1. ସରକାରୀ ସ୍କିମ

ମୋଦି ସରକାରଙ୍କ ବଡ ନିଷ୍ପତି , ପ୍ରତି ମାସରେ ଚାଷୀଙ୍କୁ ମିଳିବ 3ହଜାର

ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ଚାଷୀ ସରକାରୀ ଚାକିରି କରୁଥିବା ଲୋକଙ୍କ ପରି ଏହି ଯୋଜନାରୁ ପ୍ରତି ମାସରେ ପେନସନ୍ ପାଇପାରିବେ |

Rajashree
Rajashree
pm kisan mandhan yojana for farmer

pm kisan mandhan yojana for farmer

ଦେଶର ଚାଷୀଙ୍କ ପାଇଁ ସରକାର ଅନେକ ଯୋଜନା ରହିଛି । ସରକାରଙ୍କ ଏହି ଯୋଜନାଗୁଡ଼ିକ ମଧ୍ୟରୁ ଗୋଟିଏ ହେଉଛି ପ୍ରଧାନ ମନ୍ତ୍ରୀ କିସାନ ମାନ ଧନ ଯୋଜନା(pm kisan mandhan yojana)| ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ଚାଷୀ ସରକାରୀ ଚାକିରି କରୁଥିବା ଲୋକଙ୍କ ପରି ଏହି ଯୋଜନାରୁ ପ୍ରତି ମାସରେ ପେନସନ୍ ପାଇପାରିବେ | 

ପ୍ରଧାନ ମନ୍ତ୍ରୀ କିଷାନ ମାନଧନ ଯୋଜନା (pm kisan mandhan yojana)ଅଧୀନରେ ବୟସ ଅନୁଯାୟୀ ମାସିକ ଅବଦାନ ଉପରେ ୬୦ ବର୍ଷ ବୟସ ପରେ, ବାର୍ଷିକ ୩,୦୦୦ କିମ୍ବା ୩୬,୦୦୦ ଟଙ୍କା ପେନସନ୍ ପାଇପାରିବେ | ପ୍ରଧାନମନ୍ତ୍ରୀ କିଷାନ ମାନ ଧନ ଯୋଜନା ଅଧୀନରେ ୬୦ ବର୍ଷ ବୟସ ପରେ ଚାଷୀ ମାନଙ୍କୁ ପେନସନ୍ ବ୍ୟବସ୍ଥା ଯୋଗାଇଦିଆଯାଉଛି |

୧୮ ବର୍ଷରୁ ୪୦ ବର୍ଷ ମଧ୍ୟରେ ଥିବା ଯେକୌଣସି କୃଷକ ଏହି ଯୋଜନାରେ ଅଂଶ ହୋଇପାରିବେ । ସୂଚନା ଅନୁଯାୟୀ, ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (LIC) ଏହି ପେନସନ୍ ପାଣ୍ଠି ପରିଚାଳନା କରୁଛି | ଏହି ଯୋଜନାରେ, (scheme for farmer)ବୟସ ଅନୁଯାୟୀ ମାସିକ ଅବଦାନ ଉପରେ ୬୦ ବର୍ଷ ବୟସ ପରେ, ବାର୍ଷିକ ୩,୦୦୦ କିମ୍ବା 3୬,୦୦୦ ଟଙ୍କା ପେନସନ୍ ଦିଆଯାଏ(pm pension scheme) | ସରକାରୀ ରିପୋର୍ଟ ଅନୁଯାୟୀ ଏବେ ପର୍ଯ୍ୟନ୍ତ ଦେଶର 22 ଲକ୍ଷରୁ ଅଧିକ କୃଷକ ଏହି ଯୋଜନାର ଅନ୍ତର୍ଭୁକ୍ତ ହୋଇସାରିଛନ୍ତି |

ସେହିପରି, ୧୮ ରୁ ୪୦ ବର୍ଷ ବୟସର କୃଷକମାନେ କିସାନ ପେନସନ୍ ଯୋଜନାରେ (pm kisan mandhan yojana )ନିଜକୁ ସାମିଲ କରିପାରିବେ , ଯେଉଁ କୃଷକଙ୍କ ପାଖରେ ସର୍ବାଧିକ ୨ ହେକ୍ଟର ଜମି ଚାଷ ପାଇଁ ଅଛି ସେମାନଙ୍କୁ ସର୍ବନିମ୍ନ ୨୦ ବର୍ଷ ଓ ସର୍ବାଧିକ ୪୦ ବର୍ଷ ପାଇଁ ଏହି ଯୋଜନା ଅଧୀନରେ ମାସକୁ ପ୍ରାୟ ୫୫ ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ଅବଦାନ ଦେବାକୁ ପଡ଼ିବ | ଏହି ଯୋଜନା ଅନ୍ତର୍ଗତ କୃଷକଙ୍କ ଅବଦାନ ସହିତ ସରକାର ମଧ୍ୟ ସମାନ ଅବଦାନର ସହଯୋଗ କରିବେ | ପିଏମ କିସାନ ଆକାଉଣ୍ଟରେ ଯଦି ଆପଣଙ୍କର ଅବଦାନ ୫୫ ଟଙ୍କା, ତେବେ ସରକାର ମଧ୍ୟ ଆପଣଙ୍କ ଆକାଉଣ୍ଟରେ ୫୫ ଟଙ୍କାର ସହଯୋଗ କରିବେ |

ପଞ୍ଜିକରଣ ପ୍ରକ୍ରିୟା :

ପଞ୍ଜିକରଣ ପାଇଁ କୃଷକଙ୍କୁ ନିକଟତମ ସାଧାରଣ ସେବା କେନ୍ଦ୍ର (CSC) ପରିଦର୍ଶନ କରି ନିଜକୁ ପଞ୍ଜୀକୃତ କରିବାକୁ ପଡ଼ିବ | କୃଷକଙ୍କ ଆଧାର କାର୍ଡ଼ ଓ ଜମିର କାଗଜପତ୍ର ଏକ କପି ,ଚାଷୀଙ୍କ ଦୁଇଟି ପାସପୋର୍ଟ ସାଇଜ୍ ଫଟୋଗ୍ରାଫ୍ ଓ ବ୍ୟାଙ୍କର ପାସବୁକ୍ ଆବଶ୍ୟକ ହୋଇଥାଏ । ପଞ୍ଜୀକରଣ ସମୟରେ ଚାଷୀଙ୍କୁ ଏକ ପେନସନ୍ (pm pension scheme)ଅନନ୍ୟ ନମ୍ବର ଓ ପେନସନ୍ କାର୍ଡ଼ ଦିଆଯିବ । ଏଥି ପାଇଁ କୌଣସି ଦେୟ ଦେବକୁ ପଡ଼ିବ ନାହିଁ | ଅବଦାନ କୃଷକଙ୍କ ବୟସ ଉପରେ ନିର୍ଭର କରେ | ଉଦାହରଣ ସ୍ୱରୂପ, ଯଦି ଆପଣ ୧୮ ବର୍ଷ ବୟସରେ ଯୋଗ ଦିଅନ୍ତି, ତେବେ ମାସିକ ଅବଦାନ ୫୫ ଟଙ୍କା କିମ୍ବା ବାର୍ଷିକ ଅବଦାନ ୬୬୦ ଟଙ୍କା ହେବ । ଅନ୍ୟପକ୍ଷରେ, ଯଦି ଆପଣ ୪୦ ବର୍ଷ ବୟସରେ ଯୋଗ ଦିଅନ୍ତି, ତେବେ ଆପଣଙ୍କୁ ମାସକୁ ୨୦୦ ଟଙ୍କା କିମ୍ବା ବାର୍ଷିକ ୨,୪୦୦ ଟଙ୍କା ପୈଠ କରିବାକୁ ପଡିବ |

ଯୋଜନା ବନ୍ଦ କରିବାକୁ ଚାହୁଁଥିଲେ :

କୌଣସି ଚାଷୀ ଏହି ଯୋଜନା ବନ୍ଦ କରିବାକୁ ଚାହୁଁଥିଲେ, ପୂର୍ବରୁ କରିଥିବା ପୈଠ ଟଙ୍କା ନଷ୍ଟ ହେବ ନାହିଁ | ଯୋଜନା (pm pension scheme)ଛାଡ଼ିବା ପର୍ଯ୍ୟନ୍ତ ଜମା ହୋଇଥିବା ପରିମାଣ ବ୍ୟାଙ୍କଗୁଡ଼ିକର ସଞ୍ଚୟ ଆକାଉଣ୍ଟ ସହିତ ଚାଷୀ ସୁଧ ପାଇ ପାରିବେ, ଯଦି ପଲିସିଧାରୀ କୃଷକଙ୍କ ମୃତ୍ୟୁ ଘଟେ , ତେବେ ତାଙ୍କ ପତ୍ନୀ ରାଶିର ୫୦ ପ୍ରତିଶତ ପାଇବା ସୁନିଶ୍ଚିତ |

ଅଟଳ ପେନସନ୍ ଯୋଜନା ପାଇଁ କିପରି ଆବେଦନ କରିବେ

କୃଷକଙ୍କ ଲାଭରେ ରାଷ୍ଟ୍ରୀୟ କୃଷି ବୀମା ଯୋଜନା,ଉଠାନ୍ତୁ ଫାଇଦା

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments