି ସହ ହିମାଚଳ ପ୍ରଦେଶର ମହିଳା ମାନ (Himachal Pradesh Women) ଙ୍କୁ ମାସିକ ୧୫୦୦ ଟଙ୍କା ପେନସନ୍ ଦିଆଯିବ ବୋଲି କ୍ୟାବିନେଟ ବୈଠକରେ ଆଉ ଏକ ନିଷ୍ପତ୍ତି ନିଆଯାଇଛି ।
ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ପ୍ରଥମ କ୍ୟାବିନେଟ ବୈଠକରେ ପୁରୁଣା ପେନସନ୍ ଯୋଜନା (Old Pension Scheme) କୁ ପୁନଃ ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା, ଯାହାକୁ ସେ ପୂରଣ କରିଛି । କ୍ୟାବିନେଟ କଂଗ୍ରେସର ନିର୍ବାଚନ ମନିଫେଷ୍ଟୋକୁ ସରକାରଙ୍କ ନୀତିଗତ ଦସ୍ତାବିଜ ଭାବରେ ମଧ୍ୟ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି ।
ଫିଟ୍ ଇଣ୍ଡିଆ ହେଲ୍ଦି ହିନ୍ଦୁସ୍ଥାନ ଆଲୋଚନାର ଶୁଭାରମ୍ଭ କରିଛନ୍ତି: ଅନୁରାଗ ସିଂହ ଠାକୁର
E-KYC କରିନାହାଁନ୍ତି, ପ୍ରଧାନମନ୍ତ୍ରୀ କିସାନ ଯୋଜନାର ଲାଭ ପାଇବାରୁ ବଞ୍ଚିତ ହେବେ
Share your comments