1. କୃଷି ଖବର

E-KYC କରିନାହାଁନ୍ତି, ପ୍ରଧାନମନ୍ତ୍ରୀ କିସାନ ଯୋଜନାର ଲାଭ ପାଇବାରୁ ବଞ୍ଚିତ ହେବେ

ଯଦି ଆପଣ ଜଣେ ଏବଂ ଆପଣ E-KYC କରିନାହାଁନ୍ତି, ତାହେଲେ ପ୍ରଧାନମନ୍ତ୍ରୀ କିସାନ ଯୋଜନାର ଲାଭ ପାଇବାରୁ ବଞ୍ଚିତ ହେବେ। ଆପଣ ୧୩ ତମ କିସ୍ତିରେ ମିଳିବାକୁ ଯାଉଥିବା ସହାୟତା ରାଶି ପାଇବେ ନାହିଁ। ଆପଣ ଆପଣଙ୍କର E-KYC ଯଥାଶୀଘ୍ର ଶେଷ କରନ୍ତୁ ।

Tanushree Mahapatra
Tanushree Mahapatra
Pm kisan yojana 13th installment will come on 23 january

Pm kisan yojana 13th installment will come on 23 january

ଯଦି ଆପଣ ଜଣେ ଏବଂ ଆପଣ E-KYC କରିନାହାଁନ୍ତି, ତାହେଲେ ପ୍ରଧାନମନ୍ତ୍ରୀ କିସାନ ଯୋଜନାର ଲାଭ ପାଇବାରୁ ବଞ୍ଚିତ ହେବେ। ଆପଣ ୧୩ ତମ କିସ୍ତିରେ ମିଳିବାକୁ ଯାଉଥିବା ସହାୟତା ରାଶି ପାଇବେ ନାହିଁ। ଆପଣ ଆପଣଙ୍କର E-KYC ଯଥାଶୀଘ୍ର ଶେଷ କରନ୍ତୁ ।  ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୧୩ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି ଦେଶର କୋଟି କୋଟି କୃଷକ ।

ହେଲେ ଏହାକୁ ନେଇ ଚାଷୀଙ୍କ ପାଇଁ ଆସିଛି ଏକ ଖୁସି ଖବର। ବର୍ତ୍ତମାନ କୃଷକଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ କିସାନ ଯୋଜନା ଅଧୀନରେ କୃଷକ ଶୀଘ୍ର ୨୦୦୦ ଟଙ୍କାର ସହାୟତା ରାଶି ପାଇବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ଏକ ବଡ ଉପହାର ଦେବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀ କିସାନଙ୍କ ହିତାଧିକାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ଯଦି ଆପଣ ପିଏମ କିସାନ ଯୋଜନା (PM Kisan Samman Nidhi)ର ଲାଭ ଉଠାଉଛନ୍ତି, ତେବେ ବର୍ତ୍ତମାନ ଆପଣଙ୍କୁ ଦ୍ୱାଦଶ କିସ୍ତି ପାଇଁ ନୂଆ ସୂଚନା ଦେବାକୁ ପଡ଼ିବ । ସୂଚନା ଅନୁଯାୟୀ, ବର୍ତ୍ତମାନ ପ୍ରଧାନମନ୍ତ୍ରୀ କିସାନ ସାମାନ ନିଧି ଯୋଜନା (PM Kisan Samman Nidhi)ର ଲାଭ ପାଇଥିବା ଚାଷୀଙ୍କ ଜମି ଯାଞ୍ଚ କରାଯିବ ।

ପ୍ରଧାନମନ୍ତ୍ରୀ କିସାନ ଯୋଜନା (PM Kisan Yojana) ପାଇଁ ପାଣ୍ଠି ୨୩ ଜାନୁଆରୀରେ ଜାରି କରିବେ କେନ୍ଦ୍ର ସରକାର। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀରେ ସରକାର ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି (Pradhan Mantri Kisan Samman Nidhi) ଯୋଜନାର ୧୩ତମ କିସ୍ତି ପ୍ରଦାନ କରିପାରନ୍ତି। ଜାନୁଆରୀ ୨୩ ତାରିଖକୁ ଭାରତ ସରକାର ପରାକ୍ରମ ଦିବସ ଭାବେ ପାଳନ କରୁଛନ୍ତି।

ଜାନୁଆରୀ ୨୩ ତାରିଖ ପରାକ୍ରମ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଦେଶର କୃଷକଙ୍କୁ ଏକ ବଡ ଉପହାର ଦେଇପାରନ୍ତି। ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାର ୧୩ତମ କିସ୍ତି ମାଧ୍ୟମରେ ଚାଷୀଙ୍କ ଖାତାକୁ ୨୦୦୦ ଟଙ୍କାର ସହାୟତା ରାଶି ପଠାଇ ପାରନ୍ତି।

ଯଦି ଆପଣ ମଧ୍ୟ ଏହି ଯୋଜନାର ହିତାଧିକାରୀ, ତାହେଲେ ଆପଣଙ୍କୁ ୨୦୦୦ ଟଙ୍କାର ସହାୟତା ରାଶି ମିଳିବ। ଏହି ଯୋଜନାରେ ପଞ୍ଜୀକୃତ କୃଷକ ପ୍ରଧାନମନ୍ତ୍ରୀ କିସାନ ପୋର୍ଟାଲ ପରିଦର୍ଶନ (Pradhan Mantri Kisan Portal) କରି ହିତାଧିକାରୀ ତାଲିକାରେ ସେମାନଙ୍କ ନାମ ଦେଖିପାରିବେ। ସେମାନଙ୍କୁ ମିଳିଥିବା ଆର୍ଥିକ ସହାୟତା ରାଶିର ସ୍ଥିତି କ'ଣ ରହିଛି ତାହା ଯାଞ୍ଚ କରିପାରିବେ।

ଯଦି ଆପଣ ଜଣେ ଏବଂ ଆପଣ E-KYC କରିନାହାଁନ୍ତି, ତାହେଲେ ପ୍ରଧାନମନ୍ତ୍ରୀ କିସାନ ଯୋଜନାର ଲାଭ ପାଇବାରୁ ବଞ୍ଚିତ ହେବେ। ଆପଣ ୧୩ ତମ କିସ୍ତିରେ ମିଳିବାକୁ ଯାଉଥିବା ସହାୟତା ରାଶି ପାଇବେ ନାହିଁ। ଆପଣ ଆପଣଙ୍କର E-KYC ଯଥାଶୀଘ୍ର ଶେଷ କରନ୍ତୁ ।  ପ୍ରଧାନମନ୍ତ୍ରୀ କିସାନ ଯୋଜନାରେ ମିଳିଥିବା ୧୩ କିସ୍ତିର ସ୍ଥିତି ଦେଖିବାକୁ www.pmkisan.gov.in ପରିଦର୍ଶନ କରନ୍ତୁ। ସେଠାରେ ଥିବା Farmers Corner ପରିଦର୍ଶନ କରନ୍ତୁ। ଯେଉଁଠାରେ ଆପଣ ହିତାଧିକାରୀ ସ୍ଥିତିର ବିକଳ୍ପ ଦେଖନ୍ତି, ସେଠାରେ କ୍ଲିକ୍ କରନ୍ତୁ। ପରବର୍ତ୍ତୀ ପୃଷ୍ଠାରେ, ଆପଣ ଆପଣଙ୍କର ଆଧାର ନମ୍ବର, ମୋବାଇଲ୍ ନମ୍ବର ପ୍ରଦାନ କରନ୍ତୁ। ଏଠାରେ ଆପଣଙ୍କୁ ଆପଣଙ୍କ ସ୍ଥିତି ବିଷୟରେ ସମସ୍ତ ତଥ୍ୟ ମିଳିଯିବ।

ଏହି ପରି ସମ୍ପୂର୍ଣ୍ଣ e-KYCକରନ୍ତୁ, ଜାଣନ୍ତୁ...

ଏଥିପାଇଁ, ସର୍ବପ୍ରଥମେ ଆପଣ https://pmkisan.gov.in/ ପୋର୍ଟାଲକୁ ଯାଆନ୍ତୁ ।

ଡାହାଣ ପାର୍ଶ୍ୱରେ ଆପଣ ଏହିପରି ଟ୍ୟାବଗୁଡ଼ିକ ପାଇବେ। ଶୀର୍ଷରେ ଆପଣ ଇ-କେୱାଇସି (e-kyc)ଲେଖାଯାଇଥିବା ପାଇବେ । ଏହା ଉପରେ କ୍ଲିକ୍ କରନ୍ତୁ ।

ବର୍ତ୍ତମାନ ତୁମର ଆଧାର ନମ୍ବର ପ୍ରବେଶ କର ଏବଂ ସର୍ଚ୍ଚ ବଟନ୍ ଉପରେ କ୍ଲିକ୍ କର ।

AADHAAR ସହିତ ସଂଯୁକ୍ତ ମୋବାଇଲ୍ ନମ୍ବର ପ୍ରବେଶ କରନ୍ତୁ ଏବଂ OTP ପ୍ରବେଶ କରନ୍ତୁ ।

ଯଦି ସବୁକିଛି ଠିକ୍ ହୁଏ ତେବେ e-KYC ସମାପ୍ତ ହେବ ନଚେତ୍ ଅବୈଧ ଆସିବ ।

ଯଦି ଏହା ଘଟେ ତେବେ ତୁମର କିସ୍ତି ହ୍ୟାଙ୍ଗ ହୋଇପାରେ। ଆପଣ ଏହାକୁ ଆଧାର ସେବା କେନ୍ଦ୍ରରେ ସଂଶୋଧନ କରିପାରିବେ ।

ମୋଦି ସରକାରଙ୍କ ବଡ ନିଷ୍ପତି , ପ୍ରତି ମାସରେ ଚାଷୀଙ୍କୁ ମିଳିବ 3ହଜାର

PM Kisan:ବନ୍ଦ ହେଲା ଏହି ସେବା, ବହୁ ଚାଷୀଙ୍କ ଉପରେ ପଡ଼ିବ ପ୍ରଭାବ,ଜାଣନ୍ତୁ...

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments