1. କୃଷି ଖବର

2000 Notes Update:ଆଜିଠୁ ବ୍ୟାଙ୍କରେ ବଦଳ ପ୍ରକ୍ରିୟା ଆରମ୍ଭ, ଜାଣନ୍ତୁ RBIର ନିୟମ....

ପାଖରେ 2000 ଟଙ୍କିଆ ନୋଟ ରଖିଛନ୍ତି କି ? ଯାହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି କି ? ଚିନ୍ତା କରିବାର କୌଣସି କାରଣ ନାହିଁ । ଆଜି ମଙ୍ଗଳବାର ଠୁ ହିଁ ବ୍ୟାଙ୍କରେ ବଦଳ କରିପାରିବେ । କାରଣ ଆଜି ଠୁ 2000 ଟଙ୍କିଆ ନୋଟ ବଦଳ ସେବା ଆରମ୍ଭ ହେବ,ତେବେ ନିକଟସ୍ଥ ବ୍ଯାଙ୍କରେ ଏହାର ବଦଳ କରିପାରିବେ । ଏହି ସେବା କେବଳ ସେପ୍ଟେମ୍ବର 30 ଯାଏଁ ହିଁ ଉପଲବ୍ଧ । କିନ୍ତୁ ବ୍ଯାଙ୍କ ଯିବା ପୂର୍ବରୁ ଜାଣନ୍ତୁ RBIର ସୂଚନା...

Sudesna Nayak
Sudesna Nayak
2000 note exchange service begins from today , Pic Credit:@RBI

2000 note exchange service begins from today , Pic Credit:@RBI

ପାଖରେ 2000 ଟଙ୍କିଆ ନୋଟ ରଖିଛନ୍ତି କି ? ଯାହାକୁ ନେଇ ଚିନ୍ତାରେ ପଡିଯାଇଛନ୍ତି କି ? ଚିନ୍ତା କରିବାର କୌଣସି କାରଣ ନାହିଁ । ଆଜି ମଙ୍ଗଳବାର (tuesday)ଠୁ ହିଁ ବ୍ୟାଙ୍କରେ ବଦଳ କରିପାରିବେ । କାରଣ ଆଜି ଠୁ 2000 ଟଙ୍କିଆ ନୋଟ ବଦଳ ସେବା ଆରମ୍ଭ ହେବ,ତେବେ ନିକଟସ୍ଥ ବ୍ଯାଙ୍କରେ ଏହାର ବଦଳ କରିପାରିବେ । ଏହି ସେବା କେବଳ ସେପ୍ଟେମ୍ବର 30 ଯାଏଁ ହିଁ ଉପଲବ୍ଧ । କିନ୍ତୁ ବ୍ଯାଙ୍କ ଯିବା ପୂର୍ବରୁ ଜାଣନ୍ତୁ RBIର ସୂଚନା...

RBIର ନିୟମ,ଜାଣନ୍ତୁ ....

-ସେପ୍ଟେମ୍ବର 30 ପର୍ଯ୍ୟନ୍ତ ବ୍ୟାଙ୍କଗୁଡିକରେ ନୋଟ୍ ଜମା / ପରିବର୍ତ୍ତନ କରାଯାଇପାରିବ
- ଏକ ସମୟରେ 2,000 ଟଙ୍କାର 10 ଟି ନୋଟ୍ ବଦଳାଯାଇପାରିବ
- ଏକ ଦିନରେ ବହୁ ଥର ନୋଟ୍ ଏକ୍ସଚେଞ୍ଜ କରିପାରିବ
-ଜମା ଉପରେ ନିୟମ, 50 ହଜାରରୁ ଅଧିକ ତେବେ ପାନ୍ ଆବଶ୍ୟକ ।

ସୂଚନା ଅନୁଯାୟୀ, ଲୋକମାନଙ୍କୁ ଟଙ୍କା ବଦଳାଇବା ପାଇଁ କୌଣସି ପରିଚୟ ପତ୍ରର ଆବଶ୍ୟକ ନାହିଁ । RBIର ମତ ଅନୁଯାୟୀ, ଟଙ୍କା ବଦଳାଇବା ପାଇଁ ଗ୍ରାହକମାନଙ୍କୁ ସବୁ ପ୍ରକାରର ସୁବିଧା ଯୋଗାଇ ଦିଆଯିବ।

ଆଜି ମଙ୍ଗଳବାର (tuesday) ଠାରୁ ବ୍ୟାଙ୍କରେ ଲୋକଙ୍କର ଜମିବ ପ୍ରବଳ ଭିଡ । ଲୋକମାନେ ଚାହିଁଲେ ବ୍ୟାଙ୍କରେ 2000 ଟଙ୍କିଆ ନୋଟ୍ ବଦଳାଇ 500 ଟଙ୍କିଆ, 200 ଟଙ୍କିଆ ଭଳି ଅନ୍ୟ ନୋଟ ମଧ୍ଯ ଆଣି ପାରିବେ ।

ପ୍ରକାଶ ଥାଉ ଯେ, ସୋମବାର(monday) ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ 2,000 ଟଙ୍କା ନୋଟ ପ୍ରତ୍ୟାହାର ନିଷ୍ପତ୍ତି ଦେଶର ଅର୍ଥନୀତିରେ ଅଧିକ ପ୍ରଭାବ ପକାଇବ ନାହିଁ।

ଆଉ ଚଳିବନି ୨ହଜାର ଟଙ୍କିଆ ନୋଟ୍‌

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments