1. କୃଷି ଖବର

ଅଗଷ୍ଟରେ ଆଧାର ଜରିଆରେ ୨୩.୪୫ କୋଟି e-KYC କାରବାର

ଅଗଷ୍ଟ ମାସରେ ଆଧାର ମାଧ୍ୟମରେ କରା ଯାଇଥିବା ଇ –କେୱାଇସି କାରବାର ସଂଖ୍ୟା ୨୩.୪୫ କୋଟି ରହି ଥିଲା ।

Shuvanshu Kar
Shuvanshu Kar
23.45 crore e-KYC transactions executed via Aadhaar in August

23.45 crore e-KYC transactions executed via Aadhaar in August

ଆଧାର ବ୍ୟବହାର ଏବଂ ଲୋକ ମାନଙ୍କ ଦ୍ୱାରା ଏହାକୁ ଆପେଣେଇବା କ୍ଷେତ୍ରରେ ବହୁତ ଅଭିବୃଦ୍ଧି ଦେଖା ଯାଇଛି, ଯାହା ଏହି କଥାର ସଙ୍କେତ ଦେଉଛି ଯେ, ଏହା ଲୋକ ମାନଙ୍କ ନିମନ୍ତେ ଜୀବନଯାପନର ସୁଗମତାକୁ ଦ୍ରୁତ ଗତିରେ ସମର୍ଥନ କରୁଛି । ଅଗଷ୍ଟ ମାସରେ , ୨୧୯. ୭୧ କୋଟି ପ୍ରମାଣୀକରଣ ଦେଣଦେଣ ଆଧାର ମାଧ୍ୟମରେ କରା ଯାଇଛି, ଏହା ଚଳିତ ବର୍ଷର ଜୁଲାଇ ମାସରେ ହୋଇଥିବା କାରବାର ତୁଳନାରେ ୪୪% ଅଧିକ ଅଟେ । ଏଗୁଡିକ ମଧ୍ୟରୁ ଅଧିକାଂଶ ମାସିକ କାରବାର ଫିଙ୍ଗର ପ୍ରିଣ୍ଟ ବାୟୋମେଟ୍ରିକ୍ ପ୍ରମାଣୀକରଣ (୧୨୮.୫୬ କୋଟି)ର ବ୍ୟବହାର କରି ସମ୍ପନ୍ନ ହୋଇଥିଲା, ଏହା ପଛକୁ ଜନସାଂଖିକୀୟ ପ୍ରମାଣୀକରଣ ଏବଂ ଓଟିପି ପ୍ରମାଣୀକରଣ ସ୍ଥାନ ପାଇଛି ।

ଅଗଷ୍ଟ ୨୦୨୨ର ଶେଷ ସୁଦ୍ଧା ସମୁଦାୟ ୮୦୭୪.୯୫ କୋଟି ଆଧାର ପ୍ରମାଣୀକରଣ କରା ଯାଇ ସାରିଛି, ଯେତେବେଳେ କି ଜୁଲାଇ ମାସ ଶେଷ ସୁଦ୍ଧା ଏଭଳି ୭୮୫୫. ୨୪ କୋଟି ଆଧାର ପ୍ରମାଣୀକରଣ କରା ଯାଇଥିଲା । ଅଗଷ୍ଟ ମାସରେ ଆଧାର ମାଧ୍ୟମରେ କରା ଯାଇଥିବା ଇ –କେୱାଇସି କାରବାର ସଂଖ୍ୟା ୨୩.୪୫ କୋଟି ରହି ଥିଲା । ଏବେ ସୁଦ୍ଧା ଇ –କେୱାଇସି କାରବାର ସଂଚୟୀ ସଂଖ୍ୟା ଜୁଲାଇ ମାସରେ ୧୨୪୯ . ୨୩ ରୁ ବୃଦ୍ଧି ପାଇ ଅଗଷ୍ଟ ଶେଷ ସୁଦ୍ଧା ୧୨୭୨.୬୮ କୋଟି ହୋଇ ଯାଇଛି ।

ଏକ ଇ –କେୱାଇସି କାରବାର କେବଳ ଆଧାର ଧାରକ ମାନଙ୍କର ସ୍ପଷ୍ଟ ସହମତି ପରେ କରା ଯାଇଥାଏ, ଯାହା କେୱାଇସି ନିମନ୍ତେ ବ୍ୟକ୍ତିଗତ କାଗଜପତ୍ରକୁ ଯାଂଚ କରିବା ଏବଂ ବ୍ୟକ୍ତିଗତ ଯାଂଚ ଅବଶ୍ୟକତାକୁ ସମାପ୍ତ କରି ଦେଇଥାଏ । ଆଧାର ଇ –କେୱାଇସି ସେବା ଉନ୍ନତ ଏବଂ ସ୍ୱଚ୍ଛ ଗ୍ରାହକ ଅଭିଜ୍ଞତା ଏବଂ ବ୍ୟବସାୟ କରିବାକୁ ସହଜତା ପ୍ରଦାନ କରିବା କ୍ଷେତ୍ରରେ ବ୍ୟାଙ୍କିଂ ଏବଂ ଅଣ –ବ୍ୟାଙ୍କିଂ ଆର୍ଥିକ ସେବା ଗୁଡିକ ନିମନ୍ତେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ।

ଅଗଷ୍ଟ ମାସରେ , ଲୋକ ମାନେ ସଫଳତାର ସହିତ ୧.୪୬ କୋଟି ଆଧାରକୁ ଅଧୁନାତନ କରିଥିଲେ ଏବଂ ଆଜି ସୁଦ୍ଧା (ଅଗଷ୍ଟ ଶେଷ ପର୍ଯ୍ୟନ୍ତ) ୬୫.୦୧ କୋଟି ଆଧାର ନମ୍ବରକୁ ସଫଳତାର ସହିତ ହିତାଧିକାରୀ ମାନଙ୍କର ଅନୁରୋଧ ପରେ ଅଧୁନାତନ କରା ଯାଇଛି ।

ଏହି ଅଧୁନାତନ କରିବା ନିମନ୍ତେ ଅନୁରୋଧ ଗୁଡିକ ଉଭୟ ନିର୍ଦ୍ଧାରିତ ଆଧାର କେନ୍ଦ୍ରରେ ଏବଂ ଅନ୍‌ଲାଇନ୍ ଆଧାର ପ୍ଲାଟଫର୍ମ / ମଞ୍ଚ ବ୍ୟବହାର କରି କରା ଯାଇଥାଏ । ଏହା ଜନସାଂଖିକୀୟ ଏବଂ ବାୟୋମେଟ୍ରିକ୍ ଅଧୁନାତନ ସହିତ ସମ୍ବନ୍ଧିତ ଅଟେ ।

ଇ –କେୱାଇସି ହେଉ, କିମ୍ବା ଅନ୍ତିମ ମାଇଲ୍ ପର୍ଯ୍ୟନ୍ତ ବ୍ୟାଙ୍କିଂ ସେବା ଯୋଗାଇବା ନିମନ୍ତେ ଆଧାର ସକ୍ଷମ ଦେୟ ବ୍ୟବସ୍ଥା (ଏଇପିଏସ୍‌), କିମ୍ବା ଆଧାର ସକ୍ଷମ ଡିବିଟି ନିମନ୍ତେ ହେଉ, ଆଧାର ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଜିଟାଲ୍ ଇଣ୍ଡିଆର ଦୃଷ୍ଟିକୋଣକୁ ସମର୍ଥନ କରିବାରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ।

ଆଧାର , ଉତ୍ତମ ଶାସନ ବ୍ୟବସ୍ଥାର ଏକ ଡିଜିଟାଲ ଭିତ୍ତିଭୂମି ସଂରଚନା , ଯାହା ଉଭୟ ଜୀବନରେ ସହଜତା ଆଣିବାରେ ଏବଂ ବ୍ୟବସାୟ କରିବାରେ ସୁଗମତାର ଉତ୍‌ପ୍ରେରକ ଅଟେ । ଡିଜିଟାଲ୍ ଆଇଡି କେନ୍ଦ୍ର ଏବଂ ରାଜ୍ୟ ଗୁଡିକରେ ବିଭିନ୍ନ ମନ୍ତ୍ରଣାଳୟ ଗୁଡିକ ଏବଂ ବିଭାଗ ଗୁଡିକ ଲକ୍ଷ୍ୟଭୁକ୍ତ ହିତାଧିକାରୀ ମାନଙ୍କର କ୍ଷମତା, ପାରଦର୍ଶିତା ଏବଂ କଲ୍ୟାଣକାରୀ ସେବା ଗୁଡିକର ବିତରଣରେ ପରିବର୍ତ୍ତନ କରିବାରେ ସହାୟତା ପ୍ରଦାନ କରୁଛି । ଦେଶରେ କେନ୍ଦ୍ର ଏବଂ ରାଜ୍ୟ ଗୁଡିକ ଦ୍ୱାରା କାର୍ଯ୍ୟକ୍ଷମ ପ୍ରାୟ ୧୦୦୦ ସାମାଜିକ କଲ୍ୟାଣ ଯୋଜନା ଗୁଡିକୁ ଏବେ ସୁଦ୍ଧା ଆଧାର ବ୍ୟବହାର କରିବା ନିମନ୍ତେ ଅଧିସୂଚିତ କରା ଯାଇଛି ।

ଏହା ବ୍ୟତୀତ, ଅଧାର ସକ୍ଷମ ଦେୟ ବ୍ୟବସ୍ଥା (ଏଇପିଏସ୍‌) ଏବଂ ମାଇକ୍ରୋ – ଏଟିଏମ୍‌ର ନେଟୱର୍କ ମାଧ୍ୟମରେ ଏବେ ସୁଦ୍ଧା ୧୫୨୮.୮୧ କୋଟିରୁ ଅଧିକ ବ୍ୟାଙ୍କିଂ କାରବାର ସମ୍ଭବ ହୋଇ ପାରିଛି, ଯେଉଁଥିରୁ କେବଳ ଅଗଷ୍ଟ ମାସରେ ପ୍ରାୟ ୨୨ କୋଟି ଏହିଭଳି କାରବାର ସାମିଲ ଅଟେ । ଏହା ପିରାମିଡ୍‌ର ନିମ୍ନ ଭାଗର ଆର୍ଥିକ ଅନ୍ତର୍ଭୁକ୍ତିକୁ ସକ୍ଷମ କରାଇଛି ।

e-KYC Transactions: ଜୁଲାଇରେ ହୋଇଛି ୨୨.୮୪ କୋଟି e-KYC ଆଦାନପ୍ରଦାନ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments