1. କୃଷି ଖବର

ଆରମ୍ଭ ହେଲା ବୃହତ୍ତମ କୃଷି ସମ୍ମିଳନୀ "ଉତ୍କଳ କୃଷି ମେଳା ୨୦୨୩"

ନୂଆ ଆଶା ନେଇ ଆରମ୍ଭ ହେଲା ଓଡିଶାର ବୃହତ୍ତମ କୃଷି ସମ୍ମିଳନୀ ଯାହାର ନାଁ, " ଉତ୍କଳ କୃଷି ମେଳା ୨୦୨୩" । ଏହା ଆଜିଠୁ ତଥା ଫେବୃଆରୀ ୨୧ , ୨୨ ଦୁଇ ଦିନ ଧରି ଏହି ମେଳା ଅନୁଷ୍ଠିତ ହେବ । ଏହି ମେଳା ତଥା ଏଠାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ କୃଷି ଏବଂ କୃଷିଭିତ୍ତିକ ଉନ୍ନତି କ୍ଷେତ୍ରରେ ବିଶେଷ ଆଲୋଚନା କରାଯିବ । ଯ

Tanushree Mahapatra
Tanushree Mahapatra
2 larjest krushi mela “ Utkal krushi mela 2023 “ starts

2 larjest krushi mela “ Utkal krushi mela 2023 “ starts

ନୂଆ ଆଶା ନେଇ ଆରମ୍ଭ ହେଲା ଓଡିଶାର ବୃହତ୍ତମ କୃଷି ସମ୍ମିଳନୀ ଯାହାର ନାଁ, " ଉତ୍କଳ କୃଷି ମେଳା ୨୦୨୩" ( utkal krishi mela 2023 )  । ଏହା ଆଜିଠୁ ତଥା ଫେବୃଆରୀ ୨୧ , ୨୨ ଦୁଇ ଦିନ ଧରି ଏହି ମେଳା ଅନୁଷ୍ଠିତ ହେବ  । ଏହି ମେଳା ତଥା ଏଠାରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ କୃଷି ଏବଂ କୃଷିଭିତ୍ତିକ ଉନ୍ନତି କ୍ଷେତ୍ରରେ ବିଶେଷ ଆଲୋଚନା କରାଯିବ । ଯେଉଁଠି ଏକାଠି ହୋଇଛନ୍ତି ହଜାର ହଜାର ଚାଷୀ ଭାଇ ଭଉଣୀ ମାନେ ।  ଅନୁଷ୍ଠିତ ଏହି କୃଷି ମେଲାର ମୂଳ ଉଦ୍ଦେଶ୍ୟ ହେଉଛି କୃଷି-ଉଦ୍ୟୋଗୀ, ଉତ୍ପାଦକ, ଡିଲର, ବିତରକ, ବୈଜ୍ଞାନିକ ଏବଂ ଅନେକ ସରକାରୀ ସଂସ୍ଥାକୁ କୃଷକମାନଙ୍କ ପାଇଁ ଏକ ସଭା ସ୍ଥାନ ଯୋଗାଇବା |

ଯାହା ଦ୍ୱାରା ସେଠାରେ ତଥା ସମ୍ପୂର୍ଣ୍ଣ ଜିଲ୍ଲା ରେ ଥିବା ଚାଷୀ ମାନେ ଉପକୃତ ହେବାକୁ ଯାଉଛନ୍ତି l ଗତବର୍ଷ ଏହି ମେଳା ଅନେକ ସଫଳତା ହାସଲ କରିଥିଲା ଆଶା ଏ ବର୍ଷ ମଧ୍ୟ ଏହା ସଫଳ ହେବ l

ଏହି ମେଗା ଇଭେଣ୍ଟ କୃଷକମାନଙ୍କୁ ସମ୍ପ୍ରତି ଏଗ୍ରି-ଇନପୁଟ୍ ଉତ୍ପାଦ ବିଷୟରେ , ଟେକ୍ନୋଲୋଜି, ସ୍ଥାୟୀ ଚାଷ ପ୍ରଣାଳୀ, ସରକାରୀ କାର୍ଯ୍ୟକ୍ରମ, ମାର୍କେଟିଂ ଏବଂ ଅମଳ ପରବର୍ତ୍ତୀ ପରିଚାଳନା ବିଷୟରେ ମଧ୍ୟ ଭଲ ସୂଚନା ଦେବାକୁ ଯାଉଛି | CUTM ( Centurion University of Technology and Management  ) ଏବଂ କୃଷି ଜାଗରଣ ଏହି ମେଗା ଇଭେଣ୍ଟର ଏକ ବଡ଼ ସଫଳତା କାମନା କରୁଛନ୍ତି | ତେବେ ଏହି କାର୍ଯ୍ୟକ୍ରମ କୁ ଓୟୁଏଟି ର କୁଳପତି ପ୍ରଭାତ କୁମାର ରାଉଳ ଫିତା କାଟି ଉତଘାଟନ କରିଥିଲେ l

ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଆନ ୟୁନିଭରସିଟିରେ ଏହି "ଦ୍ବିତୀୟ ଉତ୍କଳ କୃଷି ମେଳା ୨୦୨୩" କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । "ଦ୍ବିତୀୟ ଉତ୍କଳ କୃଷି ମେଳା ୨୦୨୩" ଏକ ବୃହତ୍ତ କୃଷକ ସମ୍ମିଳନୀ । ଏଥିରେ କୃଷକ, କୃଷି ଉତ୍ପାଦନ, କୃଷି ଉଦ୍ୟୋଗୀ, ଆବଣ୍ଟକ, ଡିଲର୍ସ, ଫାର୍ମ ମାଲିକ, କୃଷି ସାମଗ୍ରୀ ବିତରକ, ଯୋଗାଣକାରୀ, ଖୁଚୁରା ବେପାରୀ, ଗବେଷକ, କୃଷି ବିଜ୍ଞାନୀ, ଶିଳ୍ପପତି, ବ୍ୟବସାୟୀ, ନିବେଷକ, ଛାତ୍ର ଓ ମେଧାବୀ, ଗଣମାଧ୍ୟମ ସଂସ୍ଥା, ସରକାରୀ କର୍ମଚାରୀ ଏବଂ ଏଥିରେ ଜଡିତ ଥିବା ସମସ୍ତ କର୍ମୀଙ୍କୁ ସେମାନଙ୍କ ସୁବିଧା ପାଇଁ ସ୍ଥାନ ମିଳିବ ବୋଲି ଆଶା ରହିଛି  । ଏହି କୃଷି ମେଳା ଟି ସେଞ୍ଚୁରିଆନ ୟୁନିଭରସିଟି ଏବଂ କୃଷି ଜାଗରଣର ମିଳିତ ଅନୁକୁଲ୍ୟରେ ଆୟୋଜନ କରାଯାଇଛି  । ପ୍ରଥମ ଦିନରେ କୃଷି ଜାଗରଣ ର ପ୍ରତିଷ୍ଠାତା ଏମ୍ସି ଡୋମିନିକ , ଓୟୁଏଟିର କୁଳପତି ପ୍ରଭାତ କୁମାର ରାଉଳ , MSSSoA ର ଡିନ ଦେବେନ୍ଦ୍ର ରେଡି , ମୁଖ୍ୟ ଅତିଥି ନଟବର ସରଙ୍ଗୀ ନିଜ ଯୋଗଦାନ ଦେଇ କାର୍ଯ୍ୟକ୍ରମରେ ନିଜ ବକ୍ତବ୍ୟ ଦ୍ୱାରା ଚାଷ କାମ ଉପରେ ଆଲୋକପାତ କରିଥିଲେ l

ଏହି କୃଷି ମେଳା ସମସ୍ତ ପ୍ରକାର କୃଷିଗତ ସମସ୍ୟାର ନିରାକରଣ ପାଇଁ ସୁଯୋଗ ସୃଷ୍ଟି କରିବ । ଆଧୁନିକ ଜ୍ଞାନ କୌଶଳରେ କିପରି କୃଷିର ଅଭିବୃଦ୍ଧି ହୋଇପାରିବ ଏ ନେଇ ବିଶେଷ ଆଲୋଚନା କରାଯାଇଛି । ସେହିପରି କୃଷକମାନେ ମଧ୍ୟ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ଉପସ୍ଥାପନ କରିବା ସହ କୃଷି ବିଶେଷଜ୍ଞଙ୍କ ଠାରୁ ସମାଧାନ ପାଇଁ ପରାମର୍ଶ ନେଇପାରିବେ କୃଷି ଭାଇ ଓ ଭଉଣୀ । ଉନ୍ନତ କୃଷି ଯନ୍ତ୍ରପାତି,ବିହନ ,ସାର, ନୂଆ ଜ୍ଞାନ କୌଶଳ ଯେମିତି ରାଜ୍ୟର ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ସହଜରେ ଉପଲବ୍ଧ ହେବ ଏହାକୁ ଆଲୋକପାତ କରାଯିବ ଦୁଇ ଦିନ ଧରି ଏହି ମେଳା ରେ ।

ଏହି କାର୍ଯ୍ୟକ୍ରମରେ ଚାଷୀଭାଇ ଓ ଭଉଣୀମାନଙ୍କୁ କୃଷି କାର୍ଯ୍ୟରେ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତିର ଆବଶ୍ୟକତା,ବ୍ୟବହାର,ରକ୍ଷଣାବେକ୍ଷଣା ଓ ସରକାରୀ ରିହାତି ସମ୍ବଦ୍ଧରେ ତାଲିମ/ପାଠଶାଳା ମାଧ୍ୟମରେ ସଚେତନ ମଧ୍ୟ କରାଯିବ ।

ପ୍ରକାଶ ଥାଉ ଯେ, ଆଜିଠାରୁ ଠାରୁ ଗଜପତି ଜିଲ୍ଲାରେ ଅନୁଷ୍ଠିତ ହୋଇଥିବା ବୃହତ୍ତମ କୃଷି ମେଳା ୨୦୨୩ ସମସ୍ତ ଚାଷୀଙ୍କୁ ଅନେକ ସାହାଯ୍ୟ କରିବ । ଗତ ବର୍ଷ ଓଡ଼ିଶାରେ ଉତ୍କଳ କୃଷି ମେଳାର ସଫଳତା ପରେ କୃଷି ଜାଗରଣ ଉତ୍କଳ କୃଷି ମେଳାର ଦ୍ୱିତୀୟ ସଂସ୍କରଣ ସହିତ ପୁଣି ଥରେ ଓଡିଶା ଭଳି କୃଷି ପ୍ରାଧାନ୍ୟ ରାଜ୍ୟ କୁ ଫେରିଛି - ଏହା ବୃହତ, ଉନ୍ନତ ତଥା ଅଧିକ ଲାଭଦାୟକ ହେବ ବୋଲି ପ୍ରତିଶୃତିବଧ ରହିଛନ୍ତି ସମସ୍ତେ l 

ବୃହତ୍ତମ କୃଷି ସମ୍ମିଳନୀ "ଉତ୍କଳ କୃଷି ମେଳା ୨୦୨୩": ଏକାଠି ହେବେ ଏକାଧିକ ଚାଷୀ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ