1. କୃଷି ଖବର

ମହିଳାଙ୍କୁ ପ୍ରତି ମାସରେ ୧୫୦୦ ଟଙ୍କା ଦେବେ ରାଜ୍ୟ ସରକାର

Tanushree Mahapatra
Tanushree Mahapatra
1500 per month to women old pension scheme

1500 per month to women old pension scheme

ସମାଜ ରେ ଏବେ ମହିଳାଙ୍କ ର ଅନେକ ଭୂମିକା ରହିଛି l ସେମାନେ ଚାଷ ରୁ ନେଇ ବୈଷୟିକ ଏପରି ଅନେକ କ୍ଷେତ୍ର ରେ ନିଜର ପାରଦର୍ଶିତା ଲାଭ କରିଛନ୍ତି l ତେବେ ଆଗ ଭଳି ମହିଳା ଆଉ ପଛରେ ନାହାନ୍ତି l ମହିଳା ବି ସବୁ କ୍ଷେତ୍ର ରେ ଆଗକୁ ବଢିଲେଣି l ଆଉ ଏବେ କେନ୍ଦ୍ର ହୁଅନ୍ତୁ ଅବା ରାଜ୍ୟ ସରକାର ସମସ୍ତ କ୍ଷେତ୍ର ରେ ମହିଳାଙ୍କୁ ସାହାଯ୍ୟ କରୁଛନ୍ତି l ଅନେକ ଯୋଜନା ମାଧ୍ୟମରେ ସେମାନେ ଲାଭ ନେଇ ପାରୁଛନ୍ତି l

ପ୍ରତିବର୍ଷ ମହିଳାଙ୍କ ପାଇଁ ସରକାର ଅନେକ ଯୋଜନା ମଧ୍ୟ ବାହାର କରୁଛନ୍ତି ଯାହା ର ସମ୍ପୂର୍ଣ୍ଣ ଫାଇଦା ନେଇ ପାରୁଛନ୍ତି ମହିଳା l ତେବେ ନିକଟରେ ହିମାଚଳ ପ୍ରଦେଶ ମହିଳା ଙ୍କ ଏକ ଖୁସି ଖବର ଆଣିଛନ୍ତି ଯାହା ମହିଳାଙ୍କୁ ଖୁଶି ଦେଇଛି l ସୁଖବିନ୍ଦର ସିଂ ସୁଖୁ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ପୁରୁଣା ପେନସନ୍ ସ୍କିମ୍ (OPS) ପୁନଃ ଲାଗୁ ପାଇଁ ନିଷ୍ପତ୍ତି ନିଆଯାଇଛି ।  କଂଗ୍ରେସ ସରକାରର ଏହି ନିଷ୍ପତ୍ତି ପରେ ୧ ଲକ୍ଷ ୩୬ ହଜାର କର୍ମଚାରୀ ସିଧାସଳଖ ଲାଭ ପାଇବେ । ଏହା ବ୍ୟତୀତ ମହିଳା ମାନଙ୍କୁ ପ୍ରତି ମାସରେ ୧,୫୦୦ ଟଙ୍କା ପେନସନ ପ୍ରଦାନ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । 

ହିମାଚଳ ପ୍ରଦେଶ ରେ ପୁରୁଣା ପେନସନ ସ୍କିମ୍ ପୁନଃ ଲାଗୁ (OPS Restored) କରାଯାଇଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ( Sukhwinder Singh Sukhu) ଙ୍କ ନେତୃତ୍ୱରେ କଂଗ୍ରେସ ସରକାର (Congress Govt) ରାଜ୍ୟରେ ପୁରୁଣା ପେନସନ ଯୋଜନା (Old Pension Scheme) କୁ ପୁନଃ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ସୁଖବିନ୍ଦର ସିଂ ସୁଖୁ ସରକାର ଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ପୁରୁଣା ପେନସନ୍ ସ୍କିମ୍ (OPS) ପୁନଃ ଲାଗୁ ପାଇଁ ନିଷ୍ପତ୍ତି ନିଆଯାଇଛି ।  କଂଗ୍ରେସ ସରକାରର ଏହି ନିଷ୍ପତ୍ତି ପରେ ୧ ଲକ୍ଷ ୩୬ ହଜାର କର୍ମଚାରୀ ସିଧାସଳଖ ଲାଭ ପାଇବେ । ଏହା ବ୍ୟତୀତ ମହିଳା ମାନଙ୍କୁ ପ୍ରତି ମାସରେ ୧,୫୦୦ ଟଙ୍କା ପେନସନ ପ୍ରଦାନ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

ଏଠାରେ କହି ରଖୁଛୁ ଯେ, ହିମାଚଳ ପ୍ରଦେଶ ର ସୁଖବିନ୍ଦର ସିଂ ସୁଖୁ ସରକାର  କର୍ମଚାରୀ ମାନ ଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି । ସରକାରଙ୍କ ପ୍ରଥମ କ୍ୟାବିନେଟରେ ପୁରୁଣା ପେନସନ୍ ସ୍କିମ୍ (Old Pension Scheme) ପୁନଃ ଲାଗୁ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ପୁରୁଣା ପେନସନ ଯୋଜନାର ପୁନଃ ଲାଗୁ ପାଇଁ ବିଜ୍ଞପ୍ତି ଗତକାଲି (ଶୁକ୍ରବାର) ଜାରି କରାଯାଇଛି । ଏଥି ସହ ହିମାଚଳ ପ୍ରଦେଶର ମହିଳା ମାନ (Himachal Pradesh Women) ଙ୍କୁ ମାସିକ ୧୫୦୦ ଟଙ୍କା ପେନସନ୍ ଦିଆଯିବ ବୋଲି କ୍ୟାବିନେଟ ବୈଠକରେ ଆଉ ଏକ ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ, ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ପ୍ରଥମ କ୍ୟାବିନେଟ ବୈଠକରେ ପୁରୁଣା ପେନସନ୍ ଯୋଜନା (Old Pension Scheme) କୁ ପୁନଃ ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା, ଯାହାକୁ ସେ ପୂରଣ କରିଛି । କ୍ୟାବିନେଟ କଂଗ୍ରେସର ନିର୍ବାଚନ ମନିଫେଷ୍ଟୋକୁ ସରକାରଙ୍କ ନୀତିଗତ ଦସ୍ତାବିଜ ଭାବରେ ମଧ୍ୟ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି ।

ଫିଟ୍ ଇଣ୍ଡିଆ ହେଲ୍‍ଦି ହିନ୍ଦୁସ୍ଥାନ ଆଲୋଚନାର ଶୁଭାରମ୍ଭ କରିଛନ୍ତି: ଅନୁରାଗ ସିଂହ ଠାକୁର

E-KYC କରିନାହାଁନ୍ତି, ପ୍ରଧାନମନ୍ତ୍ରୀ କିସାନ ଯୋଜନାର ଲାଭ ପାଇବାରୁ ବଞ୍ଚିତ ହେବେ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

Latest feeds

More News